ବହୁବିଧ ମେଗା ସ୍ୱାସ୍ଥ୍ୟ ଶିବିର



କେନ୍ଦ୍ରାପଡ଼ା,୩ା୩: ନଡିଆବରେଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମା’ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦ ଓ ନଡିଆବରେଇ ଗ୍ରାମପଞ୍ଚାୟତର ଯୁବକସଙ୍ଘ ଦ୍ୱାରା ହାଇଟେକ ମେଡିକାଲ କଲେଜର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଏକ ମାଗଣା ବହୁବିଧ ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଏହି ଶିବିରରେ ୭୫୦ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଉପଲକ୍ଷେ ଧର୍ମପ୍ରକାଶ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର ଉଦଘାଟନୀ ଉତ୍ସବରେ ଗରଦପୁର ତହସିଲଦାର ତୃପ୍ତିମୟୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତାକାଟି ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟତି ଅତିଥି ଭାବେ ସାହିତ୍ୟିକ ସୁଦର୍ଶନ ମହାପାତ୍ର, ଗୈାରାଙ୍ଗ ପରିଡା, ଅଦ୍ୱୈତ ସାର, ଅଧ୍ୟାପକ ସୀତାକାନ୍ତ ,ଗୁଣସାର, ରାଧାକୃଷ୍ଣ, ତୈଲୋକ୍ୟନାଥ, ଅମିୟ ପରିଜା, ପୂର୍ବତନ ସରପଞ୍ଚ ପ୍ରବୀର ପରିଜା, ଶୁଭଲକ୍ଷ୍ମୀ, ସନ୍ତୋଷ କୁମାର ମାହାଲିକ, ଲକ୍ଷ୍ମୀପ୍ରିୟା ସାହୁ, ବିନୋଦିନୀ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଶେଷରେ ଧମ୍ରପ୍ରକାଶ ଧନ୍ୟବାଦ ଅର୍ପଣ କରିଥିଲେ। କିଶୋର ପଟ୍ଟନାୟକ, ଅଭିମନ୍ୟୁ ପ୍ରଧାନ, ଗିରିଶ ସରକାର, ସମାଜସେବୀ ଚକ୍ରଧର ସାହୁ, ଜାନକୀ ପ୍ରସାଦ ଭୂୟାଁ, ଶାନ୍ତିଲତାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।


Next Post

ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା

Mon Mar 3 , 2025
କେନ୍ଦ୍ରାପଡ଼ା,୩ା୩: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏସମ୍ପର୍କରେ ଜିଲ୍ଲାର ଜଣାଶୁଣା ସମାଜସେବୀ ପ୍ରଦୀପ କୁମାର ମହାନ୍ତିଙ୍କ ଠାରୁ ଖବର ପାଇବା ପରେ ଟ୍ରଷ୍ଟ ପକ୍ଷରୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଟ୍ରଷ୍ଟି ଭୁବନମୋହନ ଦାସ […]

KANIKA