ଗୁଲନଗର ଗ୍ରାମରେ ଜନବସତିରେ ନୂତନ ଶ୍ମଶାନକୁ ତୀବ୍ର ବିରୋଧ କରି ଜିଲ୍ଲାପାଳଙ୍କୁ ଅଭିଯୋଗ



କେନ୍ଦ୍ରାପଡା,୨୧ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ୭ନଂ ୱାର୍ଡରେ ପ୍ରସ୍ତାବିତ ନୂତନ ଶ୍ମଶାନଗୃହ ନିର୍ମାଣ ସ୍ଥଳକୁ ସ୍ଥାନାନ୍ତର କିମ୍ବା ବାତିଲ କରିବାକୁ ଜିଲ୍ଲାପାଳଙ୍କୁ ଶତାଧିକ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନ ସେହି ଅଞ୍ଚଳରେ ଜନବସତି ହେବା ସହିତ ଏକ ମନ୍ଦିର ଓ ଗାଧୂଆ ତୁଠ ରହିଅଛି । ତେଣୁ ସେହି ଅଞ୍ଚଳରେ ଶ୍ମଶାନ କଲେ ସେହି ଅଞ୍ଚଳର ପିଲାମାନେ ସେହି ରାସ୍ତାରେ ଯିବାଆସିବା କରିବାକୁ ଭୟଭିତ ହେବା ସହିତ ବିଭିନ୍ନ ପ୍ରକାରର ଦୁର୍ଗନ୍ଧ ହେବ । ଗୁଲନଗର ଗ୍ରାମବାସୀମାନେ ବିଗତ ଦିନରୁ କଜଳା ଶ୍ମଶାନକୁ ଶବଦାହ କରିବାକୁ ଯାଉଛନ୍ତି । ଏହାକୁ ତୀବ୍ର ବିରୋଧ କରି ଗ୍ରାମବାସୀମାନେ ପ୍ରସ୍ତାବିତ ଅଞ୍ଚଳରେ ଶ୍ମଶାନ ନକରି ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବାକୁ ଦାବି କରି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପୁରଣ ନହେଲେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଆତ୍ମହତ୍ୟା କରିବାକୁ ପଛାଇବେ ନାହିଁ ବୋଲି ଉପଜିଲ୍ଲାପାଳଙ୍କୁ କହିଛନ୍ତି । ଏହି ଦାବିପତ୍ର ସମୟରେ ସୁରଥ ବେଜ, ସଂଯୁକ୍ତା ରଣା, ରଶ୍ମିତା ରଣା, ସୁଭଦ୍ରା କୁବେର, ରଶ୍ମିରେଖା ସାହୁ, ସୁବାସ ବାରିକ, ଅଲେଖ ସେଠୀ, ଗିରିଧାରୀ ବେହେରା, ପର୍ଶୁରାମ ବେହେରା, ଗୌରାଙ୍ଗ ବେହେରା, କୃଷ୍ଣଚନ୍ଦ୍ର ବେହେରା, ଅଭିରାମ ରଣା, ମୌନାବତୀ ସାହୁ, ଗାୟତ୍ରୀ ସାହୁ, ରଞ୍ଜୁଲତା ସାହୁ ସମେତ ଶତାଧିକ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।


Next Post

ଡା ସୁଚାରୁହାସିନୀ ପାତ୍ରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

Sat Mar 22 , 2025
ପଟ୍ଟାମୁଣ୍ଡାଇ ୨୨/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଡିଭାଇନ ପ୍ୟାଲେସ ଠାରେ ଦିବଙ୍ଗତା ଡା ସୁଚାରୁହାସିନୀ ପାତ୍ରଙ୍କ ଏକାଦଶାହ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନମନ୍ତ୍ରୀ ପଂଚାନନ କାନୁନଗୋ, ବିଜେବି କଲେଜ ପ୍ରଫେସର ନିତ୍ୟାନନ୍ଦ ସାହୁ,ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ପ୍ରଭାତ […]

KANIKA