ତୁଳସୀ ମହିଳା ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ


କେନ୍ଦ୍ରାପଡ଼ା,୧୦ା୮ : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ତଥା ଆଦର୍ଶ ସର୍ବ ପ୍ରଥମ ମହିଳା ଉଚ୍ଚଶିକ୍ଷା ଅନୁଷ୍ଠାନ ତୁଳସୀ ମହିଳା ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଜାଣିଲେ ଜିଣିବା ଏବଂ ପ୍ରତିଯୋଗୀତା ପ୍ରତିଷ୍ଠା ଆଣିଦିଏ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରମିଳାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପୈାରାଧ୍ୟକ୍ଷା ସରିତା ସାହୁ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡଃ. ଅମୀୟ କୁମାର ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନାରୀ ଶିକ୍ଷାର ପ୍ରସାର କ୍ଷେତ୍ରରେ ଦୀର୍ଘ ୪୫ବର୍ଷ ଧରି ତୁଳସୀ ମହିଳା ମହାବିଦ୍ୟାଳୟ ନିରବଛିନ୍ନ ସାଧନା ଜାରି ରଖିଥିବା ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଶାସନିକ ବର୍ସାର ମଥୁରୀ ଚରଣ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗଣିତ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଜ୍ୟୋସ୍ôନାରାଣି ପତି ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ମହାବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ସ୍ୱର୍ଗତା ଧୀରାମଣୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ଫନି ସହାୟତାରେ ନିର୍ମିତ ଶ୍ରେଣୀ ଗୃହକୁ ଛାତ୍ରୀମାନଙ୍କ ଉଦେଶ୍ୟରେ ଅର୍ପିତ କରିବା ସହିତ ମହାବିଦ୍ୟାଳୟର ବାର୍ଷିକ ମୂଖପତ୍ର “ ତୃଷ୍ଣା”କୁ ଉନ୍ମୋଚନ କରିଥିଲେ । ମହାବିଦ୍ୟାଳୟର ଦୁଇ ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ସାମଲ ଓ ଡଃ. ସ୍ମୃତିରଞ୍ଜନ ବେହେରାଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ୨୦୨୨-୨୩ ଶିକ୍ଷାବର୍ଷ ବିଶ୍ୱ ବିଦ୍ୟାଳୟ ପରୀକ୍ଷାରେ ବିଭିନ୍ନ ବିଭାଗର ଶ୍ରେଷ୍ଠ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଭଜକୃଷ୍ଣ ରାଉତ, ଅଧ୍ୟାପକ ଅଜୟ ରାଉତ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂଯୋଜିକା ଡଃ. ମମତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଡଃ. ଆଶୁତୋଷ ରାଉତ ଓ ଅଧ୍ୟାପକ ଶକ୍ତିଶେଖର ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପରିଚାଳନା କମିଟିର ସମସ୍ତ ସଦସ୍ୟ/ସଦସ୍ୟା, ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading