ଜିଲ୍ଲା ସିନିଅର ହ୍ୟାଣ୍ଡବଲ ଦଳର କେଉଁଝର ଯାତ୍ରା

ZILA SENIOR HAND BALL DALARA KEUNJHAR JATRA-min


କେନ୍ଦ୍ରାପଡ଼ା, ୧୨ା୮: କେନ୍ଦ୍ରାପଡା ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନର ସମ୍ପାଦକ ସେକ ସୈାକତ ଖାନ ଓ ସଭାପତି ଚିନ୍ତାମଣୀ ସାହୁଙ୍କ ନେତୃତ୍ୱରେ କେନ୍ଦ୍ରାପଡା ହ୍ୟାଣ୍ଡବଲ ଦଳ ରାଜ୍ୟ ସିନିଅର ହ୍ୟାଣ୍ଡବଲ ଚମ୍ପିୟନସିପ ପାଇଁ କେଉଁଝର ଯାତ୍ରା କରିଛନ୍ତି । ଏହି ୩୬ତମ ରାଜ୍ୟ ସ୍ତରୀୟ ବାଳକ ହ୍ୟାଣ୍ଡବଲ ଦୁଇଦିନ ଧରି କେଉଁଝର ଠାରେ ଅନୁଷ୍ଠିତ ହେବ । ଏହି ଚମ୍ପିୟନସିପରେ ରାଜ୍ୟର କେନ୍ଦ୍ରାପଡା, ଭୁବନେଶ୍ୱର, ଭଦ୍ରକ, ପୁରୀ, ଗଞ୍ଜାମ, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ, ରାୟଗଡା, ନବରଙ୍ଗପୁର, ଦେବଗଡ, କେଉଁଝର, ନୟାଗଡ ଓ ବଲାଙ୍ଗିର ପ୍ରଭୃତି ୧୬ ଦଳ ଅଂଶଗ୍ରହଣ କରିବେ । କେନ୍ଦ୍ରାପଡା ହ୍ୟାଣ୍ଡବଲ ଦଳର ପ୍ରଶିକ୍ଷକ ସେକ ସୈାକତ ଖାନ ଓ ମ୍ୟାନେଜର ସରୋଜ କୁମାର ଜେନାଙ୍କ ସହିତ ଟିମର ୧୬ଜଣ ଖେଳାଳି ବିଜୟ କୁମାର ବେହେରା, ସବ୍ୟସାଚି ଦାସ, ଶ୍ରୀନାଥ ଜେନା, ମୋଜାହିଦ ଖାନ, ମନ୍ଥନ କୁମାର ବେହେରା, କିଶୋର ଦାସ, ପ୍ରଶାନ୍ତ ଦାସ, ସବ୍ୟସାଚୀ ପଣ୍ଡା, ମହମ୍ମଦ ଆସିକ, ସେକ ଅଫତାବ, ରୁଚିନନ୍ଦନ ଜେନା, ସରିଫ ଖାନ, ସେକ ଜାହିଦ, ବିଶ୍ୱଜିତ ପଣ୍ଡା ଓ ସେକ ଆକିଫ ପ୍ରମୁଖ ରାଜ୍ୟ ସିନିଅର ହ୍ୟାଣ୍ଡବଲ ଚମ୍ପିୟନସିପରେ ଅଂଶଗ୍ରହଣ କରିବା ପାଇଁ କେଉଁଝର ଯାତ୍ରା କରିଛନ୍ତି ।