ଶିବାନନ୍ଦ ଆଶ୍ରମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା,୧୧ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସୁରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଉଦଘାଟନ କରିଥିବା ବେଳେ ଶିବାନନ୍ଦ ମାତୃ ଚେତନା ସଙ୍ଘ ଆଳିଜଙ୍ଗାର ମା’ମାନେ ଯୋଗଦେଇ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ । ଗୀତା ସ୍ୱାଇଁ, ନିରୁପମା ନାୟକ, କମଳା ମହାନ୍ତି, ପୁନମ ନାୟକ, ନଳିନୀ ମହାନ୍ତି, ଗିତା ନାଥ, ଜୟନ୍ତୀ ମଲ୍ଲିକ ଓ ଶିବାନନ୍ଦ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା । ସ୍ୱାମୀ ଓଁକାରାନନ୍ଦ ସରସ୍ୱତୀ, ଆଚାର୍ଯ୍ୟ ରାଖାଲ ଦାସ, ହିମାଂଶୁ ଦାସ, ଅଭିମନ୍ୟୁ ଗୋଛାୟତ, ରମେଶ ମଲ୍ଲିକ, ଶ୍ରୀବତ୍ସ ନାୟକ, ବ୍ରହ୍ମଚାରୀ ନୃସିଂହ ଦାସ, ଭାଗବତ ସାମଲ ପ୍ରମୁଖଙ୍କ ସହ ଯୋଗରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading