କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ


କେନ୍ଦ୍ରାପଡ଼ା,୨୦ା୭: କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଜିଲ୍ଲା ଦକ୍ଷତା କମିଟିର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ କେନ୍ଦ୍ରାପଡା ଜିଲ୍ଲାର ଦକ୍ଷତା ବିକାଶ ତାଲିମ ଉପରେ ସମ୍ପୂର୍ଣ୍ଣ ତଥ୍ୟ କମିଟି ଆଗରେ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ଚାଲୁଥିବା ଦକ୍ଷତା ବିକାଶ ତାଲିମର କିପରି ସମ୍ପ୍ରସାରଣ ହୋଇପାରିବ ଏବଂ ସରକାର ପ୍ରଦାନ କରୁଥିବା ଲକ୍ଷ୍ୟ କିପରି ହାସଲ କରିହେବ ସେ ବିଷୟରେ ଆଲୋଚନା କରାଯାଇଥିଲା । ବ୍ଲକ ସ୍ତରୀୟ ନିଯୁକ୍ତି ମେଳା, ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳ, ଦକ୍ଷତା ବୃଦ୍ଧି ତାଲିମ, ଆଇ.ଟି.ଆଇ. , ପଲିଟେକନିକରେ ଛାତ୍ରୀମାନଙ୍କ ପଞ୍ଜିକରଣ ବୃଦ୍ଧି, ଜନଶିକ୍ଷଣ ସଂସ୍ଥାନର ଦକ୍ଷତା ବୃଦ୍ଧି ତାଲିମ, ଆର.ଇ.ଏସ.ଟି.ଆଇ. ଦକ୍ଷତା ବୃଦ୍ଧି ତାଲିମ ସମ୍ପର୍କରେ ସଚେତନତା, କାଇଁଚରେ ତାଲିମ ବୃଦ୍ଧି ବିଷୟରେ ଆଲୋଚନା କରାଯାଇଥିଲା । ଆସନ୍ତା ଡିସେମ୍ବର ମାସରେ ୨ଟି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବା ନିମନ୍ତେ ସ୍ଥିର କରାଯାଇଥିଲା । ବୃତ୍ତି ଚୟନ କେନ୍ଦ୍ର(ମଡେଲ କ୍ୟାରିଅର ସେଣ୍ଟର)କୁ ସମ୍ପୁର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି ଏବଂ ଗୋ ସ୍କିଲ ପୋର୍ଟାଲର ମାତ୍ରାଧିକ ବ୍ୟବହାର ନିମନ୍ତେ ସ୍ଥିର କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ଅଧ୍ୟକ୍ଷତା କରି ଜିଲ୍ଲାକୁ ଦିଆଯାଇଥିବା ଲକ୍ଷ୍ୟ ପୁରଣ ଦିଗରେ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା ଦକ୍ଷତା ବିକାଶ ମାଧ୍ୟମରେ ମାନବ ସମ୍ବଳର ବିକାଶ ହୋଇପାରିବ ଏବଂ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଦକ୍ଷତା ଭିତ୍ତିକ ତାଲିମ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଏଲ.ଡି.ଏମ., ଉଦ୍ୟାନକୃଷି ବିଭାଗର ସହକାରୀ ନିର୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ, ଓରମାସର ଡେପୁଟୀ ସିଇଓ, ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ, ଜିଲ୍ଲା କ୍ରୀଢା ଅଧିକାରୀଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଭୋମ୍ୟ କାଲୋ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading