କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିକାଶ ଓ ପୌରାଞ୍ଚଳ ବାସୀଙ୍କର ସମସ୍ତ ମୌଳିକ ଆବଶ୍ୟକତା ପୂରଣ ଓ ଉତ୍ତମ ନାଗରିକ ସୁବିଧା ଯୋଗାଇବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ସରକାର କୋଟି କୋଟି ଅନୁଦାନ ଯୋଗାଇ ଦେଇଛନ୍ତି । ଯାହାଫଳରେ ବହୁ ବୃହତପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଆଜି ପଟ୍ଟାମୁଣ୍ଡାଇ ପୌରପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପୌରପରିଷଦ ବୈଠକରେ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧକ୍ଷ ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ପୌରପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ରାଜନଗର ବିଧାୟକ ଶ୍ରୀସାହୁ କହିଲେ ଯେ ପଟ୍ଟାମୁଣ୍ଡାଇ ପୌରପରିଷଦ ବିକାଶ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ଯାହାଫଳରେ ଅନେକ ନୂତନ ବୃହତ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛିI ସମସ୍ତ ପ୍ରକଳ୍ପ ନିର୍ଧାରିତ ସମୟରେ ଉତ୍ତମ ଗୁଣବତ୍ତା ସହିତ ସଂପୂର୍ଣ୍ଣ କରିବାକୁ ପୌର ପ୍ରଶାସନ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ବିଶେଷ କରି କଚେରୀ ପୋଖରୀ ପୁନଃରୁଦ୍ଧାର, ସ୍ମାର୍ଟ ସ୍ମଶାନ, ବାଇପାସ ବିଜୁ ପଟନାୟକ ଛକରେ ଯାତ୍ରୀନିବାସ ନିର୍ମାଣ,କ୍ରିଟିକାଲ କେୟାର ହସ୍ପିଟାଲ,ପରିବା ମାର୍କେଟ,ଆଦି ବିଭିନ୍ନ ବୃହତ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବିଭିନ୍ନ ୱାର୍ଡରେ କାର୍ଯ୍ୟକାରୀ ହେଉଥିବା ଜନକଲ୍ୟାଣ ଯୋଜନା ଓ ପ୍ରକଳ୍ପର ସ୍ଥିତି ସମ୍ପର୍କରେ କାଉନସିଲରମାନଙ୍କ ସହିତ ଆଲୋଚନା କରି ୱାର୍ଡୱାରୀ ସ୍ଥିତି ସମୀକ୍ଷା କରିଥିଲେ । ତେବେ ପୌରାଞ୍ଚଳ ବିକାଶ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ୱାର୍ଡକୁ ୫୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେବା ପାଇଁ ପରିକଳ୍ପନା କରିଥିବା ନେଇ ସୂଚନା ଦେଇଥିଲେ । ବୈଠକରେ ଉପସ୍ଥିତ କାଉନସିଲର ସର୍ବଶ୍ରୀ ପ୍ରଶାନ୍ତ ବାରିକ, ଗୋପୀ ବଲ୍ଲଭ ନାୟକ, ମୃତ୍ୟୁଞ୍ଜୟ ପାଢ଼ୀ, ଲାସ୍ୟମୟୀ ସାହୁ, ସାନିଆ ପରମିନ ସାହେବା, ସୁବାଷ ମଲିକ, ଲଷ୍ମୀପ୍ରିୟା ସାହୁ, ସନ୍ତୋଷ ଦାସ,ପ୍ରିୟଙ୍କା ସେଠୀ,ସୁଧାମୟ ମଲିକ, ମଧୁସ୍ମିତା ମଲିକ, ଝରଣା ବେହେରା, ରୀନାରାଣୀ ମଲିକ,ମଳୟ ଓଝା, ବିଦ୍ୟାଧରି ସେଠୀ,ସମ୍ରାଟ ଜେନା,ବନିତା ମଲିକ ପ୍ରମୁଖ କାଉନସିଲରମାନେ ମୁଖ୍ୟତଃ ରାସନକାର୍ଡ, ଭତ୍ତା, ପାନୀୟଜଳ, ବିଦ୍ୟୁତ, ଡ୍ରେନ ନିର୍ମାଣ, ଉଜ୍ଜଳ ଆଲୋକବ୍ୟବସ୍ଥା, ସ୍କୁଲ ଗୃହ ମରାମତି ଓ ପୁନଃନିର୍ମାଣ, ପରିମଳ ବ୍ୟବସ୍ଥାରେ ଉନ୍ନତିକରଣ ଆଦି ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିଥିଲେ । ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ପୌର ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ସ୍ୱାୟତ୍ତଶାସନ ଦିବସକୁ ସପ୍ତାହ ବ୍ୟାପି ପାଳନ ପାଇଁ ନିଷ୍ପତ୍ତି ନିଆଯାଇ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶୁଭଦାନ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ କନିଷ୍ଟଯନ୍ତ୍ରୀ ପ୍ରତ୍ୟୁଷ ବ୍ରହ୍ମା, ସୁଶୀଲ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ପୌର ପରିଷଦ ଉପାଧ୍ୟକ୍ଷା ଅନୁପ୍ରିୟା ସାହୁ ଧନ୍ୟବାଦ ଦେଇଥିଲେ ।
kanikanews.in
Next Post
ବିଶୁଙ୍ଖଳିତ ଶିକ୍ଷୟତ୍ରୀଙ୍କ ବଦଳି ଦାବୀ କରି ବାଲିପାଟଣା ହାଇସ୍କୁଲରେ ତାଲା!
Wed Jul 12 , 2023
ପଟ୍ଟାମୁଣ୍ଡାଇ ୧୧.୭-ଗୁଣାତ୍ମକ ଶିକ୍ଷାର ପ୍ରସାର ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱଆରୋପ କରିବା ସହିତ ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ମାତ୍ର ବାଲିପାଟଣା ହାଇସ୍କୁଲରେ ଏହାର ଚରମ ବ୍ୟତିକ୍ରମ ଦେଖିବାକୁ ମିଳିଛି । କେଉଁଠି ଶିକ୍ଷକ ଅଭାବରୁ ଗୁଣାତ୍ମକ ଶିକ୍ଷା ପ୍ରଭାବିତ ହେଉଥୁବାବେଳେ ବାଲିପାଟଣା ହାଇସ୍କୁଲ ଶିକ୍ଷକ ଥାଇ ମଧ୍ୟ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଶିକ୍ଷା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି । ଏଥି ନେଇ […]
