ତୁଳସୀକ୍ଷେତ୍ରର ବ୍ରହ୍ମ ତାଳଧ୍ୱଜ ରଥରେ ପ୍ରଭୁଙ୍କୁ ଶ୍ରୀ ବଳଦେବ ପାଞ୍ଜି ସମର୍ପିତ


କେନ୍ଦ୍ରାପଡା ୧ /୭-ପୁରାଣ ପ୍ରସିଦ୍ଧ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ଅପାର କରୁଣାରୁ ବହୁ ପ୍ରତିକ୍ଷୀତ ବଳଦେବ ପଞ୍ଜିକାପବିତ୍ର ନୀଳାଦ୍ରି ବିଜୟ ଅବସରରେ ଶ୍ରୀ ବଳଦେବ ପଞ୍ଜିକାରଥ ଉପରେ ପ୍ରଭୁଙ୍କୁ ସମର୍ପିତ ହୋଇଥିଲା । ପ୍ରକାଶ ଥାଉକି ଦୋଳପୂର୍ଣ୍ଣିମା ଦିନ ଉକ୍ତ ପଞ୍ଜିକା ବଳଦେବଙ୍କ ପୀଠରେ ପୂଜା ପାଠ ପରେ ପଠନ କରାଯାଇଥିବା ବେଳେ ମହାବିଷୁବ ସଂକ୍ରାନ୍ତି ଦିନ ରାଜଭବନରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଲୋକାର୍ପିତ ହୋଇଥିଲା । ବଳଦେବ ପାଞ୍ଜି ଆଜିର ପବିତ୍ର ଦିବସରେ ଲୋକାର୍ପଣ କରାଯିବା ବେଳେ ବଳଦେବ ମନ୍ଦିରର ବଡପଣ୍ଡା ପଣ୍ଡିତ ମାଧବ ଚନ୍ଦ୍ର ପତ୍ରୀ , ପାଞ୍ଜି ପ୍ରକାଶନ କମିଟିର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ବଳଦେବଜୀଉ ଦେବୋତ୍ତର ସଂସ୍ଥା ଟ୍ରଷ୍ଟି ବଳଭଦ୍ର ପତ୍ରୀ , କର୍ମକର୍ତ୍ତର୍ା ସଦସ୍ୟ ପଣ୍ଡିତ ସର୍ବେଶ୍ୱର ମିଶ୍ର , ଗବେଷକ ନିରଞ୍ଜନ ମେକାପ, ବେଳାଭୂମି ସାହିତ୍ୟ ସଂସଦ ପ୍ରତିଷ୍ଠାତା ତଥା ପରିବେଶବିତ୍ କାଶୀନାଥ ରାଉତରାୟ, ରାଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ ଜେନା, ଗୀତିକାର ବିମଳ ପ୍ରସାଦ ତ୍ରିପାଠୀ, ଗୀତିକାର ଶ୍ରୀମନ୍ତ ପଣ୍ଡା ଏବଂ କବି ଡକ୍ଟର ଶ୍ରୀଧର ସାମଲ ଆଦି ଅନେକ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ଜନମାନସରେ ଦୀର୍ଘ ଆଠଶହ ବର୍ଷ ଧରି ପ୍ରତିଛବି ଭାବେ ରହିଥିବା ବଳଦେବ ପାଞ୍ଜି ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶଙ୍କ ବଳିଷ୍ଠ ଉଦ୍ୟମ ଓ ସମ୍ପାଦନାରେ ଲୋକାର୍ପିତ ହୋଇଥିବାରୁ କେନ୍ଦ୍ରାପଡା ବାସୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସର ବାତାବରଣ ଖେଳିଯାଇଛି ।


Discover more from

Subscribe now to keep reading and get access to the full archive.

Continue reading