ମଦନପୁର କଟ୍ ରାସ୍ତାରେ ବୃକ୍ଷରୋପଣ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ମଦନପୁର ବନ୍ୟା ଘେରିବନ୍ଧ ରାସ୍ତା ମଦନପୁର କଟ୍ ରେ ବୃକ୍ଷରୋପଣ କରାଯାଇଛି । ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନର ମୁଖ୍ୟ ସୁଦର୍ଶନ ଗୋପିନାଥ ଯାଦବ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ବିଶିଷ୍ଟ ପରିବେଶବିତ ଗୋପବନ୍ଧୁ ନାୟକ, ପ୍ରକୃତିବନ୍ଧୁ ଗାଳ୍ପିକ ପ୍ରଦୀପ ନାୟକ, ଶିବ ପ୍ରସାଦ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବର, ଅଶ୍ୱସ୍ତ, ନିମ୍ବ ଆଦି ଚାରାଗଛ ରୋପଣ କରିଥିଲେ । ରାଜନଗର ବନାଂଚଳ ଅଧିକାରୀ ଚିତରଞ୍ଜନ ବେଉରା, ବନପାଳ ବିଜୟ କୁମାର ପାତ୍ର, ହେନ୍ତାଳ ଗବେଷକ ପ୍ରସନ୍ନ କୁମାର ନାୟକ, ଫରେଷ୍ଟ ଗାର୍ଡ ଗୀତାଞ୍ଜଳି ସାହୁ, ବିଶ୍ୱନାଥ ତରାଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗଛଗୁଡିକ ଲଗାଯାଇ ତା’ର ସୁରକ୍ଷା ପାଇଁ ୍ୱ ବନବିଭାଗ ତରଫରୁ ବାଡ଼ ବ୍ୟବସ୍ଥା କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading