ମାର୍ଶାଘାଇରେ ଗୁଳିମାଡ,ଠିକାଦାରଙ୍କ ସୁପରଭାଜର ଗୁରୁତର


କେନ୍ଦ୍ରାପଡ଼ା,୨୯ା୭: ମାର୍ଶାଘାଇ ଅଞ୍ଚଳରେ ଦୁର୍ବୁତ୍ତ ଜନୈକ ଠିକାଦାରୀ ସଂସ୍ଥାର ସୁପରଭାଇଜର ଉପରକୁ ଗୁଳିମାଡ କରିଛନ୍ତି । ଆହାତ ଯୁବକ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛି । ଏହି ଘଟଣା ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଘଟିଥିବା ଜଣାପଡିଛି । ଏହା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କେନ୍ଦ୍ରାପଡା ପୋଲିସ ବିଭିନ୍ନ ଛକରେ ଅପରାଧିଙ୍କୁ ଧରିବା ପାଇଁ ତନଖି କରୁଥିବା ଦେଖାଯାଇଛି । ଜନୈକ ଠିକାଦାରଙ୍କ ସୁପରଭାଇଜର ଜଗତସିଂହପୁର ଜିଲ୍ଲାର ମହିରା ଗ୍ରାମର ଯୁବକ ଶକ୍ତିଚନ୍ଦନ ମହାନ୍ତି ଶନିବାର ସନ୍ଧ୍ୟାରେ ଏକ ବାଇକରେ ମାର୍ଶାଘାଇ ଥାନା ଅନ୍ତର୍ଗତ ମଙ୍ଗଳାଛକ ନିକଟରେ ଯାଉଥିବା ବେଳେ ଏକ ବୁଲେଟରେ ଦୁଇଜଣ ଦୁର୍ବୁତ୍ତ ଆସି ତାଙ୍କ ବ୍ୟାଗକୁ ଛଡାଇଥିଲେ । ସେ ବ୍ୟାଗ ନ ଦେବାରୁ ଦୁବୁର୍ତ୍ତ ତାଙ୍କୁ ଗୁଳିକରି ଫେରାର ହୋଇଯାଇଥିଲେ । ଶକ୍ତିଚନ୍ଦନଙ୍କ ପେଟରେ ଗୁଳି ବାଜିଥିବା ବେଳେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଙ୍ଗେ ସଙ୍ଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା । ଏଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ମାର୍ଶାଘାଇ ଥାନା ପୋଲିସ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଚନ୍ଦନଙ୍କୁ ପଚାରି ତଦନ୍ତ କରୁଛନ୍ତି । ଆରକ୍ଷୀ ଅଧିକ୍ଷକ ମଡକର ସମ୍ବିଦ ସମ୍ପଦଙ୍କ ନିର୍ଦ୍ଦେଶରେ ଅପରାଧିଙ୍କ ଧରିବା ପାଇଁ ଜିଲ୍ଲା ପୋଲିସ କେନ୍ଦ୍ରାପଡା, ମାର୍ଶାଘାଇ, ପାଟକୁରା ଅଞ୍ଚଳର ପ୍ରବେଶ ପଥରେ ସମସ୍ତ ଗାଡିକୁ ଅଟକାଇ ଚେକିଂ କରୁଛନ୍ତି । ସୂଚନା ଯୋଗ୍ୟ ଯେ ମାର୍ଶାଘାଇ ଅଞ୍ଚଳର ଗ୍ୟାଙ୍ଗଷ୍ଟାର ବିଭୁ ସାହୁଙ୍କୁ ଅପହରଣ କରି ଯାଜପୁରଠାରେ ମାରିଦେଇଥିଲେ । ବାରମ୍ବାର ଏହି ଘଟଣା ଘଟିବା ଦ୍ୱାରା ମାର୍ଶାଘାଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।


Discover more from

Subscribe now to keep reading and get access to the full archive.

Continue reading