ଉଷା ଦେବୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ତମାଖୁ ସଚେତନତା



ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ତମାଖୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ସଲୀଳା ବାରିକ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଛାତ୍ରୀମାନେ ଯୁବରେଡ଼କ୍ରସ କାଉନସେଲର ଅଧ୍ୟାପିକା ବିଜୟଲଷ୍ମୀ ସ୍ୱାଇଁଙ୍କ ନେତୃତ୍ୱରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଉଚ୍ଚମାଧ୍ୟମିକ ସ୍କୁଲ ପରିସରରୁ ବାହାରି ବିଭିନ୍ନ ଅଂଚଳ ପରିକ୍ରମା କରି ବଲୁରିଆ ପର୍ଯ୍ୟନ୍ତ ଯାଇ ତମାଖୁ ସେବନ ବିରୋଧରେ ଜନସଚେତନତା ସୃଷ୍ଟି କରିଥିଲେ । ଏଇ ଅବସରରେ ଛାତ୍ରୀମାନେ ତମାଖୁ ସେବନ ବିରୋଧରେ ମଧ୍ୟ ପଥପ୍ରାନ୍ତ କ୍ଷୁଦ୍ର ନାଟକ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବରେଡକ୍ରସ କାଉନସେଲର ଅଧ୍ୟାପିକା ବିଜୟଲଷ୍ମୀ ସ୍ୱାଇଁ, ଅଧ୍ୟାପିକା କବିତା ରାଉତ, ମଞ୍ଜୁଶ୍ରୀ ଜେନା ଓ ସସ୍ମିତା ମହାରଣା ପରିଚାଳନା କରିଥିଲେ ।