ଏକ୍‌ଜିଟ୍‌ ପୋଲକୁ ନେଇ ମୁହଁ ଖୋଲିଲେ ପାଣ୍ଡିଆନ୍‌, କହିଲେ ୧୧୦ ବିଧାନସଭା ଆସନ ଜିତିବ


ଭୁବନେଶ୍ୱର,୩।୬: ଶନିବାର ନିର୍ବାଚନ ଶେଷ ହେବା ପରେ ମଙ୍ଗଳବାର ଆସିବ ଫଳାଫଳ। ତେବେ ଓଡ଼ିଶାର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ଜିତିବାକୁ ନେଇ ଆଶା ପ୍ରକଟ କରିଛନ୍ତି। ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ଦ୍ୱାରା ଜାରି ଏକ୍‌ଜିଟ୍‌ ପୋଲ ରିପୋର୍ଟ ସମସ୍ତଙ୍କ ଚିନ୍ତା ବଢାଇଛି । ଏହି ସମୟରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିଛନ୍ତି। ଏହି ଆଲୋଚନାବେଳେ ଏକ୍‌ଜିଟ୍‌ ପୋଲ ରିପୋର୍ଟକୁ ବିଶ୍ୱାସ ନ କରିବା ପାଇଁ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେବା ସହ ବିଜେଡି ଅତିକମରେ ୧୧୦ ବିଧାନସଭା ଆସନ ଜିତିବ ବୋଲି ପାଣ୍ଡିଆନ ଭରସା ଦେଇଥିବା ଜଣାପଡିଛି।