ଦିହୁଡିପୁର ସମିତି ସଭ୍ୟା ଉପନିର୍ବାଚନ :ବିଜେଡି ସମର୍ôଥତର ବାଜିମାତ!


ପଟ୍ଟାମୁଣ୍ଡାଇ ୧୧ା୮-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ପଂଚାୟତର କଂଗ୍ରେସ ସମର୍ôଥତ ସମିତିସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ପରେ ସମିତିସଭ୍ୟା ପଦବୀ ପାଇଁ ଗତ ୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଆସନକୁ ପୁନଃରାୟ ନିଜ ହାତରେ ରଖିବା ପାଇଁ କଂଗ୍ରେସ ଦଳ ଜୋରଦାର ଉଦ୍ୟମ କରିଥିବାବେଳେ କଂଗ୍ରେସ ହାତରେ ଥିବା ସମିତିସଭ୍ୟା ପଦବୀକୁ ଛଡାଇ ନେବା ପାଇଁ ବିଜେଡି ମଧ୍ୟ ଜୋରଦାର ଉଦ୍ୟମ ଚଲାଇଥିଲା । ଚଳିତବର୍ଷ ନିର୍ବାଚନବର୍ଷ ହୋଇଥିବା ଏବଂ ଏହି ଉପନିର୍ବାଚନ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ବୋଲି ବିବେଚନା କରାଯାଉଥିବାରୁ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଜି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ କଡା ନିରାପତା ମଧ୍ୟରେ ଦିହୁଡିପୁର ସମିତିସଭ୍ୟା ଉପନିର୍ବାଚନ ଭୋଟ ଗଣତି କରାଯାଇଥିଲା । ଏଥିରେ ବିଜେଡି ସମର୍ôଥତ ପ୍ରାର୍ଥୀନୀ ପ୍ରମିଳା ଖଟୁଆ ୨୧୩ ଭୋଟ ବ୍ୟବଧାନରେ କଂଗ୍ରେସ ସମର୍ôଥତ ପ୍ରାର୍ଥୀନୀ ଝରଣା ପ୍ରଧାନଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ଦିହୁଡିପୁର ପଂଚାୟତର ୧୧ ୱାର୍ଡରେ ସମୁଦାୟ ୨୦୨୫ ଭୋଟ ମିଳିଥିବାବେଳେ ବିଜେଡି ସମର୍ôଥତ ପ୍ରାର୍ଥୀନୀ ପ୍ରମିଳା ୧୧୧୦ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ସମର୍ôଥତ ପ୍ରାର୍ଥୀନୀ ୮୯୭ ଖଣ୍ଡ ଭୋଟ ପାଇଛନ୍ତି । ୧୮ ଖଣ୍ଡ ଭୋଟ ନାକଚ ହୋଇଯାଇଛି । ବିଜେଡି ସମର୍ôଥତ ପ୍ରାର୍ଥୀନୀ ପ୍ରମିଳା ଖଟୁଆ ନିର୍ବାଚିତ ହୋଇଥିବା ସରକାରୀ ଭାବେ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଶୁଭ୍ରାଂଶୁ ସାହୁ ଘୋଷଣା କରିବା ପରେ ବିଜେଡି ନେତା ଓ କର୍ମୀ ମହଲରେ ଆନନ୍ଦ ଉଲ୍ଲାସ ଖେଳିଯାଇଥିଲା । ଦିହୁଡିପୁର ପଂଚାୟତ ସମିତି ସଭ୍ୟା ଉପନିର୍ବାଚନ ଭୋଟ ଗଣତି ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେଉରିଆ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତିଙ୍କ ନେତୃତ୍ୱରେ ପୋଲିସ ଅଫିସର ଓ ଫଉଜ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।ସେହିପରି ପେଣ୍ଠପାଳ ୧୦ ଓର୍ାଡ ସଭ୍ୟ ଉପନିର୍ବାଚନରେ ୩୦୧ ମତଦାନ ହୋଇଥିଲା । ସେଥିରୁ ନିରୁପମା ମଳିକ ୧୫୭ ଖଣ୍ଡ ଭୋଟ ପାଇ ଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶାନ୍ତିଲତା ମଳିକ ୧୨୯ ଖଣ୍ଡ ଭୋଟ ପାଇଛନ୍ତି । ନିରୁପାମା ମଳିକ ୨୮ ଖଣ୍ଡ ଭୋଟରେ ନିର୍ବାଚିତ ହୋଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading