![ଦିହୁଡିପୁର_ସମିତିସଭ୍ୟା_ଉପନିର୍ବାଚନ_୬୦%_ମତଦାନ-min[1]](https://i0.wp.com/kanikanews.in/wp-content/uploads/2023/08/%E0%AC%A6%E0%AC%BF%E0%AC%B9%E0%AD%81%E0%AC%A1%E0%AC%BF%E0%AC%AA%E0%AD%81%E0%AC%B0_%E0%AC%B8%E0%AC%AE%E0%AC%BF%E0%AC%A4%E0%AC%BF%E0%AC%B8%E0%AC%AD%E0%AD%8D%E0%AD%9F%E0%AC%BE_%E0%AC%89%E0%AC%AA%E0%AC%A8%E0%AC%BF%E0%AC%B0%E0%AD%8D%E0%AC%AC%E0%AC%BE%E0%AC%9A%E0%AC%A8_%E0%AD%AC%E0%AD%A6_%E0%AC%AE%E0%AC%A4%E0%AC%A6%E0%AC%BE%E0%AC%A8-min1.jpg?resize=678%2C381&ssl=1)

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ପଂଚାୟତର କଂଗ୍ରେସ ସମର୍ôଥତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ପରେ ଏହି ପଂଚାୟତର ସମିତିସଭ୍ୟା ପଦବୀ ପାଇଁ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଆସନକୁ ହାତେଇବା ପାଇଁ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ପୁରାଦମ ଲଗାଇ ଦେଇଥିଲେ । ଶାସକ ବିଜେଡି ପକ୍ଷରୁ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବ୍ଲକ ବିଜେଡି ସଭାପତି କିଶୋର ସାହୁ ନେତୃତ୍ୱ ନେଇଥିବାବେଳେ ବିରୋଧୀ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, ଜିଲ୍ଲା ଯୁବକଂଗ୍ରେସ ପ୍ରାକ୍ତନ ସଭାପତି ସତ୍ୟପ୍ରିୟ ସାମଲ ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନ ଓ ଉପସଭାପତି ଅବିନାଶ ଲେଙ୍କା ନେତୃତ୍ୱ ନେଇ ପ୍ରଚାର ଅଭିଯାନକୁ ଜୋରଦାର କରିବା ସହିତ ନିଜ ଦଳ ଓ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ କୌଣସି ସୁଯୋଗ ହାତଛଡା କରିନଥିଲେ । ଆଜି ଦିହୁଡିପୁର ପଂଚାୟତ ସମିତିସଭ୍ୟା ପଦବୀ ପାଇଁ ୧୧ଟି ୱାର୍ଡରେ ମତଦାନ କରାଯାଇଥିଲା । ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ମତଦାନ କରାଯାଇଥିଲା । ଦିହୁଡିପୁର ପଂଚାୟତର ୧୧ଟି ୱାର୍ଡର ୧୧ଥରେ ସମୁଦାୟ ୩୩୫୦ ଭୋଟରଙ୍କ ମଧ୍ୟରୁ ୨୦୨୩ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ । ଏଥି ମଧ୍ୟରୁ ୮୮୫ ପୁରୁଷ ଓ ୧୧୩୮ ମହିଳା ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ । ଚଳିତ ଉପନିର୍ବାଚନରେ ୬୦% ମତଦାନ ହୋଇଥିବା ଜଣାପଡିଛି । ଦିହୁଡିପୁର ସମିତି ସଭ୍ୟା ଉପନିର୍ବାଚନରେ ୧୧ ଟି ବୁଥରେ ୩୩ ପୋଲିଙ୍ଗ ଅଫିସର,୧୧ ପ୍ରିଜାଇଡିଙ୍ଗ ଅଫିସର ୫ପୋଲିସ ଅଫିସର ଓ ୧ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ନିର୍ବାଚନଅଧିକାରୀ ତଥା ବିଡ଼ିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ଦିଲ୍ଲୀପ ସେଠୀ, ଅବିଡ଼ିଓ ସନ୍ତୋଷ ମନ୍ତ୍ରୀ ଓ ଜିପିଓ ସୁକାନ୍ତ ନାୟକ ନିର୍ବାଚନ ପରିଚାଳନା କରିଥିବାବେଳେ ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେଉରିଆ, ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତି, ଗ୍ରାମାଂଚଳ ଥାନା ଆଇଆଇସି ବାମଦେବ ନନ୍ଦ, ପୂର୍ବତନ ଥାନା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ ପ୍ରମୁଖ ପୋଲିସ ଫଉଜ ସହ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ଦିହୁଡିପୁର ସମିତି ସଭ୍ୟା ଉପନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।
