
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବଳଦେବନଗର ଜୋରରେ ଆଜି ଏକ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକମାନଙ୍କ ସୁଅ ଛୁଟିଛି । ଚଳିତ ବର୍ଷ କୁମ୍ଭୀର ଆକ୍ରମଣରେ ପଟ୍ଟାମୁଣ୍ଡାଇ ଧୋୟାଂଚଳର ୫ଜଣ ଲୋକ ମୃତ ଆହତ ହୋଇଥିବାରୁ କୁମ୍ଭୀର ଦେଖି ସ୍ଥାନୀୟ ଅଂଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ରାଜନଗର ବନଖଣ୍ଡ ବିଭାଗ ପକ୍ଷରୁ ତୁରନ୍ତ କୁମ୍ଭୀରକୁ ଧରି ଭିତରକନିକା ଅଭୟାରଣ୍ୟରେ ଛାଡିବା ପାଇଁ ସାଧାରଣରେ ଦାବୀ ହେଉଛି ।
Sat Jan 13 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିକାଶ ପରିଷଦ, କସ୍ତୁରି କଳାନିକେତନ, ଚେତନା ସାହିତ୍ୟ ସଂସଦ ଆଦି ଅନେକ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା,କେନ୍ଦ୍ରାପଡ଼ା କର୍ମଜୀବି ସାମ୍ବାଦିକ ସଂଘର ପ୍ରାକ୍ତନ ସଭାପତି, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ବିଶିଷ୍ଟ ସ୍ତମ୍ଭକାର, ସଂସ୍କୃତି ପୁରୁଷ ଦିବାକର ବିଶ୍ୱାଳଙ୍କ ପୁଣ୍ୟତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଖବରଦାତା ଚିତରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ବର୍ଷିଆନ ସମାଜସେବୀ ବସନ୍ତ କୁମାର ମଲ୍ଲିକ, ରାଜ୍ୟପାଳ ପୁରସ୍କୃତ ଶିକ୍ଷକ […]