ରସଗୋଲା ଦିବସ ଅବସରରେ ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ


କେନ୍ଦ୍ରାପଡା ୧/୭- ପ୍ରବାଦ ଅଛି ଆଜି ଶ୍ରୀ ଜଗନ୍ନାଥଙ୍କ ନିଳାଦ୍ରି ବିଜେ ବେଳେ ମା ଲକ୍ଷ୍ମୀ ସିଂହ ଦ୍ୱାର ବନ୍ଦ କରିଦିଅନ୍ତି । ପ୍ରଭୂ ଶ୍ରୀ ଜଗନ୍ନାଥ ରସଗୋଲା ଦେଇ ମାଁ ଲକ୍ଷ୍ମୀଙ୍କୁ ମାନ ଭଞ୍ଜନ କରିଥାନ୍ତି । ତେଣୁ ଆଜି ଦିନଟିକୁ ରସଗୋଲା ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ କେନ୍ଦ୍ରାପଡା ସହରର ବଣିଆମାଳ ଗ୍ରାମର ଚିତ୍ରଶିଳ୍ପୀ ବିଭୂତି ମହାନ୍ତି ନିଆରା ପ୍ରୟାସ କରିଛନ୍ତି । ସେ ଏକ ଅବଢାକୁଡିଆରେ ପ୍ରଭୂ ଶ୍ରୀ ଜଗନ୍ନାଥ, ଦେବୀ ଶୁଭଦ୍ରା ଓ ଶ୍ରୀ ବଳଦେବଜୀୟୁଙ୍କ ପ୍ରତିମୃର୍ତ୍ତି ଅଙ୍କନ କରି ତା ଭିତରେ ରସଗୋଲା ଭର୍ତ୍ତିକରି ପ୍ରଭୂଙ୍କୁ ସମର୍ପଣ କରିଥିଲେ । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଶୟ ହୋଇଛି । ସେ ଜଣେ ଉଚକୋଟିର ଚତ୍ରଶିଳ୍ପୀ ସହିତ ପତ୍ରକୁ କାଟି ବିଭିନ୍ନ ଆକୃତି କରି ପରିବେଶ ଉପରେ ସଚେତନତା କରନ୍ତି ।


Next Post

ଦକ୍ଷତା ବିକାଶ ତାଲିମ ନିମନ୍ତେ ପରାମର୍ଶ ଶିବିର

Sat Jul 1 , 2023
କେନ୍ଦ୍ରାପଡ଼ା, ୧ା୭ : କେନ୍ଦ୍ରାପଡା ବିଜୁ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ନିମନ୍ତେ ଏକ ପରାମର୍ଶ ଶିବିର କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆସିଷ୍ଠାଣ୍ଟ ଇଲେକ୍ଟ୍ରୀସିଆନ ଟ୍ରେଡ ନିମନ୍ତେ ଦଶମରୁ ଉର୍ଦ୍ଧ୍ୱ ପାସ ପିଲାଙ୍କୁ ଆଡମିଶନ ଏବଂ ତାଲିମ ଦେବା ନିମନ୍ତେ ସୁଯୋଗ ପ୍ରଦାନ କରାଯାଉଛି । ଏହି ଶିବିରକୁ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ […]

KANIKA