ମାର୍ଶାଘାଇରେ ଗୁଳିମାଡ,ଠିକାଦାରଙ୍କ ସୁପରଭାଜର ଗୁରୁତର


କେନ୍ଦ୍ରାପଡ଼ା,୨୯ା୭: ମାର୍ଶାଘାଇ ଅଞ୍ଚଳରେ ଦୁର୍ବୁତ୍ତ ଜନୈକ ଠିକାଦାରୀ ସଂସ୍ଥାର ସୁପରଭାଇଜର ଉପରକୁ ଗୁଳିମାଡ କରିଛନ୍ତି । ଆହାତ ଯୁବକ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛି । ଏହି ଘଟଣା ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଘଟିଥିବା ଜଣାପଡିଛି । ଏହା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କେନ୍ଦ୍ରାପଡା ପୋଲିସ ବିଭିନ୍ନ ଛକରେ ଅପରାଧିଙ୍କୁ ଧରିବା ପାଇଁ ତନଖି କରୁଥିବା ଦେଖାଯାଇଛି । ଜନୈକ ଠିକାଦାରଙ୍କ ସୁପରଭାଇଜର ଜଗତସିଂହପୁର ଜିଲ୍ଲାର ମହିରା ଗ୍ରାମର ଯୁବକ ଶକ୍ତିଚନ୍ଦନ ମହାନ୍ତି ଶନିବାର ସନ୍ଧ୍ୟାରେ ଏକ ବାଇକରେ ମାର୍ଶାଘାଇ ଥାନା ଅନ୍ତର୍ଗତ ମଙ୍ଗଳାଛକ ନିକଟରେ ଯାଉଥିବା ବେଳେ ଏକ ବୁଲେଟରେ ଦୁଇଜଣ ଦୁର୍ବୁତ୍ତ ଆସି ତାଙ୍କ ବ୍ୟାଗକୁ ଛଡାଇଥିଲେ । ସେ ବ୍ୟାଗ ନ ଦେବାରୁ ଦୁବୁର୍ତ୍ତ ତାଙ୍କୁ ଗୁଳିକରି ଫେରାର ହୋଇଯାଇଥିଲେ । ଶକ୍ତିଚନ୍ଦନଙ୍କ ପେଟରେ ଗୁଳି ବାଜିଥିବା ବେଳେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଙ୍ଗେ ସଙ୍ଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା । ଏଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ମାର୍ଶାଘାଇ ଥାନା ପୋଲିସ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଚନ୍ଦନଙ୍କୁ ପଚାରି ତଦନ୍ତ କରୁଛନ୍ତି । ଆରକ୍ଷୀ ଅଧିକ୍ଷକ ମଡକର ସମ୍ବିଦ ସମ୍ପଦଙ୍କ ନିର୍ଦ୍ଦେଶରେ ଅପରାଧିଙ୍କ ଧରିବା ପାଇଁ ଜିଲ୍ଲା ପୋଲିସ କେନ୍ଦ୍ରାପଡା, ମାର୍ଶାଘାଇ, ପାଟକୁରା ଅଞ୍ଚଳର ପ୍ରବେଶ ପଥରେ ସମସ୍ତ ଗାଡିକୁ ଅଟକାଇ ଚେକିଂ କରୁଛନ୍ତି । ସୂଚନା ଯୋଗ୍ୟ ଯେ ମାର୍ଶାଘାଇ ଅଞ୍ଚଳର ଗ୍ୟାଙ୍ଗଷ୍ଟାର ବିଭୁ ସାହୁଙ୍କୁ ଅପହରଣ କରି ଯାଜପୁରଠାରେ ମାରିଦେଇଥିଲେ । ବାରମ୍ବାର ଏହି ଘଟଣା ଘଟିବା ଦ୍ୱାରା ମାର୍ଶାଘାଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।


Next Post

बदमाश ने ठीकाकंपनी के सुपरवाइजर को गोली मारी, घायल सुपरवाइजर अस्पताल में भर्ती

Sat Jul 29 , 2023
केंद्रापड़ा, 29-7: केंद्रापड़ा जिले मार्शाघाई इलाके में एक बदमाश ने एक ठीकाकंपनी के सुपरवाइजर को गोली मार दी. घायल युवक को गंभीर हालत में कटक एससीबी अस्पताल में भर्ती कराया गया है। ऐसा लगता है कि यह घटना आज शाम ५ से ६ बजे के बीच की है ।  हालांकि […]

KANIKA