
ଗୋପାଳଦାସ ସ୍ମାରକୀ କଳାମନ୍ଦିରର ଉପଦେଷ୍ଟା ପ୍ରଭାତ ଚନ୍ଦ୍ର ପାଣି ଙ୍କ ବିୟୋଗରେ (ଗଡମେକର) ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଗଡମେକର ସାଧାରଣ ସଂପାଦକ ଦୟାନିଧି ବଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶୋକସଭାରେ ଗଡମେକର ପ୍ରତିଷ୍ଠାତା ଗୀତିକବି ସୁଶାନ୍ତ ପାଣି , ଗୁରୁ ସମୀର ରଞ୍ଜନ ଦାସ , ରମେଶ କୁମାର ଦେ, ରବିନ୍ଦ୍ର ମଲ୍ଲିକ, ଇନ୍ଦୁମତୀ ପରିଡା, ସ୍ମୃତିପ୍ରୀୟା ପ୍ରଧାନ, ଇପସାରାଣୀ ବେହେରା, ଧ୍ରୁବ ଚରନ ସାହୁଙ୍କ ସମେତ ଶତାଧିକ ଶିକ୍ଷାର୍ଥୀ ଓ ଶୁଭେଛୁ ଯୋଗଦେଇ ସ୍ୱର୍ଗତ ପାଣିଙ୍କ ସ୍ମୁତିଚାରଣ କରିଥିଲେ । ସ୍ୱର୍ଗତ ପାଣୀ ୧୯୪୫ ମସିହା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ନଶିପୁର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ଅରୁଆ ଉଚ୍ଚ ଶିକ୍ଷାଶ୍ରମରୁ ପ୍ରଥମ ଥର ପ୍ରଥମ ଶ୍ରେଣୀରେ ମାଟ୍ରୀକ ପାସ କରିଥିଲେ । ପ୍ରବାସୀ ଓଡିଆ ଭାବେ କୋଲକାତାରେ ପ୍ରବାସୀ ଓଡିଆ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସମୟରେ ପିୟରଲେସରେ ଯୋଗ ଦେଇଥିଲେ । ପରବର୍ତୀ ସମୟରେ ତପୋବନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଆରମ୍ଭ କରି ବହୁବେକାର ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇଥିଲେ । ସେ ଗଡମେକର ଉପଦେଷ୍ଟା ଥିଲେ । ତାଙ୍କ ପିତାଙ୍କ ନାମରେ ପଦ୍ମନାଭ ସେବାସଂସ୍ଥା, ବାଳିକା ଉଚ୍ଚବିଦ୍ୟାଳୟ ସ୍ଥାପନ କରିଥିଲେ । ସମାଜ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା । ସେଜଣେ ପରୋପକାରୀ ଓ କର୍ତବ୍ୟ ନିଷ୍ଟବ୍ୟକ୍ତି ଥିଲେ । ସେ କଟକରେ ଅବସ୍ଥାନ କରୁଥିଲେ ମଧ୍ୟ ଗାଁର ବିଭିନ ସାମାଜିକ, ସାଂସ୍କୃତିକ ଓ ଗଠନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକରଛାୟା ଖେଳିଯାଇଛି ।











