କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ହଂସୁଆ ନଦୀର କୂଳରୁ ଶନିବାର ଦିନ ଅତଡା ଧସିବା ଆରମ୍ଭ ହୋଇଥିଲା । ରବିବାର ମଧ୍ୟାହ୍ନରେ ପ୍ରାୟ ୧୫୦ପୂଟରୁ ଉର୍ଦ୍ଧ୍ୱ ବଡ ଅତଡା ଧସିବା ଫଳରେ ନଦୀଧାରକୁ ଚାଲି ଆସିଛି । ସୋମବାର, ମଙ୍ଗଳବାର ଓ ବୁଧବାର ଦିନ ମଧ୍ୟ ଅତଡା ଖସୁଥିଲା । ନଦୀ ଜଳର ପ୍ରଖର ସ୍ରୋତ କାରଣରୁ ତଳ ମାଟି ଧୋଇ ହୋଇଯିବାରୁ ଅତଡା ଧସିବାରେ ଲାଗିଛି । ଯାହାଫଳରେ ରାଜନଗର ବଜାର, ହଂସୁଆ ସେତୁ ଓ ଗାଁ ପ୍ରତି ବିପଦ ଦେଖାଦେଇଛି । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଥିଲା ତଟବନ୍ଧ ବିଭାଗ । ସରୁ ସରୁ ବହ୍ଲା ପୋତି ବାଲିବସ୍ତା ପକାଇବାକୁ ଉଦ୍ୟମ କରୁଥିବା ବେଳେ ଅବସ୍ଥା ଅସମ୍ଭାଳ ହେବାରୁ ବୁଧବାର ଅପରାହ୍ନରୁ ପଥର ପକା ଆରମ୍ଭ ହୋଇଥିଲା । ରାଜନଗରର ଏକ ସମ୍ବେଦନଶୀଳ ସ୍ଥାନରେ ଅତଡା ଧସିବା ଓ ତଟବନ୍ଧ ବିଭାଗର ଅଧିକାରୀମାନେ ଖାମଖିଆରୀ ଭାବେ ବହ୍ଲା ଓ ବାଲିବସ୍ତା ନାମରେ କିଛି ହରିଲୁଟ କରି ଏବେ ପଥର ପ୍ୟାକିଂ ଆରମ୍ଭ କରିଛନ୍ତି । ମାତ୍ର ଏହି ଉଦ୍ୟମ କେତେଦୂର ସଫଳ ହେବ ତାହା ଗୁରୁବାର ସତରେ ପରିଣତ ହୋଇଛି । ଅବଶ୍ୟକତା ଅନୁଯାୟୀ ପଥର ଖଣ୍ଡ ବଡ ବଡ ନହୋଇ ଛୋଟ ପଥର ଖଣ୍ଡ ପଡୁଥିବାରୁ ଏହାର ସ୍ଥାୟିତ୍ୱ ନେଇ ଆଶଙ୍କା ପାଇଥିଲା । ଏହି ସ୍ଥାନରେ ପୂର୍ବରୁ ଛୋଟ ଛୋଟ ପଥରଖଣ୍ଡରେ ପ୍ୟାକିଂ କରାଯାଇଥିବାରୁ ତାହା ଏବେ ଧସିଗଲା । ବଡ ବଡ ପଥରଖଣ୍ଡ ନପକାଯାଇ ନଦୀକୂଳରେ ଛୋଟ ପଥରଖଣ୍ଡ ନଦୀର ସ୍ରୋତକୁ ପ୍ରତିରୋଧ କରିପାରିବ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ । ଏହି ସ୍ଥାନରେ ପଡୁଥିବା ଛୋଟ ଛୋଟ ପଥରଖଣ୍ଡଗୁଡିକ ଗୁରୁବାର ଦିନ ନଦୀଜଳରେ ଭାସି ଯାଇଛି । ଏବେବି ପୂର୍ବଭଳି ଛୋଟ ପଥରଖଣ୍ଡ ପକାଯାଉଥିବା ଦେଖିବାକୁ ମିଳିଛି । ବିନା ଟେଣ୍ଡରରେ, ବିନା ଅଟକଳରେ ହେଉଥିବା ଏହି କାମ ନେତାଙ୍କ ପାଇଁ ଦୁଧିଆଳୀ ଗାଈ ସାଜିଛି । ସରକାରକା ମାଲ ଦରିଆ ମେଁ ଡାଲ ନ୍ୟାୟରେ କେତେ ଟ୍ରକ ପଥର ପଡିଲା ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା ଗଣତି ହେଉଛି । ବିଭାଗୀୟ ଯନ୍ତ୍ରୀମାନେ ପୂର୍ବାହ୍ନରେ ଥରେ ଆସି ଚାଲି ଯାଇଛନ୍ତି । ପକାଯାଇଥିବା ପଥରଗୁଡିକ ଭାସି ଯାଇଥିଲେ ମଧ୍ୟ କେହି ଦେଖିବାକୁ ଆସିନାହାଁନ୍ତି । କାରଣ ସେମାନେ ଜାଣିଛନ୍ତି, ଏହି ଛୋଟଛୋଟ ପଥର ରହିବ ନାହିଁ । ଆଗାମୀ ନିର୍ବାଚନ ପାଇଁ ଅର୍ଥ ସଂଗ୍ରହ ନିମିତ କୋଟି କୋଟି ଟଙ୍କା ଲୁଟ ହେବାକୁ ବିଧିବଦ୍ଧ ଯୋଜନା କରାଯାଇଥିବା ନାମ ଗୋପନ ସୂତ୍ରରେ ବିଭାଗର ଜଣେ କର୍ମଚାରୀଙ୍କଠାରୁ ସୂଚନା ମିଳିଛି । ବଡ ପଥର ଖଣ୍ଡ(ଆର୍ମୋରୀ )ରେ ପ୍ରଥମରୁ କାମ ହୋଇଥିଲେ ନେଡି ଗୁଡ କହୁଣୀକୁ ବୋହି ଯାଇନଥାନ୍ତା । ହଂସୁଆ ନଦୀର ପ୍ରଖର ସ୍ରୋତ ଯେଭଳି ତାଣ୍ଡବ ରଚୁଛି ତାକୁ ପ୍ରତିହତ କରିବା ପାଇଁ ବଡ ପଥରଖଣ୍ଡ(ଗୋଟିଏ ଟ୍ରକରେ ଗୋଟିଏ ପଥର) ପକାଇବାର ବ୍ୟବସ୍ଥା କରାନଗଲେ ତଟକ୍ଷୟକୁ ରୋକା ଯାଇପାରିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।
kanikanews.in
Next Post
ब्राह्मणी नदीमें पहली बाड, जागरूकता की कमी के कारण बड़े पैमाने पर फसल का नुकसान
Fri Aug 4 , 2023
ओडिशा का दूसरी सबसे बड़ी नदी ब्राह्मणीमें पहली बाड आ गई है। केंन्द्रापड़ा जिले पट्टामुंन्डाइ थोयाक्षेत्र मे गुरुवार की रात बाड़ से पानी खतरे के निशान से ऊपर बह रहा हे । वहीं सुबह १० बजे तक बाड़का पानी स्थिर रहा। पट्टामुंन्डाइ ब्लॉक के अन्धरा, अमृतमनोही, बलुरिया, पेंन्ठपाल, तरडीपाल, अलपुआ, […]

You May Like
- 1 year ago
ସଡକ ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀଙ୍କ ମୃତ୍ୟୁ