
କେନ୍ଦ୍ରାପଡ଼ା, ୫/୬: ସାଧାରଣ ନିର୍ବାଚନ ଅବସରରେ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଓ ମହାକାଳପଡା ବିଧାନସଭାର ନବନିର୍ବାଚିତ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କର ବିଜୟ ଫଳରେ ବିକାଶ ମଞ୍ଚର ସଭାପତି ତଥା ପରିବେଶବିତ୍ କାଶିନାଥ ରାଉତରାୟ ସମ୍ପାଦକ ବିଚିତ୍ର ବାରିକ, ଉପଦେଷ୍ଟା ପ୍ରତାପ ରୁଦ୍ର ପାଇକରାୟ, ମଞ୍ଚର ସଦସ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ଧନେଶ୍ୱର ସେଠୀ, ମିକି ମହାପାତ୍ର, ନିରଞ୍ଜନ ଓଝା, ବିଶ୍ୱନାଥ ରାଉତରାୟ, ଲକ୍ଷ୍ମୀଧର ସ୍ୱାଇଁ, ସରୋଜ ସାହୁ, ବାଦଲ ବେହେରା, ମାନା ଓଝା, କମଳ ବାରିକ, କମିନା ଜେନା, ପବିତ୍ର କୁମାର ମାଇତି, ମାଧବ ଜେନା, ଭାଗୀରଥି ନନ୍ଦ ପ୍ରମୁଖ ଶୁଭ ଅଭିନନ୍ଦନ ଜଣାଇବା ସହ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିବିଧ ସମସ୍ୟା ଦୂରୀକରଣ କରିବା ସହ ସାମଗ୍ରୀକ ବିକାଶ ପାଇଁ ଦୃଷ୍ଟି ନିବେଶ କରିବେ ବୋଲି ନିବେଦନ କରିଛନ୍ତି । ଏହା ସହିତ ମହାକାଳପଡା ନିର୍ବାଚନ ମଣ୍ଡଳୀର ସମସ୍ତ ସଚେତନ ଭୋଟର ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି । ନବନିର୍ବାଚିତ ବିଧାୟକ ବିଧାନସଭାରେ ମାଟି ପାଇଁ ପାଟି ଖୋଲିବା ସହ ନିର୍ବାଚନ ମଣ୍ଡଳୀର ମୌଳିକ ସମସ୍ୟା ଗୁଡିକୁ ଅଞ୍ଚଳର ସଚେତନ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ କର୍ମୀମାନଙ୍କ ସହ ସମନ୍ୱୟ ରକ୍ଷା କରି ସମାଧାନ କରିବା ପାଇଁ ମଞ୍ଚ ସଭାପତି କାଶିନାଥ ରାଉତରାୟ ପରାମର୍ଶ ଦେଇଛନ୍ତି ।











