ତପସ୍ୱିନୀ ନାୟକଙ୍କୁ ଚିତ୍ରଶିଳ୍ପୀ ଗୌରବରେ ସମ୍ବର୍ଦ୍ଧିତ


କେନ୍ଦ୍ରାପଡ଼ା ଜିଲ୍ଲା ଚିତ୍ରଶିଳ୍ପୀ ସଂଘ ଆନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ପ୍ରଥମ ବାର୍ଷିକ ଚିତ୍ରକଳା ମହୋତ୍ସବ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ମହାସମାରୋହରେ ଅନୁଷ୍ଠିତ ହୋଇଯଇଅଛି । ନୃତ୍ୟପ୍ରୀୟ ତପସ୍ୱିନୀ ନାୟକ ଉଦଘାଟନ ମଞ୍ଚରେ ମଦନ “ମୋହନ ଅଷ୍ଟକମ୍‌” ଓଡ଼ିଶୀ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଅତିଥି ଏବଂ କାଳକାର ମାନଙ୍କ ମନ ମୋହିଥିଲେ । ତପସ୍ୱିନୀ କେନ୍ଦ୍ରାପଡ଼ାର ଜଣେ ନୃତ୍ୟ ଗୁରୁ ହୋଇ ମଧ୍ୟ ଚିତ୍ରଶିଳ୍ପୀ ରୂପେ ଓଡ଼ିଶାରେ ସର୍ବଜନ ବିଦିତ । ସେ ପ୍ରସିଦ୍ଧ ଚିତ୍ରଗୁରୁ ଅଙ୍କୁର ଚରଣ ପ୍ରଧାନ, ନିତ୍ୟନନ୍ଦ ଷଣ୍ଢ, ବିଥିକା ଦାସ ଓ ଭୁବନେଶ୍ୱରସ୍ଥ ଚିତ୍ର ଗୁରୁ ଚନ୍ଦ୍ରଶେଖର ସେଠୀଙ୍କ ଶିକ୍ଷ୍ୟା ଅଟନ୍ତି । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଗୀତାଅଞ୍ଜଳୀ ସେଠୀ, ସମ୍ମାନିତ ଅତିଥି ଅଧ୍ୟାପକ ଅଜୟ କୁମାର ରାଉତ, ନରହରି ସୂତାର ପ୍ରଭୁତି ଅନନ୍ୟ ପ୍ରତିଭାର ଅଧିକାରିଣୀ ତପସ୍ୱିନୀ ନାୟକଙ୍କୁ ଚିତ୍ରଶିଳ୍ପୀ ଗୌରବରେ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବକୁ ମୂଖ୍ୟ ସଂଯୋଜକ ଗୁରୁ ଅଜୟ କୁମାର ପଣ୍ଡା ଶୃଙ୍ଖାଳୀତ ଏବଂ ସଠିକ୍ ଆୟୋଜନ କରିଥିଲେ । ଏହି ଉତ୍ସବରେ ଜିଲ୍ଲାର ସମସ୍ତ ଚିତ୍ରଶିଳ୍ପୀ, ଚିତ୍ରଗୁରୁ ଉପସ୍ଥିତ ଥିଲେ ।


Next Post

ଡକାୟତ କରିବା ଯୋଜନା ବେଳେ ପୋଲିସର ଚଢାଉ , ୪ ଲୁଟେରା ଗିରଫ ମୋବାଇଲ ସହିତ ସ୍କୁଟି ଜବତ

Fri Aug 11 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଚଳ ପୋଲିସକୁ ଏକ ସଫଳତା ମିଳିଛି । ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରି, ରାହାଜାନି ଲୁଟ୍ ଭଳି ଘଟଣା ଘଟାଉଥିବା ଏକ ଡକାୟତ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେହେଲେ ପଟ୍ଟାମୁଣ୍ଡାଇ ପୋରାଂଚଳ ଅନ୍ତର୍ଗତ ପୋଖରିଆପଡା ଗ୍ରାମର ବିକାଶ ମଳିକ (୨୧), ସେହି ଗ୍ରାମର ଆଉଜଣେ ବିକାଶ ମଳିକ (୨୯), ପଟ୍ଟାମୁଣ୍ଡାଇ ୧୦ ନଂ ୱାର୍ଡ଼ର ବିନୋଦ ମଳିକ […]

KANIKA