ବାଲିପାଟଣାରେ ବିଶାଳ ଗୋପୂଜନ କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ୧୨/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ପଂଚାୟତ ଠାରେ ଗୃହ ଲଷ୍ମୀ ପୂଜା କମିଟି ପକ୍ଷରୁ ଏକ ବିଶାଳ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଯୋଗ ଦେଇ ଗୋମାତାଙ୍କ ପୂଜାର୍ଚନା କରିଥିଲେ । ଶହ ଶହ ଲୋକ ଏହି ବିରଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଗୃହଲଷ୍ମୀ ପୂଜା କମିଟି ସଦସ୍ୟ ଓ ଗ୍ରାମବାସୀ ପରିଚାଳନା କରିଥିଲେ ।