ବନୋଜ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଂଟ. ଯାଜପୁର କ୍ରିକେଟ ଟିମ ଚମ୍ପିୟାନ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ମହାବୀର କ୍ରିକେଟ କ୍ଲବ ପଡିଆରେ ଆୟୋଜିତ ବନୋଜ ସାହୁ ସ୍ମାରକୀ ଚ୍ୟାଲେଞ୍ଜ ଟ୍ରଫିର ଫାଇନାଲ ମ୍ୟାଚ କେନ୍ଦ୍ରାପଡ଼ା ବାଲାବାବା କ୍ରିକେଟ କ୍ଲବ ଓ ଯାଜପୁର ଜାଗୁଳାଇ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଯାଜପୁର କ୍ରିକେଟ କ୍ଲବ ନିର୍ଧାରିତ ୨୦ ଓଭରରେ ୩୦୨ ରନ କରଥିଲା । ଜବାବରେ ୩୦୩ ରନର ବିଶାଳ ସ୍କୋରର ପିଛା କରି ବାଲାବାବା କ୍ରିକେଟ କ୍ଲବ ନିର୍ଧାରିତ ୨୦ଓଭରରେ ସମସ୍ତ ୱକେଟ ହରାଇ ୨୮୧ ରନ କରିବା ସହ ରନରସପ ହୋଇଥିଲା ।

ଗାଳ୍ପିକ ପ୍ରଦୀପ ନାୟକଙ୍କ ସଯୋଜନାରେ ଆୟୋଜିତ ଉଦଯାପନୀ ଉତ୍ସବର ପୁରସ୍କାର ବିତରଣୀ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ସହ ପନ୍ଦର ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଯୁବ ଶକ୍ତି ଓ କ୍ରୀଡାର ବିକାଶ ପାଇଁ ଉତ୍ସାର୍ଗୀକୃତ ବୋଲି ପ୍ରକାଶ କରିବା ସହିତ ରାଜ୍ୟର ଯୁବଶକ୍ତିର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସମ୍ବନୀତ ଯୁବବିକାଶ କାର୍ଯ୍ୟକ୍ରମ ଭଳି ଏକ ଅଭିନ୍ୱ ଯୋଜନା ଆରମ୍ଭ କରିଛନ୍ତି । ସମଗ୍ର ବିଶ୍ୱର ମାନଚିତ୍ରରେ ଓଡିଶା ଆଜି କ୍ରୀଡାର ରାଜଧାନୀର ମାନ୍ୟତା ଲାଭ କରିଛି ବୋଲି ପ୍ରକାଶ କରିଥିଲେ । ମହାବୀର କ୍ରିକେଟ କ୍ଲବର ଅନୁସାଙ୍ଗିକ ବିକାଶ ପାଇଁ ତାଙ୍କର ସମସ୍ତ ସହଯୋଗ ରହିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ସମ୍ମାନିତଅତିଥି ଭାବେ ଯୋଗ ଦେଇ ରନରସପ ଦଳକୁ ଟ୍ରଫି ଓ ୧୦ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିବା ସହ ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ ସଙ୍ଗମ ସ୍ଥଳରେ ଥିବା ମହାବୀର କ୍ରିକେଟ ପଡିଆକୁ ଏକ ମିନି ଷ୍ଟାଡିୟମରେ ରୂପାନ୍ତରିତ କରିବାକୁ ପଟ୍ଟାମୁଣ୍ଡାଇ ବ୍ଲକ ତରଫରୁ ଅନୁଦାନ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ ପୌରାଅଧ୍ୟକ୍ଷ ହେମନ୍ତ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ଅରୁଣ ସାହୁ, ସଂସାରଫଳ ପଂଚାୟତ ସରପଂଚଙ୍କ ପ୍ରତିନିଧି ସୁଶାନ୍ତ ସାମନ୍ତରାୟ, ଖବରଦାତା ଅଜା ଭାସ୍କର ରାଉତରାୟ, ବିଜେଡି ମେଡ଼ିଆ ସେଲ ପ୍ରଭାରୀ ବିଜୟ ନାୟକ, ସୁବାସ ଦାଶ ଯୋଗ ଦେଇଥିଲେ । ଶେଷରେ ସର୍ବେଶ୍ୱର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।