ମୌଳିକ ସମସ୍ୟା ସମାଧାନ ଦାବୀ ନେଇ ରାସ୍ତାରୋକ


ପଟ୍ଟାମୁଣ୍ଡାଇ ୨୫ା୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତର ୧୫ନମ୍ବର ୱାର୍ଡର ବାସିନ୍ଦାମାନେ ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବୀରେ ଆଜି ପଟ୍ଟାମୁଣ୍ଡାଇ ରାଜନଗର ନଦୀବନ୍ଧ ରାସ୍ତାର ନିମପୂର୍‌-ପୋଖରୀସାହି ନିକଟରେ ରାସ୍ତାରୋକ କରିଥିଲେ । ୧୫ ନମ୍ବର ୱାର୍ଡ ଦୀର୍ଘଦିନ ହେଲା ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ପଡ଼ିଛି । ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ଗ୍ରାମ ରାସ୍ତାରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଜମି ରହୁଥିବା ବେଳେ ପାନୀୟ ଜଳ ଯୋଗାଣ ସମସ୍ୟା ମଧ୍ୟ ଲାଗି ରହିଛି । ଆବଶ୍ୟକତା ଅନୁଯାୟୀ ନଳକୁପ ନଥିବାବେଳେ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ଠିକ୍ ଭାବେ ହୋଇପାରିନାହିଁ । ଜଳ ସଙ୍କଟ ଦେଖାଦେଇଥିବାରୁ ଗ୍ରାମବାସୀ ବ୍ରାହ୍ମଣୀ ନଦୀ ଜଳ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ନିକଟ ଅତୀତରେ କୁମ୍ଭୀର ଆକ୍ରମଣ ରେ ୪ଜଣ ମୃତ୍ୟୁବରଣ କରିଥିବାରୁ ଗ୍ରାମବାସୀମାନେ ଭୟରେ ନଦୀକୁ ଯାଇପାରୁନାହାଁନ୍ତି । ଏ ସଂପର୍କ ରେ ଗ୍ରାମବାସୀ ଶାସନ ପଂଚାୟତ ସରପଂଚ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନଥିବାରୁ ଗ୍ରାମବାସୀ ରାସ୍ତାରୋକ କରିଥିଲେ । ଖବର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଭାରପ୍ରାପ୍ତ ଅଧିକାରୀ ବାମଦେବ ନନ୍ଦ ଘଟଣାସ୍ଥଳରେ ପହଂଚି ଖୁବଶୀଘ୍ର ସରପଂଚ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।


Next Post

କଳା ବ୍ୟାଜ ପିନ୍ଧି ଆନ୍ଦୋଳନରେ ଆର୍‌ବି ଏସ୍‌କେ ଆୟୁଷ ଡାକ୍ତର

Tue Jul 25 , 2023
କେନ୍ଦ୍ରାପଡ଼ା ୨୫/୭: ରଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍‌ବି ଏସ୍‌କେ)ର ଆୟୁସ ଡାକ୍ତର ମାନେ ନିଜର ନାର୍ଯ୍ୟ ଦାବି ପାଇଁ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡାରେ ନିୟୋଜିତ ଆୟୁସ ଡାକ୍ତର ମାନେ କଳା ବ୍ୟାଜ ପିନ୍ଧି କାମ କରୁଥିବା ଜଣା ପଡିଛି । ଜିଲ୍ଲା ସଂଘର ସଭାପତି ଡ. ଶାରଦା କର ଓ ସମ୍ପାଦକ ଡ. ଶରଣୀ ରଞ୍ଜନ ସାମଲ ଓ ଜିଲ୍ଲା […]

KANIKA

Subscribe