ଜିଲ୍ଲାର ୨ଟି କେନ୍ଦ୍ରରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠୁ ଆରମ୍ଭ


କେନ୍ଦ୍ରାପଡ଼ା, ୩ା୭ : କେନ୍ଦ୍ରାପଡା ଜିଲ୍ଲାର ୨ଟି ପରୀକ୍ଷା କେନ୍ଦ୍ରରେ ଆଜିଠୁ ମାଟ୍ରିକ ପରୀକ୍ଷା ଓ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ ଆରମ୍ଭ ହୋଇଛି । କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ପରୀକ୍ଷା କେନ୍ଦ୍ର ହୋଇଛି । ଆଜି ପ୍ରଥମ ଦିନରେ ଓଡିଆ ବିଷୟରେ ପରୀକ୍ଷା ଥିବା ବେଳେ କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୫ଜଣ ପରୀକ୍ଷାର୍ଥିଙ୍କ ମଧ୍ୟରୁ ୪ଜଣ ଅନୁପସ୍ଥିତ ଥିବା ବେଳେ ୧୧ଜଣ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ସେହିଭଳି ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୪୩ଜଣ ପରୀକ୍ଷା ଦେବାକୁ ଥିବା ବେଳେ ୧୩ଜଣ ଅନୁପସ୍ଥିତ ଥିଲେ । ସେଠାରେ ୩୦ଜଣ ପରୀକ୍ଷା ଦେଇଥିବା ଜଣାପଡିଛି । ସେହିପରି କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୭୨ଜଣ ପରୀକ୍ଷାର୍ଥୀ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ ଦେବା ପାଇଁ ଥିବା ବେଳେ ୬୩ ଜଣ ପରୀକ୍ଷା ଦେଇଛନ୍ତି । ୯ଜଣ ଅନୁପସ୍ଥିତ ଥିବା ଜଣାପଡିଛି । ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୭୫ଜଣ ପରୀକ୍ଷା ଦେବାକୁ ଥିବା ବେଳେ ୭୧ଜଣ ପରୀକ୍ଷା ଦେଇଛନ୍ତି ଓ ୪ଜଣ ଅନୁପସ୍ଥିତ ଥିଲେ । ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବାକୁ ଥିବା ବେଳେ ଉଭୟ କେନ୍ଦ୍ରରେ ପ୍ରଶ୍ନପତ୍ର ମହଜୁଦ ରଖାଯାଇଛି । ଏହି ପରୀକ୍ଷାର ତଦାରଖ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି ଓ ପ୍ରତ୍ୟେକ କେନ୍ଦ୍ରରେ ଅବଜରଭରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ସୂଚନା ଦେଇଛନ୍ତି ।


Next Post

କଳାକାରମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

Tue Jul 4 , 2023
କେନ୍ଦ୍ରାପଡା ୩/୭- ଜିଲ୍ଲାର କଳାକାରମାନେ ଆଜି ସହକାରୀ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲା ସଂସ୍କୃତି ଅଧିକାରିଣୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଥିଲା କଳାକାରମାନଙ୍କ ଭତ୍ତା ସେମାନଙ୍କୁ ନିୟମିତ ଦିଆନଯାଇ ସାତଆଠ ମାସ କାଳ ତାଙ୍କ କାର୍ଯ୍ୟାଳୟରେ ପକାଇ ରଖୁଛନ୍ତି । ଜୀବିତ ପ୍ରମାଣ ପତ୍ର କଳାକାରମାନଙ୍କଠାରୁ ବର୍ଷକୁ ୨୦ ଥର ନେଉଛନ୍ତି । ବରିଷ୍ଠ ନାଗରିକ ଓ ବୃଦ୍ଧ କଳାକାରମାନଙ୍କୁ ଅସମ୍ମାନ କରୁଛନ୍ତି । ଭତ୍ତା […]

KANIKA