ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷଙ୍କର ପୁନେର ଶିକ୍ଷା ସମାରୋହ ଜି-୨୦ରେ ଯୋଗଦାନ,


କେନ୍ଦ୍ରାପଡା-୨୮ା୬- ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଣାଳୟ ପକ୍ଷରୁ ୬ ଦିନ ଧରି ପୁଣେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଶିକ୍ଷା ସମାରୋହ ଜି-୨୦ରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମ ଯୋଗ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଅଦ୍ଭୁତ ପୂର୍ବ ସଫଳତା ସମ୍ପର୍କରେ ଡଃ ବ୍ରହ୍ମା ସନ୍ଦର୍ଭ ଉପସ୍ଥାପନ କରି ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲା ସମଗ୍ର ରାଜ୍ୟରେ କିପରି ଆଗରେ ଅଛି ସେ ସମ୍ପର୍କରେ ତଥ୍ୟମୂଳକ ବକ୍ତବ୍ୟ ରଖିଥିଲେ । ଡଃ ବ୍ରହ୍ମା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପ୍ରତ୍ୟାବର୍ତନ କରିବା ପରେ ଜିଲ୍ଲାର ୯ଟି ବ୍ଲକର ସମସ୍ତ ସିଆରସିସି ଓ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମସ୍ତ ଶିକ୍ଷକ-ପ୍ରଶିକ୍ଷକ ଓ ପ୍ରଶିକ୍ଷିକାମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସିଆରସିସି ଅସଗର ଅଲ୍ଲି , ଅନନ୍ତ ପରିଡା ଓ ଅନ୍ତର୍ଯ୍ୟାମୀ ବେଜ୍ ପରିଚାଳନା କରିଥିଲେ । ଶିକ୍ଷକ-ପ୍ରଶିକ୍ଷିକା ଲୋପାମୁଦ୍ରା ପଣ୍ଡା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ ଅନ୍ତର୍ଯ୍ୟାମୀ ବେଜ୍ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading