ରସଗୋଲା ଦିବସ ଅବସରରେ ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ


କେନ୍ଦ୍ରାପଡା ୧/୭- ପ୍ରବାଦ ଅଛି ଆଜି ଶ୍ରୀ ଜଗନ୍ନାଥଙ୍କ ନିଳାଦ୍ରି ବିଜେ ବେଳେ ମା ଲକ୍ଷ୍ମୀ ସିଂହ ଦ୍ୱାର ବନ୍ଦ କରିଦିଅନ୍ତି । ପ୍ରଭୂ ଶ୍ରୀ ଜଗନ୍ନାଥ ରସଗୋଲା ଦେଇ ମାଁ ଲକ୍ଷ୍ମୀଙ୍କୁ ମାନ ଭଞ୍ଜନ କରିଥାନ୍ତି । ତେଣୁ ଆଜି ଦିନଟିକୁ ରସଗୋଲା ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ କେନ୍ଦ୍ରାପଡା ସହରର ବଣିଆମାଳ ଗ୍ରାମର ଚିତ୍ରଶିଳ୍ପୀ ବିଭୂତି ମହାନ୍ତି ନିଆରା ପ୍ରୟାସ କରିଛନ୍ତି । ସେ ଏକ ଅବଢାକୁଡିଆରେ ପ୍ରଭୂ ଶ୍ରୀ ଜଗନ୍ନାଥ, ଦେବୀ ଶୁଭଦ୍ରା ଓ ଶ୍ରୀ ବଳଦେବଜୀୟୁଙ୍କ ପ୍ରତିମୃର୍ତ୍ତି ଅଙ୍କନ କରି ତା ଭିତରେ ରସଗୋଲା ଭର୍ତ୍ତିକରି ପ୍ରଭୂଙ୍କୁ ସମର୍ପଣ କରିଥିଲେ । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଶୟ ହୋଇଛି । ସେ ଜଣେ ଉଚକୋଟିର ଚତ୍ରଶିଳ୍ପୀ ସହିତ ପତ୍ରକୁ କାଟି ବିଭିନ୍ନ ଆକୃତି କରି ପରିବେଶ ଉପରେ ସଚେତନତା କରନ୍ତି ।


Discover more from

Subscribe now to keep reading and get access to the full archive.

Continue reading