ମାନବ ସମ୍ବଳର ବିକାଶ ପାଇଁ ଦକ୍ଷତା ବୃଦ୍ଧି ଅପରିହାର୍ଯ୍ୟ: ଅତିରିକ୍ତ ଜିଲ୍ଲାପାଳ


କେନ୍ଦ୍ରାପଡ଼ା,୧୫ା୭: ଦକ୍ଷତାର ବୃଦ୍ଧି ହେଲେ କେବଳ ମାନବ ସମ୍ବଳର ବିକାଶ ହୁଏନି ବରଂ ପ୍ରଗତିର ନନ୍ଦିଘୋଷ ହୁଏ ଦୃପ୍ତ । ସମାଜରେ ଆସେ ବ୍ୟାପକ ରୂପାନ୍ତର । କେନ୍ଦ୍ରାପଡ଼ା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଏଭଳି ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ବିଜୁ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ଅନୁଷ୍ଠିିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିଲେ । ସେ ଦକ୍ଷତା ବିକାଶ ପାଇଁ ତାଲିମ୍ ଉପରେ ଫୋକସ୍ କରିବାକୁ କହିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ ଯୁବକଯୁବତୀମାନଙ୍କୁ ଦକ୍ଷତା ବିକାଶ ପାଇଁ ଉତ୍ସାହିତ କରିଥିଲେ । ବିଭିନ୍ନ ବିଷୟରେ କୃତିତ୍ୱ ଅର୍ଜନ କରିଥିବା ତାଲିମ୍‌ପ୍ରାପ୍ତ ଯୁବକଯୁବତୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ପୂର୍ବରୁ ଅନୁଷ୍ଠିତ ହୋଇଥିବା କୁଇଜ୍‌, ପ୍ରବନ୍ଧ ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ପରିଚାଳନା କରିଥିବା ବେଳେ ଭୋମ୍ୟ କାଲୋ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 


Next Post

ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି

Sun Jul 16 , 2023
ପଟ୍ଟାମୁଣ୍ଡାଇ ୧୫.୭-ପଟ୍ଟାମୁଣ୍ଡାଇ ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ଲାଗିରହିଥିବା ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଆଜି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ତାଲା ପକାଇ ଗଣ ଧାରଣାରେ ବସିଲେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି । ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ପାଠପଢା ବ୍ୟାହତ ହେଉଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଅବିଭାବକ ସଂଘ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି ଆସୁଥିଲେ । ନିକଟରେ ହୋଇଥିବା ଶିକ୍ଷକ […]

You May Like