ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଉଦ୍ ଯାପିତ



କେନ୍ଦ୍ରାପଡା ୧୦/୮- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମ ସ୍ଥିତ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥଙ୍କ ଗୃହାଙ୍ଗନରେ ସଂସ୍ଥାପିତ ଶ୍ରୀରାମ ମନ୍ଦିରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନବ ଦିନ ବ୍ୟାପୀ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରତ୍ୟହ ସନ୍ଧ୍ୟାରେ ପାରାୟଣ ସହିତ ବହୁ ବିଶିଷ୍ଟ କଳାକାରମାନେ ଭଜନ, ସଙ୍କୀର୍ତ୍ତନ ଏବଂ ପ୍ରବଚନ ମାଧ୍ୟମରେ ପରମ କାରୁଣିକ ପ୍ରଭୁ ଶ୍ରୀରାମଙ୍କ ସୁମଧୁର ଲୀଳା ସମ୍ପର୍କରେ ଆଲୋଚନା କରିଥିଲେ। ପାରାୟଣ କାର୍ଯ୍ୟରେ ବ୍ୟାସ ଭାବେ ବନମାଳୀ ଶତପଥୀ ଯୋଗଦେଇଥିଲେ। ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ଅନୁଷ୍ଠିତ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ଅଧ୍ୟକ୍ଷତା କରିଥିଲେ। ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା, କଳିଙ୍ଗ ଆବାସିକ ବିଦ୍ୟାଳୟର ପ୍ରତିଷ୍ଠାତା ମନୋଜ ପ୍ରଧାନ, ପଣ୍ଡିତ ଦୟାନିଧି ଦାଶ, ବଳଭଦ୍ର ପତ୍ରୀ, ବାବାଜୀ ହୃଷୀକେଶ ଦାଶ, ପଣ୍ଡିତ ବିଜୟ କୁମାର କର, ଭବାନୀ ପ୍ରସାଦ ଓଝା, ଭୁବନ ମୋହନ ଜେନା, ଦୁର୍ଯ୍ୟୋଧନ ସାହୁ, ଧୀରେନ୍ କୁମାର ସାହୁ, ବାବାରାଜ ରାଜେଶ୍ୱରୀ, କ୍ଷୀରୋଦ ପ୍ରସାଦ ନାଥ, ଶୁକଦେବ ଜେନା, ବ୍ରଜକିଶୋର ଦାଶ, ବୀରେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ତଥା ଗୁଣୀ ଜ୍ଞାନୀ ବିଦ୍ୱାନମାନେ ଉପସ୍ଥିତ ଥିଲେ। ଧର୍ମପ୍ରାଣା ରୁକ୍ମିଣୀ ରଥ, ଦୀପକ୍ କୁମାର ରଥ, ଦିନେଶ କୁମାର ରଥ, ମାନସ କୁମାର ରଥ ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ। ଶେଷରେ ପଣ୍ଡିତ ହୃଷୀକେଶ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ବିଶ୍ୱର କଲ୍ୟାଣ ପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଶୁଭାଶିଷ କାମନା କରିଥିଲେ।


Next Post

ପଟ୍ଟାମୁଣ୍ଡାଇ ଯୁବଛାତ୍ର ବିଜେଡି ପକ୍ଷରୁ ମହିଳା ନିର୍ଯ୍ୟାତନା ବିରୋଧରେ ଡିଜିଙ୍କ ଉଦେଶ୍ୟରେ ଦାବିପତ୍ର

Mon Aug 11 , 2025
ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ପଟ୍ଟାମୁଣ୍ଡାଇ ତା ୧୧/୮- ରାଜ୍ୟ ବିଜେଡି ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧୀଦଳ ନେତା ନବୀନ ପଟନାୟକଙ୍କ ଆହ୍ୱାନରେ ସାରା ରାଜ୍ୟରେ ଦେଖାଦେଇଥିବା ମହିଳା ନିର୍ଯ୍ୟାତନା, ବ୍ୟଭିଚାର, କଲେଜ ଛାତ୍ରୀ ପୋଡି ମାମଲା ବୃଦ୍ଧି ପାଇବା ସର୍ବୋପରି ମହିଳା ଛାତ୍ରୀ ଅସୁରକ୍ଷିତ ଥିବାବେଳେ ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ପଟ୍ଟାମୁଣ୍ଡାଇ ଯୁବଛାତ୍ର ବିଜେଡି ରାସ୍ତାକୁ ଓଲ୍ହାଇଛି । ଆଜି ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ନେତୃତ୍ୱରେ […]

KANIKA