ନୂତନ ପୌର ନିର୍ବାହୀ ଅଧିକାରୀଙ୍କୁ ନଗର କଂଗ୍ରେସ ତରଫରୁ ସ୍ୱାଗତ



ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ପୌରପରିଷଦରେ ନୂତନ ପୌର ନିର୍ବାହୀ ଅଧିକରୀ ଭାବେ ଯୋଗ ଦେଇଥିବା ଅଜିତ ନାରାୟଣ ପ୍ରାସାଦ ଗିରିଙ୍କୁ ମଙ୍ଗଳବାର ନଗର କଂଗ୍ରେସ ତରଫରୁ ସ୍ୱାଗତ କରାଯାଇଛି । ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଯୁବନେତା ଅବିନାଶ ଲେଙ୍କା, କାଉନସିଲର ମଳୟ ଓଝା ପୂର୍ବତନ କାଉନସିଲର ଆଲୋକ ଧଳ, ସେକ ଅମୃଲୁ, ସନାତନ ବିଶ୍ୱାଳ, ତପନ ପାତ୍ର ପ୍ରମୁଖଜେଯାଗ ଦେଇ ପଟ୍ଟାମୁଣ୍ଡାଇର ମୌଳିକ ସମସ୍ୟା ଓ ବିଭିନ୍ନ ଉନୟନ ମୂଳକ କ୍ରଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।ଏହି ଅବସରରେ ନିର୍ବାହୀ ଅଧିକରୀ ଶ୍ରୀ ଗିରି ଲୋକଙ୍କ ନିକଟତର ହୋଇ ବିଭିନ୍ନ ଯୋଜନାକୁ ସଫଳ ରୂପାୟନ କରିବା ଦିଗରେ ପ୍ରତିଶୃ୍‌ତି ଦେଇଥିଲେ ।


Next Post

ଲଷ୍ମୀସୁବଳ ବିଦ୍ୟାପୀଠରେ ଶିକ୍ଷକ ନିଯୁକ୍ତି ଦାବୀ କରି ତାଲାବନ୍ଦ ଆନ୍ଦୋଳନ

Wed Jul 12 , 2023
ପଟ୍ଟାମୁଣ୍ଡାଇ ତା ୧୧.୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ଲଷ୍ମୀସୁବଳ ବିଦ୍ୟାପୀଠରେ ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହୋଇଛି । ସମ୍ପ୍ରତି ୮ଟି ଶ୍ରେଣୀରେ ୨୦୮ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।  ମାତ୍ର ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ମାତ୍ର ୩ଜଣ ଶିକ୍ଷୟତ୍ରୀ ନିଯୁକ୍ତି ଦିଆଯାଇଥିବାରୁ ଶିକ୍ଷାଦାନ ବ୍ୟାହତ ହୋଇଛି ।  ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀରେ ଆଜି ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ ମୁଖ୍ୟଫାଟକ ତାଲା ପକାଇ […]