ପଟ୍ଟାମୁଣ୍ଡାଇ ବିଜେଡି ସଂଗଠନ ମଜଭୁତ କରିବା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ


ପଟ୍ଟାମୁଣ୍ଡାଇ ୧୮.୭- ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ମଜଭୁତ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ବିକାଶର ବାର୍ତା ଜନସାଧାରଣଙ୍କ ନିକଟରେ ପହଁଚାଇବା ପାଇଁ ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ମନ୍ତ୍ରୀ, ସାଂସଦ ବିଧାୟକ ଓ କର୍ମକର୍ତାମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ମର୍ମରେ କାର୍ଯ୍ୟ କରି ସଂଗଠନକୁ ମଜଭୁତ କରିବା ପାଇଁ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରମିଳା ମଲିକ ଜିଲ୍ଲାର ସମସ୍ତ ବିଧାୟକ ଓ କର୍ମକର୍ତାଙ୍କୁ ନିର୍ଦେଶ ଦେବା ପରେ ଦଳୀୟ କର୍ମକର୍ତର୍ାମାନେ ସକ୍ରିୟ ଓ ସଜାଗ ହୋଇପଡିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପରାମର୍ଶକ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଂଚାୟତରେ ବିଜେଡି ସଂଗଠନକୁ ଅଧିକ ସକ୍ରିୟ ଓ ମଜବୁତ କରିବା ପାଇଁ ପଂଚାୟତସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଡାମରପୁର-ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ଅରଡ଼ପଲ୍ଲୀ- ସ୍ୱପ୍ନରଞ୍ଜନ ବେହେରା, ଗଙ୍ଗାରାମପୁର- ଅରକ୍ଷିତ ସାହୁ, ବାଛରା- କୈଳାଶ ସିଂହ, ଶାସନ- ଦେବେନ୍ଦ୍ର ଦାସ, ବିଲିକଣା – ସୁରେଶ ପଣ୍ଡା, କଖାରୁଣୀ – ନୟନ ଗିରି, ଓଉପଡା – ସୁବାଷ ଦାଶ, ବଡ଼ମୋହନପୁର – ଅନିଲ ଦାସ, ସଂସାରଫଳ – ଦିବାକର ସେଠୀ, ବଳଭଦ୍ରପୁର – ସୁରେଶ ଜେନା , ସାନଜରିଆ -ଧନୁର୍ଜୟ ସ୍ୱାଇଁ, ଦୋଷିଆ – ବିଜୟ ରାଉତ, ଦିହୁଡିପୁର – କ୍ଷୀରୋଦ ପ୍ରଧାନ, ବଡ଼ପଡା – ସତ୍ୟବ୍ରତ ରାୟ, ଶ୍ରୀରାମପୁର – ସମୀର ମଲିକ, ଖଡ଼ିଅଂଟା – କଲ୍ୟାଣ ସ୍ୱାଇଁ, ଡାମରପୁର – ଲଳିତ ଧଳ ଓ ଖଣତା ପଂଚାୟତ ପର୍ଯ୍ୟବେକ୍ଷକ ଭାବେ ହୃଷିକେଶ ଜେନାଙ୍କୁ ନିଯୁକ୍ତି ଦିଆଯାଇଛି । ବିଭିନ୍ନ ପଂଚାୟତର ପର୍ଯ୍ୟବେକ୍ଷକମାନେ ନିଷ୍ଠାର ସହିତ ଦଳର ସଂଗଠନକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିବାକୁ ବ୍ଲକ ବିଜେଡି ସଭାପତି ଶ୍ରୀସାହୁ ପରାମର୍ଶ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading