ଦିହୁଡିପୁର ସମିତି ସଭ୍ୟା ଉପନିର୍ବାଚନ :ବିଜେଡି ସମର୍ôଥତର ବାଜିମାତ!


ପଟ୍ଟାମୁଣ୍ଡାଇ ୧୧ା୮-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ପଂଚାୟତର କଂଗ୍ରେସ ସମର୍ôଥତ ସମିତିସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ପରେ ସମିତିସଭ୍ୟା ପଦବୀ ପାଇଁ ଗତ ୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଆସନକୁ ପୁନଃରାୟ ନିଜ ହାତରେ ରଖିବା ପାଇଁ କଂଗ୍ରେସ ଦଳ ଜୋରଦାର ଉଦ୍ୟମ କରିଥିବାବେଳେ କଂଗ୍ରେସ ହାତରେ ଥିବା ସମିତିସଭ୍ୟା ପଦବୀକୁ ଛଡାଇ ନେବା ପାଇଁ ବିଜେଡି ମଧ୍ୟ ଜୋରଦାର ଉଦ୍ୟମ ଚଲାଇଥିଲା । ଚଳିତବର୍ଷ ନିର୍ବାଚନବର୍ଷ ହୋଇଥିବା ଏବଂ ଏହି ଉପନିର୍ବାଚନ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ବୋଲି ବିବେଚନା କରାଯାଉଥିବାରୁ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଜି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ କଡା ନିରାପତା ମଧ୍ୟରେ ଦିହୁଡିପୁର ସମିତିସଭ୍ୟା ଉପନିର୍ବାଚନ ଭୋଟ ଗଣତି କରାଯାଇଥିଲା । ଏଥିରେ ବିଜେଡି ସମର୍ôଥତ ପ୍ରାର୍ଥୀନୀ ପ୍ରମିଳା ଖଟୁଆ ୨୧୩ ଭୋଟ ବ୍ୟବଧାନରେ କଂଗ୍ରେସ ସମର୍ôଥତ ପ୍ରାର୍ଥୀନୀ ଝରଣା ପ୍ରଧାନଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ଦିହୁଡିପୁର ପଂଚାୟତର ୧୧ ୱାର୍ଡରେ ସମୁଦାୟ ୨୦୨୫ ଭୋଟ ମିଳିଥିବାବେଳେ ବିଜେଡି ସମର୍ôଥତ ପ୍ରାର୍ଥୀନୀ ପ୍ରମିଳା ୧୧୧୦ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ସମର୍ôଥତ ପ୍ରାର୍ଥୀନୀ ୮୯୭ ଖଣ୍ଡ ଭୋଟ ପାଇଛନ୍ତି । ୧୮ ଖଣ୍ଡ ଭୋଟ ନାକଚ ହୋଇଯାଇଛି । ବିଜେଡି ସମର୍ôଥତ ପ୍ରାର୍ଥୀନୀ ପ୍ରମିଳା ଖଟୁଆ ନିର୍ବାଚିତ ହୋଇଥିବା ସରକାରୀ ଭାବେ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଶୁଭ୍ରାଂଶୁ ସାହୁ ଘୋଷଣା କରିବା ପରେ ବିଜେଡି ନେତା ଓ କର୍ମୀ ମହଲରେ ଆନନ୍ଦ ଉଲ୍ଲାସ ଖେଳିଯାଇଥିଲା । ଦିହୁଡିପୁର ପଂଚାୟତ ସମିତି ସଭ୍ୟା ଉପନିର୍ବାଚନ ଭୋଟ ଗଣତି ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେଉରିଆ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତିଙ୍କ ନେତୃତ୍ୱରେ ପୋଲିସ ଅଫିସର ଓ ଫଉଜ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।ସେହିପରି ପେଣ୍ଠପାଳ ୧୦ ଓର୍ାଡ ସଭ୍ୟ ଉପନିର୍ବାଚନରେ ୩୦୧ ମତଦାନ ହୋଇଥିଲା । ସେଥିରୁ ନିରୁପମା ମଳିକ ୧୫୭ ଖଣ୍ଡ ଭୋଟ ପାଇ ଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶାନ୍ତିଲତା ମଳିକ ୧୨୯ ଖଣ୍ଡ ଭୋଟ ପାଇଛନ୍ତି । ନିରୁପାମା ମଳିକ ୨୮ ଖଣ୍ଡ ଭୋଟରେ ନିର୍ବାଚିତ ହୋଇଛନ୍ତି ।


Next Post

ଶିବାନନ୍ଦ ଆଶ୍ରମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sat Aug 12 , 2023
କେନ୍ଦ୍ରାପଡ଼ା,୧୧ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସୁରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଉଦଘାଟନ କରିଥିବା ବେଳେ ଶିବାନନ୍ଦ ମାତୃ ଚେତନା ସଙ୍ଘ ଆଳିଜଙ୍ଗାର ମା’ମାନେ ଯୋଗଦେଇ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ । ଗୀତା ସ୍ୱାଇଁ, […]

KANIKA