କଳା ବ୍ୟାଜ ପିନ୍ଧି ଆନ୍ଦୋଳନରେ ଆର୍‌ବି ଏସ୍‌କେ ଆୟୁଷ ଡାକ୍ତର


କେନ୍ଦ୍ରାପଡ଼ା ୨୫/୭: ରଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍‌ବି ଏସ୍‌କେ)ର ଆୟୁସ ଡାକ୍ତର ମାନେ ନିଜର ନାର୍ଯ୍ୟ ଦାବି ପାଇଁ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡାରେ ନିୟୋଜିତ ଆୟୁସ ଡାକ୍ତର ମାନେ କଳା ବ୍ୟାଜ ପିନ୍ଧି କାମ କରୁଥିବା ଜଣା ପଡିଛି । ଜିଲ୍ଲା ସଂଘର ସଭାପତି ଡ. ଶାରଦା କର ଓ ସମ୍ପାଦକ ଡ. ଶରଣୀ ରଞ୍ଜନ ସାମଲ ଓ ଜିଲ୍ଲା କାର୍ଯ୍ୟ ନିର୍ବାହୀ ଡ, ସେଖ୍ ଆସିଫ୍ ହୋସେନଙ୍କ ନେତୃତ୍ୱରେ ଜିଲ୍ଲାର ନଅଟି ବ୍ଲକର ଆୟୁସ ଡାକ୍ତର ମାନେ ଜିଲ୍ଲା ପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ୨୦୧୩ ମସିହାରୁ ସେମାନଙ୍କୁ ସ୍ୱଳ୍ପ ଦରମା ଦିଆ ଯାଉଥିବା ବେଳେ ସେମାନେ ଜନ୍ମରୁ ଅଠର ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି । ତୃଣମୂଳ ସ୍ତରରେ ତଥା ଦୈବିକ ଦୁର୍ବିପାତ, ମହାମାରୀ ବା କୌଣସି ଜରୁରୀ କାଳୀନ ପରିସ୍ଥିତିରେ ସେମାନଙ୍କ ସେବା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସରକାର ସେମାନଙ୍କୁ ଅଣଦେଖା କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଡାକ୍ତର ମାନେ । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜିଲଗେଇ କାମକରିଥିବା ଏହି କର୍ମଚାରୀ ମାନେ ଦୀର୍ଘ ୧୦ ବର୍ଷ ଧରି କାମ କରୁଥିଲେ ମଧ୍ୟ ସେମାନଙ୍କ ସ୍ଥାୟିତ୍ୱ ନେଇ କେବଳ ପ୍ରତିଶ୍ରୁତି ଛଡା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇ ନାହିଁ, ତେଣୁ ରାଜ୍ୟ ଆର୍‌ବିଏସ୍‌କେ ଆୟୁସ ଡାକ୍ତର ସଂଘ ଡାକରାରେ ସ୍ଥାୟୀ ନିଯୁକ୍ତି ପାଇଁ ଡାକ୍ତର ମାନେ କଳା ବ୍ୟାଜ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଇଛନ୍ତି ।


Next Post

ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ ହେଉ :ଜନଶକ୍ତି ପାର୍ଟି

Tue Jul 25 , 2023
ପଟ୍ଟାମୁଣ୍ଡାଇ ୨୫ା୭-ରାଜ୍ୟ ସରକାର ସ୍କୁଲ କଲେଜ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୋଲିସ ଦମକଳ ଆଦି ବିଭିନ୍ନବର୍ଗର କର୍ମଚାରୀଙ୍କ ପାଇଁ ୟୁନିଫର୍ମ ପ୍ରଚଳନ କରିଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ନଥିବାରୁ ବହୁ ସମୟରେ ସରକାରୀ କାର୍ଯ୍ୟ ସମ୍ପାଦନ ବେଳେ ନାନାଦି ଅସୁବିଧା ସୃଷ୍ଟି ହେଉଛି । ବହୁ କ୍ଷେତ୍ରରେ ସରକାରୀ ଅଧିକାରୀମାନେ ରାଜ୍ୟ ରାଜକୋଷରୁ ଦରମା ନେଇ କାର୍ଯ୍ୟରେ ଅନୁପସ୍ଥିତ ରହିବା, […]

KANIKA