ପରମହଂସ ପ୍ରଜ୍ଞାନାନନ୍ଦଙ୍କ ୬୪ତମ ଜୟନ୍ତୀ ଓ ରକ୍ତଦାନ ଶିବିର


ପଟ୍ଟାମୁଣ୍ଡାଇ ୧୦.୮-ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୪ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଜ୍ଞାନ ମିଶନ ପକ୍ଷରୁ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ୱାମୀ ସୁଗିତାନନ୍ଦ ଗିରିଙ୍କ ସଂଯୋଜନାରେ ଆୟୋଜିତ ରକ୍ତଦାନ ଶିବିରରେ ବିଜୟଭାସ୍କର ବାନପ୍ରସ୍ଥି,ଧ୍ୟାନମନ୍ଦିର ପରିଚାଳନା କମିଟି ସଦସ୍ୟ ଗୋପୀନାଥ କର, ଦୁଷ୍ମନ୍ତ ସାହୁ, ପାବନୀ ରାଉତ, ରମାଦେବୀ କଲେଜ ନିର୍ଦେଶକ ପ୍ରଭାସ ଧଳ, କ୍ୟାପଟେନ ମନୋଜ ପରିଡା ବ୍ରଜକିଶୋର ପଣ୍ଡା, ଧନେଶ୍ୱର ଦାସ, ଅଭିମନ୍ୟୁ ପଢ଼ିଆରୀ, ଗୋପୀନାଥ ତ୍ରିପାଠୀ, ମିଟୁ ମନୋଜ ନାୟକ, ପ୍ରମୋଦ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ରାପଡ଼ା ରକ୍ତ ଭଣ୍ଡାର ଡାକ୍ତର ଓ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ ଓ ଏହି ରକ୍ତଦାନ ଶିବିରରେ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଧ୍ୟାନମନ୍ଦିର ପରିଚାଳନା କମିଟି ସଦସ୍ୟ, ରମାଦେବୀ କଲେଜ ଛାତ୍ରଛାତ୍ରୀ, ହରିହରାନନ୍ଦ ବାଳାଶ୍ରମ ଛାତ୍ରଛାତ୍ରୀ ଓ ନେଚର କ୍ଲବ ସଦସ୍ୟ ଓ ସ୍ୱେଛାସେବୀମାନେ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading