କେନ୍ଦ୍ରାପଡା,୨୯ା୬- କେନ୍ଦ୍ରାପଡା ଜିଲ୍ଲା ସମେତ ସହରରେ ବସବାସ କରୁଥିବା ମୁସଲିମ ସଂପ୍ରଦାୟର ପର୍ବ ଇଦ୍‌-ଉଲ-ଜୁହା ପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍ଥାନରେ ଥିବା ମସଜିଦ ଓ ଇଦଘା ପଡିଆରେ ସାମୂହିକ ନମାଜ ପ୍ରାର୍ଥନା ସକାଳ ୭ଟା ରୁ ଆରମ୍ଭ ହୋଇ ୮.୩୦ ସୁଦ୍ଧା ଶେଷ ହୋଇଥିଲା । ଇସଲାମ ଧର୍ମର ମହାପୁରୁଷ ଇବ୍ରାହିମ ଆଲ୍ଲାଙ୍କ ସ୍ୱପ୍ନାଗତରେ ତାଙ୍କ ପୁତ୍ର ଇସମାଇଲଙ୍କୁ କୁର୍ବାନୀ ଦେଉଥିଲେ […]

କେନ୍ଦ୍ରାପଡା,୨୯ା୬ – ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କେନ୍ଦ୍ରାପଡା ଜିଲ୍ଲାରେ ସକ୍ରିୟ ଥିବାର ଅନୁଭବ ହେଉନାହିଁ । ସରକାରୀ ସମ୍ପତ୍ତିର ସୁରକ୍ଷା ନାହିଁ । ଜିଲ୍ଲା ଅଧିବାସୀଙ୍କ ସ୍ୱାର୍ଥପ୍ରତି ପ୍ରଶାସନର ନଜର ରହୁନାହି । ପ୍ରଶାସନୀକ ଅଭିଯୋଗ ଜନ ଶୁଣାଣିରେ ଯେତେ ଅଭିଯୋଗ କଲେ ମଧ୍ୟ କାଁ ଭାଁ କେତୋଟି ଛୋଟମୋଟ କାମ ହେଉଛି । କେନ୍ଦ୍ରାପଡା ସହରର ଅବସ୍ଥା କହିଲେ ନ ସରେ । ଶୃଙ୍ଖଳା ଅଛି […]

କେନ୍ଦ୍ରାପଡା,୨୯ା୬ – ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ବାହୁଡାର ୨ୟ ଦିବସରେ ଆରାଧ୍ୟ ଦେବ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ମନ୍ଦିରର ସିଂହଦ୍ୱାର ନିକଟରେ ପହଁଞ୍ଚିଯାଇଛି । କେନ୍ଦ୍ରାପଡାର ପରମ୍ପରା ଅନୁଯାୟୀ ୨ୟ ଦିନ ରଥ ଟଣା ଦିନ ୩ଟା ସମୟରେ ଆରମ୍ଭ ହୋଇଥିଲା । ଭକ୍ତମାନେ ଆନନ୍ଦ ଉଲ୍ଲାସରେ ରଥକୁ ଟାଣିଟାଣି ନେଇଥିଲେ । ଅପରାହ୍ନ ୫ଟା୩୦ରେ ରଥ ମନ୍ଦିର ନିକଟରେ ପହଞ୍ôଚଯାଇଥିଲା । ଅନୁକୂଳ ପାଗ ଥିବାରୁ ରଥ […]

କେନ୍ଦ୍ରାପଡା,୨୯ା୬ – ବିଭିନ୍ନ ଶୋଭାଯାତ୍ରାରେ ୬୫ଡିସେମେଲ ମଧ୍ୟରେ ବାଜା ବଜାଇବା ପାଇଁ ଅନୁମତି ଥିବା ବେଳେ ଅନେକ ସ୍ଥାନରେ ଏହାକୁ ମାନୁନାହାନ୍ତି । ଏପରି ଏକ ଘଟଣାରେ କେନ୍ଦ୍ରାପଡା ସଦରଥାନା ପୋଲିସ ଏକ ଡିଜେ ବାଜାକୁ ଜବତ କରି ଥାନାରେ ରଖିଛି । ବୁଧବାର ରାତିରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗରାପୁର ଜିଲ୍ଲାପାଳଙ୍କ ସରକାରୀ ବାସଗୃହ ନିକଟରେ ଯାଉଥିବା ଏକ ବିବାହ ଶୋଭାଯାତ୍ରାରେ ମାତ୍ରାଧିକ ଶଦ୍ଦରେ ଡିଜେ ବାଜୁଥିଲା […]

କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅନ୍ତର୍ଗତ ଘାଘରା ପଞ୍ଚାୟତ ଘାଗରାଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇ ଥିବା ଖବର ମିଳିଛି।ସକାଳୁ ସକାଳୁ ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଛକି ରହିଥିବା କୁମ୍ଭୀର ପାଣି ଭିତରକୁ  ଟାଣି ନେଇଛି । ସେ ହେଲେ ଘାଗରାଡିଆ ଗ୍ରାମର ଗଙ୍ଗାଧର ତରାଇ (୫୬) ବୋଲି ଜଣାପଡିଛି। ଏବେ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ତାଙ୍କୁ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳରେ ପବିତ୍ର ବାହୁଡାଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି । ବକ୍ତାରପୁର ମାଉସୀମା ମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରାଙ୍କୁ ପାରମ୍ପାରିକ ରୀତିରେ ଯଥାବିଧି ପୂଜାର୍ଚ୍ଚନା କରାଯାଇ ରଥାଋୁଢ କରାଯାଇଥିଲା । ହରପାର୍ବତୀ ମନ୍ଦିରରୁ ଆଜ୍ଞାମାଳ ପହଁଚିବା ପରେ ବିଧିବଦ୍ଧ ଭାବେ ରଥଟଣା ଆରମ୍ଭ ହୋଇଥିଲା । ବକ୍ତାରପୁର ମାଉସୀମା ମନ୍ଦିରରୁ ରଥାଋୁଢ ହୋଇଥିବା ପ୍ରଭୁ […]

କେନ୍ଦ୍ରାପଡା-୨୮/୦୬: ତୁଳସୀ କ୍ଷେତ୍ର କେନ୍ଦ୍ରାପଡାର ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବାହୁଡା ଯାତ୍ରା ଅବସରରେ ବୁଧବାର ରଥ ମୁଖ ପରିବର୍ତନ ସହ ଶ୍ରୀଜୀଉ ମାନଙ୍କ ରଥ ଉପରକୁ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଯାଇଛି । ବୁଧବାର ବାହୁଡା ଯାତ୍ରା ପାଇଁ ଶ୍ରୀଜୀଉ ମାନଙ୍କ ଦୈନିକ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ମଧ୍ୟାହ୍ନ ୧୨ଟା ସମୟରେ ଖେଚୁଡୀ ଧୂପ ଅନୁଷ୍ଠିତ ହୋଇଥିଲା । ଏହା ସହ ୨ଟା ସମୟରେ ରଥ ମୁଖ ପରିବର୍ତନ […]

କେନ୍ଦ୍ରାପଡ଼ା,୨୮ା୬: କେନ୍ଦ୍ରାପଡା ଜିଲ୍ଲା ଶ୍ରମ ବିଭାଗରେ ପୁଣି ଆଉ ଏକ ମୃତ ହିତାଧିକାରୀଙ୍କ ନାମରେ ଠକେଇ ଅଭିଯୋଗ ହୋଇଥିବା ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ବୁଧବାର ଦିନ ଅଭିଯୋଗ ହୋଇଥିବା ଜଣାପଡିଛି । ୨୦୨୨ ମସିହା ଅକ୍ଟୋବର ମାସରୁ କେନ୍ଦ୍ରାପଡା ଜିଲ୍ଲା ଶ୍ରମ଼ ଅଫିସରେ ଚାଲିଥିବା ଦୁର୍ନୀତି ଓ ବେଆଇନ କାର୍ଯ୍ୟକୁ ବିରୋଧ କରି ଜିଲ୍ଲାପାଳଙ୍କ ସମେତ ଶ୍ରମ ଆୟୁକ୍ତ ଓ ପ୍ରିନ୍ସପାଲ ସଚିବ, ଶ୍ରମ […]

କେନ୍ଦ୍ରାପଡ଼ା ୨୮ା୬ : କେନ୍ଦ୍ରାପଡା ଜିଲ୍ଲା ଭାଜପା କାର୍ଯ୍ୟାଳୟଠାରେ ଆଳି ନିର୍ବାଚନ ମଣ୍ଡଳୀରେ “ଘର ଘର ଜନସମ୍ପର୍କ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ପରେ ଚରପଡା ପଞ୍ଚାୟତର ଅନେକ ବିଜେଡି ଓ କଂଗ୍ରେସର କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେବା ଓ ସୁଶାସନ ଏବଂ ଜନ କଲ୍ୟାଣ ଯୋଜନାରେ ପ୍ରଭାବିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଭାଜପା ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି କିଶୋର କୁମାର […]

କେନ୍ଦ୍ରାପଡା-୨୮ା୬- ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଣାଳୟ ପକ୍ଷରୁ ୬ ଦିନ ଧରି ପୁଣେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଶିକ୍ଷା ସମାରୋହ ଜି-୨୦ରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମ ଯୋଗ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଅଦ୍ଭୁତ ପୂର୍ବ ସଫଳତା ସମ୍ପର୍କରେ ଡଃ ବ୍ରହ୍ମା ସନ୍ଦର୍ଭ […]

3RD PARTY AGENTS USED BY BANKS TO RECOVER LOANS TURN HEADACHES FOR MANY Kendrapara : Employment generation program for youths through establishment of Micro, Small and Medium Enterprises (MSME) have run in rough weather in Kendrapara district. This is because in most cases banks are not ready to sanction the […]

ନୂଆଦିଲ୍ଲୀ . ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ର କାର୍ଯ୍ୟସୂଚୀ ୧୦୦ ଦିନ ପୂର୍ବରୁ ପ୍ରକାଶ ପାଇଛି । ଚଳିତ ବର୍ଷ ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଗତ ବିଶ୍ୱକପରେ ଫାଇନାଲ ମ୍ୟାଚ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ […]

ପଟ୍ଟାମୁଣ୍ଡାଇ ୨୭ା୬- କେନ୍ଦ୍ରାପଡା ଜିଲ୍ଲ ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ପ୍ରକାର ଅଜଣା ପୋକ ଆତଙ୍କ ସୃଷ୍ଟି କରିଛି । ଏପରି ପ୍ରଜାତିର ପୋକ ଚାରି ଆଡେ ବ୍ୟାପି ଯାଇଥିବା ବେଳେ, କାମୁଡି ଦେଲେ କୁଣ୍ଡେଇ ହେବା ସହିତ ଫଳି ଯାଉଥିବାର ଦେଖିବାକୁ ମିଳିଛି । ଲୋକମାନେ ଶାନ୍ତିରେ ଚଲାବୁଲା କରି ପାରୁ ନଥିବାବେଳେ, ପୋଷାକ ଭିତରେ ପୋକ ପସି ଜୀବନ ଯାତ୍ରା ପ୍ରଭାବିତ କରୁଛନ୍ତି । ପ୍ରଥମେ ଅଳ୍ପ କିଛି […]

କେନ୍ଦ୍ରାପଡା ତା ୨୭/୬- ଆଜି ରାଜ୍ୟ ସାମ୍ବାଦିକ ସଙ୍ଘ ପକ୍ଷରୁ ୧୧ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଯାଇଛି । ସଙ୍ଘ ଦାବି କରିଛି ଯେ, ମହାରାଷ୍ଟ ଓ ଛତିଶଗଡ଼ ଢାଞ୍ଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ “ସାମ୍ବାଦିକ ସୁରକ୍ଷା ଆଇନ” ପ୍ରଣୟନ କରାଯାଉ । ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପ୍ରଦାନ କରାଯାଉଥିବା ୨ ଲକ୍ଷ […]

କେନ୍ଦ୍ରାପଡା-୨୭/୬-ଘନ ଘନ ବିଜୁଳି କାଟ ଓ ଅହେତୁକ ବିଜୁଳି ଦର ପ୍ରତିବାଦରେ ପିସିସି ସଭାପତି ଶରତ ପଟ୍ଟନାୟକ ଆହ୍ୱାନରେ ଜିଲ୍ଲା କଂଗ୍ରେସ ତରଫରୁ ମଙ୍ଗବାର ଦିନ ୯ଟାରେ କେନ୍ଦ୍ରାପଡା ନଗର ଓ ବ୍ଲକ କଂଗ୍ରେସ ତରଫରୁ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ସହ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ପ୍ରତିବାଦ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ସଭାପତିତ୍ୱରେ […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଦେଇ ପ୍ରବାହିତ ୨୦କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡୁଛି । ନଦୀ ପୋତି ହୋଇପଡିଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଜନସାଧାରଣ ଓ ବିଭିନ୍ନ ସଂଗଠନମାନଙ୍କ ପକ୍ଷରୁ ବାରମ୍ବାର ଦାବି ହେବା ପରେ ନଦୀର ପୁନରୁଦ୍ଧାର ପାଇଁ ୨୦୧୦ ଓ ୨୦୨୨ରେ ଖନନ ଯୋଜନା କାର୍ଯ୍ୟକାରୀ ହୋଇ ୧୦.୫୫ କୋଟି ଟଙ୍କା ବ୍ୟୟ କରାଗଲା । ମାତ୍ର ଏବେ ଗୋବରି ନଦୀ […]

କେନ୍ଦ୍ରାପଡା,୨୬/୬- ମହାକାଳପଡା ବଉଳକଣୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ୯ ବର୍ଷ ଉପଲକ୍ଷେ ସାଧାରଣ ସଭାରେ ପବିତ୍ର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଦୁର୍ଯୋଧନ ସାହୁ, ଜିଲ୍ଲା ସଭାପତି ରଞ୍ଜିତ ଆଚାର୍ଯ୍ୟ, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାଧବ ମଲ୍ଲିକ, ଜିଲ୍ଲା ଉପସଭାପତି ଅର୍ଜୁନ ମଲିକ୍‌, ଯୁବନେତା ପ୍ରସନ୍ନ ପରିଡା, ଅନ୍ୟମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ରୋଜାଲିନ୍ ମହାନ୍ତି, ଯୁବନେତା […]

କେନ୍ଦ୍ରାପଡା,୨୬/୬- ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୮ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମିଳିତ ଆନୁକୁଲ୍ୟରେ ଏକ ସଚେତନତା ରଥ ଶତାଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ, ଅଙ୍ଗନୱାଡୀ କର୍ମୀ, ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ଏକ ଶୋଭା ଯାତ୍ରାରେ ନୂଆ ବସଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା ଜିଲ୍ଲାପାଳଙ୍କ […]

ପଟ୍ଟାମୁଣ୍ଡାଇ:୨୬/୦୬ ଗତ କିଛି ଦିନଧରି ଜଳବାୟୁ ପରିବର୍ତନର ପ୍ରଭାବ ଦେଖିବାକୁ ମିଳୁଛି । ବିଶ୍ୱତାପମାନ ବୃଦ୍ଧି ଯୋଗୁ କେତେବେଳେ ମରୁଡି ତ କେତେବେଳେ ଦୀର୍ଘ ସମୟ ଧରି ବର୍ଷା ବିନାଶର କାରଣ ସାଜୁଛି । ଚଳିତ ବର୍ଷ ଗ୍ରୀଷ୍ମଋତୁର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଦେଶ୍ୱବାସୀ ହୋଇଯାଇଥିଲା ଆକ୍ତାମାକ୍ତ । ରାଜ୍ୟରେ ସର୍ବୋଚ ତାପମାତ୍ର ୪୬ ଡିଗ୍ରୀ ହେଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୪୨ ଡିଗ୍ରୀ ଅତିକ୍ରମ କରିଥିଲା । […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ତାର ଆଖପାଖ ଅଂଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ସାଧାରଣ ଖାଉଟି ଟମାଟୋ ବଜାରରୁ କିଣି ପାରୁନାହିଁ । ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଁଚିଛି । ଚାଷୀ ସୁରେନ୍ଦ୍ର ପରିଡା କୁହନ୍ତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଟମାଟୋ ଗଛଗୁଡିକ ଭୁରୁଙ୍ଗା ମାରିଯିବା ଫଳରେ ଫଳ ଧରୁନାହିଁ । କେନାଲ ପାଣି […]

କେନ୍ଦ୍ରାପଡ଼ା ୨୫/୬- ଆଡପ ମଣ୍ଡପରେ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ଆଜି ଥିଲା ହେରାପଞ୍ଚମୀ ନୀତି । ଏହି ଅବସରରେ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ସମସ୍ତ ରୀତିନୀତି ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟୁଷରୁ ଶ୍ରୀଜିଉମାନଙ୍କ ପହୁଡ ଫିଟାଯାଇ ମଙ୍ଗଳା ଆଳତି କରାଯାଇଥିଲା । ପରେ ପାରମ୍ପରିକ ନୀତିସ୍ନାନ ଓ ଗୋପାଳ ବଲ୍ଲଭ ଧୂପ ବଢିଥିଲା । ଅପରାହ୍ନରେ ଦ୍ୱିପ୍ରହର ଧୂପ ଅନୁଷ୍ଠିତ ହୋଇ ଦିବା ପହୁଡ କରାଯାଇଥିଲା […]

କେନ୍ଦ୍ରାପଡା ୨୪/୬- ନାରୀ ଜାତିର ଜାଗରଣ ଓ ମାତୃଶକ୍ତିର ମହିମା, ଗୌରବକୁ ପୁଣି ଥରେ ଜାଗରଣ କରିବା ପାଇଁ ଜ୍ଞାନପ୍ରଭା ମିଶନ, ଭୁବନେଶ୍ୱର ତରଫରୁ “ଶକ୍ତି ରୂପେଣ ସଂସ୍ଥିତା” ନାମରେ ଏକ ବାଳିକା ସମାବେଶର ଆୟୋଜନ କରିଛନ୍ତି । ହରିହରାନନ୍ଦ ବାଳାଶ୍ରମ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶ୍ରୀ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ ଦିବ୍ୟ ସାନ୍ନିଧ୍ୟ ଓ ଛାତ୍ରୀ ମାନଙ୍କୁ ଉଚିତ ମାର୍ଗରେ ଶିକ୍ଷାଲାଭ କରିବା […]

ପଟ୍ଟାମୁଣ୍ଡାଇ ୨୩.୬-ସମ୍ପ୍ରତି ଦୁଇ ଦୁଇଟି କୁମ୍ଭୀର ଆକ୍ରମଣ ଘଟଣାରେ ଜଣେ ନାବାଳକ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ ପୁନରାୟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଦେଖାଦେବା ଘଟଣା ସାଧାରଣରେ ଆତଙ୍କ ସୃଷ୍ଟି କରିଛି । କୁମ୍ଭୀର ଆକ୍ରମଣରେ ଦୁଇ ଦୁଇଟି ଅମୁଲ୍ୟ ଜୀବନହାନି ଘଟିବା ଘଟଣା ପରେ ମଧ୍ୟ ଜଙ୍ଗଲ ବିଭାଗ ଓ ପ୍ରଶାସନ ନୀରବ ରହିବା ଲୋକମାନଙ୍କୁ ବିସ୍ମିତ କରିଛି । ଏଥି […]

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ୨୨ା୬-ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଁଚିବ । ଏହି ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ମାତ୍ର ଆଉ ଦିନ କେଇଟା ପରେ ଜୁଲାଇ ମାସ ଚାଲିବ । ଏ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଅଂଚଳରେ ଟୋପଏ ବି ବର୍ଷା ହେଉନାହିଁ […]