ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ , ୧ମୃତ ଓ ୧ଗୁରୁତର


ଆଜି ଅପରାହ୍ନରେ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତରେ ମୃତ ଆହତ ହୋଇଥିବା ଜଣାପଡିଛି ଗତକିଛି ଦିନ ଧରି ବର୍ଷା ଅଭାବରୁ ଚାଷ କାର୍ଯ୍ୟ ହୋଇପାରିନଥିଲା ଆଜି ଅପରାହ୍ନ ୪ ଟା ସମୟରେ ପ୍ରବଳ ବର୍ଷା ହେବା ଫଳରେ ଚାଷ କାର୍ଯ୍ୟ ହୋଇପାରିବ ବୋଲି ଚାଷୀମାନେ ଆଶାବାଦୀ ହୋଇ ନିଜ ନିଜ ବିଲକୁ ଯାଇଥିଲେ  ତେବେ ବର୍ଷାକୁ ଦେଖି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପ୍ରଫୁଲ୍ଲ ସେଠୀ (୫୪) ଡମ୍ବରୁ ସେଠୀ  (୫୮)ଚାଷକାମ ପାଇଁ ବିଲକୁ ଯାଇଥିଲେ  ବିଲରେ ଚାଷ କାମ କରୁଥିବାବେଳେ ହଠାତ ତାଙ୍କ ଉପରେ ବଜ୍ରପାତ ହୋଇଥିଲା ବଜ୍ରପାତର ଶିକାର ହୋଇ ଉଭୟ ପ୍ରଫୁଲ୍ଲ ଡମ୍ବରୁ ଗୁରୁତର ହୋଇ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ହସ୍ପିଟାଲକୁ ଆସିଥିଲେ ମାତ୍ର ଡାକ୍ତର ପ୍ରଫୁଲ୍ଲଙ୍କୁ ମୃତ ଘୋଷଣା କରିଥିଲେ ଗୁରୁତର ଅବସ୍ଥାରେ ଥିବା ଡମ୍ବରୁଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ଖବର ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ପହଂଚି ଚିକିତ୍ସା ବ୍ୟବସ୍ଥା କରାଇବା ସହିତ ମୃତ ପରିବାରକୁ ସମବେଦନା ଜଣାଇଥିଲେ ମୃତ ଆହତ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବିଧାୟକ ସ୍ଥାନୀୟ ପ୍ରଶାସନକୁ ପରାମର୍ଶ ଦେଇଥିଲେ ମୃତ ଆହତ ଚାଷୀ ଦୁଇ ଜଣ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି


Next Post

भारी बारिश के कारण बिजली गिरने से 1 की मौत और 1 की हालत गंभीर

Sun Aug 13 , 2023
खबर है कि आज दोपहर मे पट्टामून्डाइ इलाके में बिजली गिरने से 1 व्यक्ति की मौत हो गई और 1 व्यक्ति घायल हो गया. पिछले कुछ दिनों से बारिश नहीं होने के कारण खेती नहीं हो पा रही थी . आज अपराह्न चार बजे तेज बारिश के कारण खेती होने […]

KANIKA