କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର କନ୍‌ଭେନ୍‌ସନ୍‌

କେନ୍ଦ୍ରାପଡ଼ା, ୨୩/୭: ଶିକ୍ଷକ ଶିକ୍ଷିକା ଓ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ ଓଷ୍ଟାର ନିଷ୍ପତ୍ତିକ୍ରମେ ଜିଲ୍ଲା ଓଷ୍ଟାର କନ୍‌ଭେନ୍‌ସନ୍ ସ୍ଥାନୀୟ ଗୁଲନଗର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓଷ୍ଟାର ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ଆବଶ୍ୟକତାଠୁ କମ୍ ଛଡାଯାଇଛି କେନାଲରେ ପାଣି ; ଧାରା ଶ୍ରାବଣରେ ଶୁଖିଲା ପଡିଛି ବିଲ

            ଆଗେଇ ପାରୁନି ଚାଷ କାମ             ଜଳସମ୍ପଦ ଅଫିସ ଅଗରେ ଧାରଣା ଚେତାବନୀ ପଟ୍ଟାମୁଣ୍ଡାଇ -ଧାରା ଶ୍ରାବଣରେ ଶୁଖିଲା ପଡିଛି ବିଲ । ବିଳମ୍ବରେ ଚଳିତ ସପ୍ତାହରେ କେନାଲରେ ପାଣି ଛଡାଯାଇଥିଲେ ହେଁ ଆବଶ୍ୟକତା ଠାରୁ କମ ପାଣି ଛଡାଯାଇଥିବାରୁ…

ବେଲତଳ ଧ୍ୟାନମନ୍ଦିର ରକ୍ତଦାନ ଶିବିର ଆୟୋଜନ ପାଇଁ ୨ୟ ପ୍ରସ୍ତୁତି ବୈଠକ

ପଟ୍ଟାମୁଣ୍ଡାଇ ୨୩.୭-ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ପକ୍ଷରୁ ଆସନ୍ତା ଅଗଷ୍ଟ ମାସ ୧୦ ତାରିଖରେ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ୬୪ ତମ ଜନ୍ମଜୟନ୍ତୀ ଉତ୍ସବ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର…

ଏମ ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦ ବୈଠକ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଉପଦେଷ୍ଟା ପ୍ରଫେସର କୈଳାଶ ପାତ୍ର, ପ୍ରଫେସର ଭରତ ଚନ୍ଦ୍ର…

ବାହ୍ୟ ମଳମୁକ୍ତ ଗାଁ ଯୋଜନା ବାଟବଣା ,ପାଇଖାନା ନଥାଇ ପୁରସ୍କାର ଅର୍ଥ ଆତ୍ମସାତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଫେଲ ମାରିଛି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ପରିମଳ ଯୋଜନା । ପାଇଖାନା ନିର୍ମାଣ ନ ହୋଇ ଆତ୍ମସାତ ହୋଇଛି ଲକ୍ଷାଧିକ ଟଙ୍କା ପୁରସ୍କାର ଅର୍ଥ । ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ଅଂଚଳ ବୋଲି ଘୋଷଣା…

ଭିନ୍ନକ୍ଷମ ମେଧାବୀ ଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା

କେନ୍ଦ୍ରାପଡା ୨୨/୭- ରାଜକନିକା ଥାନା ଅଞ୍ଚଳର ସ୍ନେହଲତା ବେହେରା ଜଣେ ଭିନ୍ନକ୍ଷମ ମେଧାବୀ ଛାତ୍ରୀ । ଦିଲ୍ଲୀର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପ୍ରତିଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ସେ ଯୋଗ୍ୟା ବିବେଚିତା ହୋଇଛନ୍ତି । ପରିବାରର ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ସେ…