ବାହୁଡାରେ ହେଲା ଶ୍ରୀ ଭଲଦେବଜୀୟୁଙ୍କ ପହଣ୍ଡି ,ଗୁରୁବାର ରଥଟଣା


କେନ୍ଦ୍ରାପଡା-୨୮/୦୬: ତୁଳସୀ କ୍ଷେତ୍ର କେନ୍ଦ୍ରାପଡାର ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବାହୁଡା ଯାତ୍ରା ଅବସରରେ ବୁଧବାର ରଥ ମୁଖ ପରିବର୍ତନ ସହ ଶ୍ରୀଜୀଉ ମାନଙ୍କ ରଥ ଉପରକୁ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଯାଇଛି । ବୁଧବାର ବାହୁଡା ଯାତ୍ରା ପାଇଁ ଶ୍ରୀଜୀଉ ମାନଙ୍କ ଦୈନିକ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ମଧ୍ୟାହ୍ନ ୧୨ଟା ସମୟରେ ଖେଚୁଡୀ ଧୂପ ଅନୁଷ୍ଠିତ ହୋଇଥିଲା । ଏହା ସହ ୨ଟା ସମୟରେ ରଥ ମୁଖ ପରିବର୍ତନ ପାଇଁ ଦଉଡି ବନ୍ଧା ଯାଇ ରଥକୁ ମୁଖ୍ୟ ମନ୍ଦିର ଅଭିମୁଖେ ରଖିବା ପାଇଁ ଦିଗ ପରିବର୍ତନ କରାଯାଇ ଥିଲା । ପୂର୍ବ ନିର୍ଦ୍ଧିଷ୍ଟ ସମୟ ଅପରାହ୍ନ ୪ଟାରେ ଜୀଉ ମାନଙ୍କ ପହଣ୍ଡି ହେବାପାଇଁ ସମୟ ଧାର୍ଯ୍ୟ କରାଯାଇ ଥିଲେ ମଧ୍ୟ ସଂନ୍ଧ୍ୟା ସୁଦ୍ଧା ପହଣ୍ଡି ବିଜେ ହୋଇପାରି ନାହିଁ । ପାଗ ଅନୁକୂଳ ଥିବାରୁ ବାହୁଡା ଯାତ୍ରା ରଥଯାତ୍ରାରେ ଭାଗ ନେବାପାଇଁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ରଥଦାଣ୍ଡରେ ଏକତ୍ରିତ ହୋଇଥିଲେ । ପ୍ରବଳ ଜନ ଗହଳି ମଧ୍ୟରେ ଭକ୍ତମାନେ ଉତ୍ସାହ ଉଦୀପନାର ସହ ପହଣ୍ଡି ବିଜେ ଦେଖିବା ଓ ରଥ ଟାଣିବାକୁ ଆସିଥିବା ବେଳେ ରଥଟଣା ସମ୍ଭବ ହୋଇପାରି ନାହିଁ । ପରମ୍ପରା ଅନୁଯାଇ ବାହୁଡା ପ୍ରଥମ ଦିନରେ ରଥର ମୁଖ ପରିବର୍ତନ କରାଯାଇ କେବଳ ଜୀଉ ମାନଙ୍କୁ ପହଣ୍ଡି ବିଜେ କରାଇ ରଥାରୂଢ କରାଯାଇ ଥାଏ ଓ ବାହୁଡାର ଦ୍ୱିତୀୟ ଦିନ ରଥଟଣା କାର୍ଯ୍ୟ ସଂପୂର୍ଣ୍ଣ ହୁଏ । ତେବେ ଚଳିତ ବର୍ଷ ଦିନ ୪ଟା ସମୟରେ ପହଣ୍ଡି ପାଇଁ ସ୍ଥିର କରାଯାଇ ଥିବାବେଳେ ଦିଅଁ ମାନଙ୍କ ପହଣ୍ଡି ବିଜେ ବିଳମ୍ବିତ ହୋଇଥିବାରୁ ଜିଲ୍ଲାର କୋଣ ଅନୁକୋଣ ରୁ ଆସିଥିବା ଭକ୍ତ ଶ୍ରଦ୍ଧାଳୁ ପହଣ୍ଡି ବିଜେ ଦେଖିବାକୁ ଅପେକ୍ଷା କରି ରହିଥିବା ଜଣାପଡିଛି । ସୂଚନା ଅନୁଯାଇ ଦିଅଁ ମାନଙ୍କ ସେନାପଟା କରାଯାଇ ସଂନ୍ଧ୍ୟା ୭ଟା ପରେ ପହଣ୍ଡି କାର୍ଯ୍ୟ ଆରମ୍ଭ କରାଯାଇ ଥିବା ଜଣାପଡିଛି । ତେବେ ଦୂର ଦୂରାନ୍ତରୁ ଆସିଥିବା ଭକ୍ତ ମାନେ ପହଣ୍ଡି ବିଜେ ଦେଖି ନପାରି ସଂନ୍ଧ୍ୟା ପୂର୍ବରୁ ନିରାଶ ହୋଇ ଫେରି ଯାଇଥିବା ଜଣାପଡିଛି । ପୋଲିସ ପ୍ରଶାସନ ତରଫରୁ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଏକ ତରଫ ରାସ୍ତା ସହ ରଥଦାଣ୍ଡରେ ପୋଲିସ ବାରିକେଟ ମାଧ୍ୟମରେ ଭକ୍ତ ମାନଙ୍କୁ ମାଉସୀ ମା ମନ୍ଦିରକୁ ପ୍ରବେଶ କରାଯାଇ ଥିଲା । ପୈାରସଂସ୍ତା ତରଫରୁ ରଥଦାଣ୍ଡରେ ସଫେଇ କାର୍ଯ୍ୟ କରିବା ସହିତ ଭକ୍ତ ମାନଙ୍କୁ ଥଣ୍ଡା ପାଣି ବଣ୍ଟନର ବ୍ୟବସ୍ଥା କଜରାଯାଇ ଥିଲା । ରଥଦାଣ୍ଡର ଦୁଇ ପାଶ୍ୱର୍ରେ ଶହ ଶହ ଦୋକାନ ପଡିବାର ଦେଖିବାକୁ ମିଳିଛି ।


Next Post

ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା ପାଳିତ

Wed Jun 28 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳରେ ପବିତ୍ର ବାହୁଡାଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି । ବକ୍ତାରପୁର ମାଉସୀମା ମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରାଙ୍କୁ ପାରମ୍ପାରିକ ରୀତିରେ ଯଥାବିଧି ପୂଜାର୍ଚ୍ଚନା କରାଯାଇ ରଥାଋୁଢ କରାଯାଇଥିଲା । ହରପାର୍ବତୀ ମନ୍ଦିରରୁ ଆଜ୍ଞାମାଳ ପହଁଚିବା ପରେ ବିଧିବଦ୍ଧ ଭାବେ ରଥଟଣା ଆରମ୍ଭ ହୋଇଥିଲା । ବକ୍ତାରପୁର ମାଉସୀମା ମନ୍ଦିରରୁ ରଥାଋୁଢ ହୋଇଥିବା ପ୍ରଭୁ […]

KANIKA