ଓଡ଼ିଶା ମୋଟର ଚାଳକ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ


ଓଡ଼ିଶା ମୋଟର ଚାଳକ ସଂଘ ର କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ନଗର ଶାଖା ଉଡାଘାଟନ ଗୋପ ସ୍ଥିତ କମଲ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା ଉପସ୍ଥିତ ହୋଇ ଡ୍ରାଇଭର ମାନଙ୍କୁ ଆଦି ଚାଳକ (ସାରଥୀ) ଭଗବାନ ଶ୍ରୀକୃଷ୍ଣଙ୍କ ବଂଶଜ ବୋଲି କହିବା ସହିତ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନକୁ ଚାଳକ ଦିବସ ରୂପେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ବରେଣ୍ୟ ଅତିଥି ରୂପରେ ପୂର୍ବତନ ବିଧାୟକ ଅଲେଖ ଜେନା ଡ୍ରାଇଭର ମାନଙ୍କ ବିଭିନ୍ନ ପ୍ରକାରର ସଂଘର୍ଷ ପୂର୍ଣ୍ଣ କାହାଣୀ ମାନ ବର୍ଣ୍ଣନା କରିବା ସହିତ ସରକାର ଡ୍ରାଇଭର ମାନଙ୍କ ପ୍ରତି କଣ କଣ ଆଭିମୁଖ୍ୟ ରହିବା ଆବଶ୍ୟକ ତାହା ଆଲୋଚନାକୁ ଆଣିଥିଲେ । ଉପସ୍ଥିତ ଥିବା ଓଡ଼ିଶା ମୋଟର ଚାଳକ ସଂଘର ସଭାପତି ଅକ୍ଷୟ କୁମାର ନାୟକ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା ପ୍ରସ୍ତାବକୁ ଗ୍ରହଣ କରି ଶ୍ରୀକୃଷ୍ଣଙ୍କ ଜନ୍ମ ଦିନକୁ ଚାଳକ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ । ସଂଗଠନର ରାଜ୍ୟ ଉପସଭାପତି ଦେବେନ୍ଦ୍ରନାଥ ବେହେରା ଓ ସାଧାରଣ ସମ୍ପାଦକ ଅରୁଣ କୁମାର ମହାନ୍ତି ସାଂଗଠାନିକ ବିଷୟ ବସ୍ତୁ ଆଲୋଚନା କରିବା ସହିତ ସଂଗଠିତ ହେଲେ ସରକାରଙ୍କ ତରଫରୁ କିକି ସୁବିଧା ମିଳିବ ତାହା କର୍ମକର୍ତ୍ତା ମାନଙ୍କୁ ସୁଚାଇଥିଲେ । ନଗର ଶାଖା ଉଦଟନ,ଲୋଗୋ ଉନ୍ମୋଚନ ଏବଂ ପରିଚୟ ପତ୍ର ବଣ୍ଟନ କରାଯାଇ କେନ୍ଦ୍ରାପଡ଼ା ଜିଲ୍ଲା କମିଟି ଘୋଷଣା ହୋଇଥିଲା ଜିଲ୍ଲା ସଭାପତି ରୂପରେ ମନୀନ୍ଦ୍ର କୁମାର ରାଉତ,କାର୍ଯ୍ୟକାରୀ ସଭାପତି ଦାଶରଥି ସାହୁ ,ଉପସଭାପତି ଧର୍ମେନ୍ଦ୍ର କୁମାର ସାହୁ,ଦିଲୀପ କୁମାର ମଲ୍ଲିକ,ଜଗବନ୍ଧୁ ଲେଙ୍କା,ସଂଗଠନ ସମ୍ପାଦକ ରାଜ କିଶୋର ସ୍ୱାଇଁ,ସମ୍ପାଦକ ଲୋକନାଥ ଦାସ,ସହ ସମ୍ପାଦକ ସାଜିଦ୍ ଅଲ୍ଲୀ,ସନ୍ତୋଷ ମଲ୍ଲିକ,କୋଷାଧ୍ୟକ୍ଷ ଶଶୀଭୂଷଣ ଖୁଣ୍ଟିଆ,ଅଜୟ ଘଡ଼େଇ ପ୍ରମୁଖଙ୍କ ନାମ ରାଜ୍ୟ ସଭାପତି ଶ୍ରୀ ନାୟକ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡକ୍ଟର ପ୍ରସନ୍ନ ପରିଡା ସଞ୍ଚାଳନ କରିବା ସହିତ ସଂଗଠନ ସମ୍ପାଦକ ଦାଶରଥି ସାହୁ,ସମ୍ପାଦକ ଶରତ ଚନ୍ଦ୍ର ସାହାଣୀ, ସହ ସମ୍ପାଦକ ମେହେତା ଦିଗଲ କୋଷାଧ୍ୟକ୍ଷ ବିଦ୍ୟାଧର ପ୍ରଧାନ ଓ କାର୍ଯ୍ୟନିର୍ବାହୀ ସଭ୍ୟ ଅକ୍ଷୟ ପରିଡା,ନାରାୟଣ ଦାସ,ସତ୍ୟ ପ୍ରଧାନ,ସୁବ୍ରତ ଯୋଶୀ, ଅନିରୁଧ ପ୍ରଧାନ, ଆସ୍ତିକ ନାୟକ,ତାରାପ୍ରସାଦ ଷଡ଼ଙ୍ଗୀ, ବଲାଙ୍ଗୀର,ବୌଦ୍ଧ,ଅନୁଗୁଳ,କେନ୍ଦୁଝର,ଭଦ୍ରକ,ଭୁବନେଶ୍ୱର,କଟକ,ଜଗତସିଂହପୁର ଭଳି ପ୍ରାୟ ୨୦ଟି ଜିଲ୍ଲାର ସଭାପତି ଓ କାର୍ଯ୍ୟକର୍ତ୍ତା ମାନେ ଆସି ଉପସ୍ଥିତ ରହିଥିଲେ ।


Discover more from

Subscribe now to keep reading and get access to the full archive.

Continue reading