ଅଳିଆ ଆବର୍ଜ୍ଜନା ଓ ପଚା ପାଣି ଯୋଗୁଁ ମଶା ବଂଶ ବୃଦ୍ଧି, ରୋଗ ବ୍ୟାପିବା ଆଶଙ୍କା


କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୨୧ନମ୍ବର ୱାର୍ଡ ସଂଲଗ୍ନ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଶୁକଦେବ ଏନକ୍ଲାଭ ପାଶ୍ୱର୍ ତଥା କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ଅପରପାଶ୍ୱର୍ରେ ଅଳିଆ ଆବର୍ଜ୍ଜନା ଭର୍ତ୍ତି ହୋଇ ରହିବା ଏବଂ ପଚା ପାଣି ନିଷ୍କାସନ ହୋଇନପାରି ଜମି ରହିଥିବାରୁ ସେଠାରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଫଳରେ ମଶା ଡାଆଁଶଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି । ସେଥିଯୋଗୁଁ ନିକଟସ୍ଥ ଅଧିବାସୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଏସମ୍ପର୍କରେ ବାରମ୍ବାର ଅଭିଯୋଗ କଲେବି ଅଦ୍ୟାବଧି କୈାଣସି ସୁଫଳ ସେମାନଙ୍କୁ ମିଳିପାରିନାହିଁ । ଏମିତିକି ଦିନରେ ମଧ୍ୟ ସେହି ସ୍ଥାନର ପାଶ୍ୱର୍ ବର୍ତ୍ତି ଗୃହ ଗୁଡିକରେ ମଶାଡାଆଁଶଙ୍କ ପ୍ରାଦୃର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଏହି ସବୁ ଅଳିଆ ଆବର୍ଜ୍ଜନାକୁ ତୁରନ୍ତ ସଫା କରାନଗଲେ ସେହି ସ୍ଥାନରେ ବୃଦ୍ଧି ପାଉଥିବା ମଶାଙ୍କ ଯୋଗୁଁ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ତେଣୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଅଞ୍ଚଳବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।


Next Post

ସମସ୍ତଙ୍କ ମଙ୍ଗଳ କାମନା କଲେ ଆପଣା ଛାଏଁ ନିଜର ମଙ୍ଗଳ ହୋଇଥାଏ- ଶ୍ରୀମା, ଦିଲ୍ଲୀରେ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସର ପ୍ରସ୍ତୁତି ବୈଠକ

Tue Jul 18 , 2023
କେନ୍ଦ୍ରାପଡ଼ା,୧୮ା୭: ମଣିଷ ନିଜ ପାଇଁ ଅନେକ କିଛି କାମ କରେ । ନିଜ ମଙ୍ଗଳ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରେ । ଅନ୍ୟ ପାଇଁ କାମ କରୁଥିବା, ଅନ୍ୟର ମଙ୍ଗଳ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିବା ଲୋକଙ୍କ ସଂଖ୍ୟା ଆଜିର ଦୁନିଆରେ ବହୁତ କମ୍ । ହେଲେ ଅନ୍ୟର ମଙ୍ଗଳ ପାଇଁ ଓ ସଂସାରର ମଙ୍ଗଳ ପାଇଁ ପ୍ରାର୍ଥନା କଲେ ଆପଣାଛାଏଁ ନିଜର ମଙ୍ଗଳ ହୋଇଥାଏ ବୋଲି ବିଶିଷ୍ଟ ଆଧ୍ୟାତ୍ମିକ […]

KANIKA