କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ତାର ଆଖପାଖ ଅଂଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ସାଧାରଣ ଖାଉଟି ଟମାଟୋ ବଜାରରୁ କିଣି ପାରୁନାହିଁ । ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଁଚିଛି । ଚାଷୀ ସୁରେନ୍ଦ୍ର ପରିଡା କୁହନ୍ତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଟମାଟୋ ଗଛଗୁଡିକ ଭୁରୁଙ୍ଗା ମାରିଯିବା ଫଳରେ ଫଳ ଧରୁନାହିଁ । କେନାଲ ପାଣି […]

କେନ୍ଦ୍ରାପଡ଼ା ୨୫/୬- ଆଡପ ମଣ୍ଡପରେ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ଆଜି ଥିଲା ହେରାପଞ୍ଚମୀ ନୀତି । ଏହି ଅବସରରେ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ସମସ୍ତ ରୀତିନୀତି ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟୁଷରୁ ଶ୍ରୀଜିଉମାନଙ୍କ ପହୁଡ ଫିଟାଯାଇ ମଙ୍ଗଳା ଆଳତି କରାଯାଇଥିଲା । ପରେ ପାରମ୍ପରିକ ନୀତିସ୍ନାନ ଓ ଗୋପାଳ ବଲ୍ଲଭ ଧୂପ ବଢିଥିଲା । ଅପରାହ୍ନରେ ଦ୍ୱିପ୍ରହର ଧୂପ ଅନୁଷ୍ଠିତ ହୋଇ ଦିବା ପହୁଡ କରାଯାଇଥିଲା […]