କେନ୍ଦ୍ରାପଡ଼ା, ୧୬ା୯: “ଆଇନଗତ ସାକ୍ଷରତା ମାଧ୍ୟମରେ ଓଡ଼ିଶାରେ ମହିଳା ସଶକ୍ତିକରଣ” ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦୁଇଦିନିଆ କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ୟୁଏସ୍ କନସୁଲେଟ୍ ଜେନେରାଲଙ୍କ ସହାୟତାରେ ‘ସ୍ୱାତୀ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ମହିଳାମାନେ ଯେତେ ସାକ୍ଷର ହେବେ ସେତେ ସୁରକ୍ଷିତ […]
featured
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଖୁଲମଖୁଲା ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବା ସହିତ ନକଲି ଔଷଦ ବଜାରରେ ବିକ୍ରି ଓ ସପ୍ଲାଇ କରାଯାଉଛି । ରୋଗରୁ ଆରୋଗ୍ୟ ଲାଭ ପାଇଁ ମନୁଷ୍ୟ ନକଲି ଡାକ୍ତର ଦେଉଥିବା ଔଷଦ ଏବେ ମୃତ୍ୟୁର କାରଣ ସାଜିପାରେ ଏହା କେହି କଳ୍ପନାରେ ସୁଦ୍ଧା ଭାବି ପାରିବେ ନାହିଁ । ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଂଚଳଗୁଡ଼ିକରେ ପରିଦର୍ଶନ କରିବା ସହ ଅଙ୍କୁଶ ଲଗାଇବାକୁ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାର ଚନ୍ଦନନଗର ପଂଚାୟତ ବନ୍ତୋ ଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ପ୍ରାୟ ୧୧ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ହସ୍ତାନ୍ତର ହୋଇନଥିବା ଯୋଗୁଁ ଶିକ୍ଷାଦାନ ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କେନ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ […]
ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନ କ୍ରମେ ଆଜି ପଟ୍ଟାମୁଣ୍ଡାଇ ବ୍ଳକ ଓ ପୌରଚଂଳର ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ ଆନ୍ଦୋଳନ ୯ ଦିନରେ ପହଂଚିଛି । ଶିକ୍ଷକ ମାନେ ସମୂହ ଛୁଟି ନେଇ ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ଧାରଣା ଆଜି ୯ ମ ଦିନରେ ପହଂଚିଛି । ଶହଶହ ଶିକ୍ଷକ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବର୍ଷାରେ ଓଦା ହୋଇ ପ୍ରତିବାଦ ଜଣାଇବା […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି । ଶନିବାର ଦିଲ୍ଲୀ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗୀତା ମେହେଟ୍ଟା ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା । ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନୀ ମେହେଟ୍ଟାଙ୍କ ୨୦୧୯ରେ ପରଲୋକ ହୋଇଥିଲା । […]
ଶୁକ୍ରବାର ପ୍ରତ୍ୟୁଷରେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ମର୍ମତୃନ୍ତ ଦୁର୍ଘଟଣା ଘଟି କେନ୍ଦ୍ରାପଡ଼ା ଜିଲାର ୪ ଜଣଙ୍କ ଅକାଳ ବିୟୋଗ ଘଟିଛି । ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡେଇ ବ୍ଲକ୍ ନୀଳକଣ୍ଠପୁର ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ତ୍ରିଲୋଚନ ନାୟକ, ବିଜୟ କୁମାର ନାୟକ ଏବଂ ଆଳି ବ୍ଲକ ସହିରା ଗ୍ରାମ ପଞ୍ଚାୟତର ଅଙ୍ଗରକ୍ଷ ଗ୍ରାମର ଉମେଶ ଚନ୍ଦ୍ର ସାହୁ ଏବଂ ତାଙ୍କ ଧର୍ମ ପତ୍ନୀ ରଶ୍ମିତା ସାହୁ ଲିଲିମା […]
କେନ୍ଦ୍ରାପଡ଼ା,୧୫ା୯ : କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଏଗାର ଦିନରେ ପହଞ୍ଚିଛି । ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ଚଳାଇ ରଖିବାକୁ ଜିଦରେ ଅଟଳ ଥିବା କ୍ରିୟାନୁଷ୍ଠାନ କମିଟି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତକରି ଆନ୍ଦୋଳନ ସହ ଅଧିକରୁ ଅଧିକ ଲୋକଙ୍କୁ ଜୋଡିବା ପାଇଁ ପ୍ରତିଦିନ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଧାରଣା ସ୍ଥଳରେ ଆଜି କେନ୍ଦ୍ରାପଡା […]
କେନ୍ଦ୍ରାପଡ଼ା,୧୫ା୯: ଜଳସେଚନର ଅଭାବ ଯୋଗୁଁ କୃଷି ପ୍ରଧାନ ଜିଲ୍ଲା କେନ୍ଦ୍ରାପଡାର କୃଷକ ପରିବାରର କର୍ମଠ ଯୁବକ ଓ ଯୁବତୀମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଅଚଳ ହୋଇ ପଡିଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ମରାମତି କରାଯିବା ସହିତ ନୂଆ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ନିମନ୍ତେ “ଉତ୍କଳ ସମାଜ” କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଆଜି ଏକ ସ୍ମାରକପତ୍ର […]
ଏମିତି ବି ଆସେ ମୃତ୍ୟୁ । ଚାହୁଁଚାହୁଁ ଚାଲିଗଲା ଅକାଳର ୨ ପରିବାରର ୪ ନିରିହ ଜୀବନ କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ବାଙ୍ଗାଲୋର ଭିକ୍ଟୋରିଆ ହସ୍ପିଟାଲ୍ରେ ଚିକିତ୍ସା କରାଇ ଆମ୍ବୁଲାନ୍ସ୍ରେ ଫେରିବା ବାଟରେ ରାସ୍ତାରେ ଠିଆ ହୋଇଥିବା ଟ୍ୟାଙ୍ର୍କକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଝିଅ, ଜ୍ୱାଇଁ, ଦୁଇ ଶ୍ୱସୁର ୪ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି । […]
ତାଳଚେର ବସ୍ଷ୍ଟାଣ୍ଡ ସମ୍ମୁଖ ୧୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କର ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି ଯାଇଥିଲାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଚାଉଳିଆକୁତା ଅଞ୍ଚଳର ହରି ବେହେରା (୫୫) ରାସ୍ତାରେ ଯାଉଥିବାବେଳେ ଓଡି୧୯ଏନ୍୦୯୩୭ ନମ୍ବର ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ସେ ତଳେ ପଡ଼ଯିବାରୁ ତାଙ୍କ ଗୋଡ଼ ଉପରେ ଟ୍ରକ୍ ଚକା ଚଢ଼ିଯାଇଥିଲା । ଗୁରୁତର ଅବସ୍ଥାରେ ତାଳଚେର […]
କେନ୍ଦ୍ରାପଡ଼ା, ତା୧୪/୦୯: “ଆୟୁଷ୍ମାନ ଭବଃ” ଅଭିଯାନର ସଫଳତା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକଙ୍କ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବାକୁ ପହଂଚାଇବା ପାଇଁ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ ନିର୍ଦ୍ଦେଶ ଦେଇଛନ୍ତି । ଏଇ ଅବସରରେ ହେଲ୍ଥ୍ ଓ ୱେଲ୍ନେସ୍ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାପ୍ତାହିକ ସ୍ୱାସ୍ଥ୍ୟମେଳାର ଆୟୋଜନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆୟୁଷ୍ମାନ ଭବ ସଭାର ଆୟୋଜନ କରାଯାଇ […]
କେନ୍ଦ୍ରାପଡ଼ା,୧୪ା୯ : କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣାକୁ ଆଜି ଦଶ ଦିନ ପୁରିଛି । ବର୍ଷାର ପ୍ରକୋପ ଆନ୍ଦୋଳନର ତାତିକୁ ଥଣ୍ଡା କରିପାରି ନାହିଁ । ଆଜି ପ୍ରବଳ ବର୍ଷା ସତ୍ତ୍ୱେ ମାର୍ଶାଘାଇ ବ୍ଲକର ବୁଦ୍ଧିଜୀବୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଧାରଣା ସ୍ଥଳରେ ପହଞ୍ଚି ଆଜିର ଗଣଧାରଣାର ନେତୃତ୍ୱ ନେଇଥିଲେ । ସେମାନଙ୍କ ଉପସ୍ଥିତି ଆନ୍ଦୋଳନକାରୀଙ୍କ ମଧ୍ୟରେ ଉତ୍ସାହ ଭରି […]
କେନ୍ଦ୍ରାପଡ଼ା,୧୪/୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତ ଅଧୀନ ବଡଗାଁ ଅଞ୍ଚଳରେ ରାସ୍ତାରେ ପାଣି ହୋଇଯିବାରୁ ପଞ୍ଚାୟତର ୨ ଶହ ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି । ଘରୁ ବାହାରିଲେ ଆଣ୍ଠୁଏ ଲେଖାଏଁ ପଙ୍କ କାଦୁଅ । ବାଇକ୍ରେ ଗଲେ ଖାଲରେ ଗଳିପଡି ଖଣ୍ଡିଆଖାବରା ହେଉଛନ୍ତି । ରାତି ବିକାଳି ରୋଗୀଙ୍କୁ ମେଡିକାଲ ପର୍ଯ୍ୟନ୍ତ ପହଞ୍ଚାଇବା କଷ୍ଟକର ହୋଇପଡୁଛି । ଏହିଭଳି ଏକ ଦୃଶ୍ୟ ବଡଗାଁର ରାମଚଣ୍ଡୀ ମନ୍ଦିର ଠାରୁ […]
କେନ୍ଦ୍ରାପଡା ସହରର ସୁନାଇଲୋ ଗ୍ରାମର ସଂଗ୍ରାମ ମହାନ୍ତି(୪୩) ଗତ ବୁଧବାର ଦିନ ସି.ଆର.ପି.ଏଫ. ଛତିଶଗଡ କ୍ୟାମ୍ପରେ ପ୍ରଶିକ୍ଷଣ ନେଉଥିବା ବେଳେ ହଠାତ ହୃତ୍ଘାତ ହେବାରୁ ଟଳି ପଡିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ କେନ୍ଦ୍ରାପଡା ସହରସ୍ଥ ସୁନାଇଲୋସ୍ଥିତ ନିଜ ମାମୁଁ ଘରେ ସ୍ଥାୟୀ ଭାବରେ ରହୁଥିଲେ । ସିଆରପିଏଫ୍ରେ ଯବାନ ଭାବେ ଯୋଗ ଦେଇ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ଚୋରାମଦ,ଡ୍ରଗ୍ସ,ଗଞେଇ, ଧଳାଜହର କାରବାର ଖୁଲମ୍ଖୁଲା ଭାବେ ବଢ଼ିଚାଲିଛି । ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଚେଖୁଲମ୍ଖୁଲା ବେପାର ଚାଲିଛି । ଗାଁରେ ଚୋରାମଦ ସହ ଅନ୍ୟ ନିଶା ମିଳୁଥିବାରୁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି ।ଯାହା କି ପରିବାର ପାଇଁ ଏବେ ବଡ଼ ଚିନ୍ତାର ବିଷୟ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷଜମିରେ ତଳି ରୋଇବାର ମାତ୍ର ୧୩ ଦିନରେ ଧାନ ଗଛରୁ ଥୋଡ଼ ବାହାରିଛି । ଏହାକୁ ନେଇ ଚାଷୀ କୃଷିବିଭାଗ ଅଫିସରେ ଜାଣାଇଛନ୍ତି । କୃଷୀ ଅଧିକାରୀ କ୍ଷେତ ବୁଲି ଅନୁଧ୍ୟାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । କିସମ ସମ୍ପର୍କରେ ଜାଣି ନ ଥିବାରୁ ବିହନ ଦୋକାନୀ ଠକି ଦେଇଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ପୌରାଂଚଳର ବେଲତଳ […]
କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ବୁଧବାର ସଂନ୍ଧ୍ୟା ସୁଧା ୨୭ ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ସହରବାସୀ କୁତ୍ରିମ ବନ୍ୟାରେ ଉବୁଡୁବୁ ହୋଇଛନ୍ତି । ପୌରପ୍ରଶାସନର ପ୍ରହସନ ଯୋଗୁଁ ବିଗତ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ପୌରାଂଚଳରେ କୁତ୍ରିମ ବନ୍ୟା ପ୍ରତି ବର୍ଷ ଦେଖାଯାଉଥିବା ବେଳେ ସବୁ ବର୍ଷ ବଡ ବଡ ଦାବୀ କରାଯାଇ ଜନତାଙ୍କୁ ଫମ୍ପା ଆଶ୍ୱସନା ଦିଆଯାଉଛି । ପ୍ରତି ମାସ କୋଟି କୋଟି ଟଙ୍କା […]
କେନ୍ଦ୍ରାପଡ଼ା,୧୩ା୯: ତୀବ୍ର ହେଲାଣି ଏସଏସବି ଅଧ୍ୟାପକଙ୍କ ଆନଦୋଳନ । ଅଧ୍ୟାପକର ମାନ୍ୟତା ଓ ଗ୍ରେଡ ପେ ସଂଶୋଧନ ଦାବିରେ ରାଜ୍ୟ ବ୍ୟାପି ସମସ୍ତ ୪୮୮ବର୍ଗ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ଆନ୍ଦୋଳନ ଜାରି ରଖିଛନ୍ତି । ରାଜ୍ୟ ଏସଏସବି ସଙ୍ଘର ନିଷ୍ପତ୍ତି କ୍ରମେ ଗୁରୁ ଦିବସ ଠାରୁ କଳାବ୍ୟାଚ ପରିଧାନ ପୂର୍ବକ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଜି ନବମ ଦିନରେ ପହଞ୍ଚିଛି । ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାମାନେ […]
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଚାଲିଥିବା ଗଣଧାରଣାକୁ ଆଜି ୯ଦିନ ପୁରିଛି । କ୍ରିୟାନୁଷ୍ଟାନ କମିଟି ଦାବି ହାସଲ ପାଇଁ ଆନ୍ଦୋଳନକୁ ଏବେ ଶେଷ ଅସ୍ତ୍ର ରୂପେ ବିଚାର କରି ଆନ୍ଦୋଳନକୁ ଯୋରଦାର କରିବାକୁ ଉଦ୍ୟମ କରୁଥିବା ବେଳେ ବର୍ଷା ଏଥିରେ ବାଧକ ସାଜିଛି । ଆଜି ପ୍ରବଳ ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀମାନେ ଗରାପୁରସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣାରେ ବସି ଜିଲ୍ଲାରେ ମେଡିକାଲ […]
କେନ୍ଦ୍ରାପଡ଼ା, ୧୩ା୯: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ “ଆୟୁଷ୍ମାନ ଭବ” ଅଭିଯାନର ଶୁଭାରମ୍ଭ ଆଜି ହୋଇଯାଇଛି । ଭାରତ ସରକାରଙ୍କ “ସୁସ୍ଥ ଭାରତ ସମର୍ଥ ଭାରତ” ଆଭିମୁଖ୍ୟରେ ଏକ ଐତିହାସିକ ଫର୍ଦ୍ଦ ଯୋଡ଼ିଛି ଏହି ଅଭିଯାନ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ସେପ୍ଟେମ୍ବର ୧୭ ତାରିଖଠାରୁ ଗାନ୍ଧୀ ଜୟନ୍ତୀର ପୁଣ୍ୟ ତିଥି ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ । ସୁସ୍ଥ […]
ବିଶ୍ୱାସ ନ ହେଲେ ବି ସତ ଦିନେ ଲଣ୍ଡନରୁ କଲିକତାକୁ ବସ୍ ଚାଲୁଥିଲା ଏବଂ ଯାତ୍ରୀ ମଧ୍ୟ ଯିବା ଆସିବା କରୁଥିଲା । ୧୯୫୭ ମସିହାରେ ଲଣ୍ଡନରୁ କଲିକତାକୁ ‘ଆଲବର୍ଟ’ ନାମକ ଏକ ବସ୍ ଚଳାଚଳ ଆରମ୍ଭ କରିଥିଲା । ଇଂଲଣ୍ଡରୁ ବାହାରି ବେଲ୍ଜିୟମ୍, ଜର୍ମାନୀ, ଅଷ୍ଟ୍ରିଆ, ଯୁଗୋସ୍ଲୋଭିଆ, ତୁର୍କୀ, ଇରାନ, ଆଫଗାନିସ୍ତାନ ଏବଂ ପାକିସ୍ତାନ ଦେଇ ତାହା ଭାରତକୁ ଆସୁଥିଲା । ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେଇଠୁ ପୁଣି […]
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ସରକାରଙ୍କ ପକ୍ଷରୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଏପର୍ଯ୍ୟନ୍ତ କୈାଣସି ପ୍ରତିକ୍ରିୟା ପ୍ରକାଶ ପାଉନଥିବା କାରଣରୁ ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା ହୋଇ ରହିବାକୁ ଏକ ପ୍ରକାର ବାଧ୍ୟ ହୋଇଛି । ଅନ୍ୟ ପକ୍ଷରେ କ୍ରିୟାନୁଷ୍ଠାନ କମିଟିର ଏହି ଆନ୍ଦୋଳନ ପ୍ରତି ଦିନକୁ ଦିନ ଜନ ସମର୍ଥନ […]
କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱବନ୍ଧୁ ଜେନାଙ୍କ ସଭାପତିତ୍ୱରେ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ବାୟାବାବା ମଠ ପାଖରୁ ଏକ ଶୋଭାଯାତ୍ରାରେ ଆସି ଶାନ୍ତିପୂର୍ଣ୍ଣ ଭାବେ ଧାରଣାସ୍ଥଳରେ ପହଞ୍ଚି ଥିଲେ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଉପଦେଷ୍ଟା ମାନଭଞ୍ଜନ ପ୍ରଧାନ ଓ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଅନନ୍ତ କୁମାର ପରିଡାଙ୍କ ଦ୍ୱାରା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଉତ୍ତରୀୟ ଓ ପୁଷ୍ପମାଲ୍ଯ ଅର୍ପଣ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୫ନଂ ୱାର୍ଡ ଅଳଭା ଗ୍ରାମର ୯୦ବର୍ଷ ବୟସ୍କ ବୃଦ୍ଧ ଆଦିକନ୍ଦ ପାତ୍ର ସୋମବାର ଦିବା ୨ଟା ୩୦ମିନିଟ ସମୟରେ ଘରୁ ନିଖୋଜ ଥିବା ନେଇ ପୁତ୍ର ବିଶ୍ୱନାଥ ପାତ୍ର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ନିଖୋଜ ମାମଲା ରୁଜୁ କରି ମାମଲାର ତଦନ୍ତ ଚଳାଇଛି । ତେବେ ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି […]
