ଗୋପାଳଜୀୟୁ ମନ୍ଦିରରେ ବ୍ରାହ୍ମଣମହାସଭା



କେନ୍ଦ୍ରାପଡ଼ା,୧୪ା୧୨: ଗୋପାଳଜୀୟୁ ମନ୍ଦିର ପରିସରରେ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ବ୍ରାହ୍ମଣ ମହାସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଥମେ ପ୍ରାକ୍ତନ ସଭ୍ୟ ସ୍ୱର୍ଗତ ଦାମୋଦର ତ୍ରିପାଠୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲ । କେନ୍ଦ୍ରାପଡା ବ୍ଲକ ସଂପାଦକ ପଣ୍ଡିତ ହରେକୃଷ୍ଣ ପତି ବେଦପାଠ କରିଥିଲେ ଓ ଆଜିର ବୈଠକର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ବ୍ରାହ୍ମଣ ସମାଜର ସଂପାଦକ ପଣ୍ଡିତ କିଶୋର ଚନ୍ଦ୍ର ମିଶ୍ର ପୂର୍ବ ସଭାର ବିବରଣୀ ପାଠ କରିଥିଲେ ଓ ବ୍ରାହ୍ମଣ ସମାଜର ଉନ୍ନତି କଳ୍ପେ ଅନେକ ନୂତନ ପ୍ରସ୍ତାବ ଆଗତ କରିଥିଲେ ବିଭିନ୍ନ ମଠ, ମନ୍ଦିର ମାନଙ୍କରେ ପୂଜା କରୁଥିବା ପୂଜକ ମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ ଭତ୍ତା ପ୍ରଦାନ କରାଯିବା ନିମନ୍ତେ ପ୍ରସ୍ତାବ ଆଗତ କରାଗଲା । କେନ୍ଦ୍ରାପଡା ନଗର ସଂପାଦକ ନୃସିଂହ ଚରଣ ତ୍ରିପାଠୀ ଔଷଧିୟ ବୃକ୍ଷରୋପଣ, ଆର୍ଥିକ ଅନଗ୍ରସର ମେଧାବି ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ପଣ୍ଡିତ ସୁବାଷ ପାଣି ସମସ୍ତ ବ୍ଲକରେ ବ୍ରାହ୍ମଣ ସମାଜର ଗଠନ ପାଇଁ ପ୍ରସ୍ତାବ ପ୍ରଦାନ କରିଥିଲେ । ଆଗାମୀ ୨୦୨୫ ଡିସେମ୍ବର ୨୧ ରବିବାର ଦିନ ଦିବା ୧୧ଟାରେ ଗୋପାଳଜୀୟୁ ମନ୍ଦିର ପରିସରରେ ପୁନଃ ବୈଠକ ଅନୁଷ୍ଠିତ ହେବ ଓ ଜିଲ୍ଲା ସ୍ତରୀୟ କମିଟି ଗଠନ ନିମନ୍ତେ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା । ଉକ୍ତ ସଭାରେ ସର୍ବଶ୍ରୀ ନିତ୍ୟାନନ୍ଦ ମିଶ୍ର, ଯୁଧିଷ୍ଟିର ପଣ୍ଡା, ରବିନାରାୟଣ ମହାପାତ୍ର, ଭୁବନ ମୋହନ ମିଶ୍ର, କ୍ଷୀରୋଦ ଚନ୍ଦ୍ର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଦେବପ୍ରସାଦ ସାମନ୍ତରାୟ, ରାମଚନ୍ଦ୍ର ପତି, ରୁନୁବାଳା ଦାଶ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପଣ୍ଡିତ ନରେନ୍ଦ୍ର କୁମାର ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।


Next Post

ଶ୍ରୀବଳଦେବଜୀଉ ମଣ୍ଡଳର କର୍ମକର୍ତ୍ତା ନିର୍ବାଚନ

Sun Dec 14 , 2025
କେନ୍ଦ୍ରାପଡ଼ା,୧୪ା୧୨:ଶ୍ରୀନିଳାଚଳ ନିଖିଳୋତ୍ପଳ ପାଲାଗାୟକ ପରିଷଦର ଶାଖା ଶ୍ରୀବଳଦେବଜୀଉ ମଣ୍ଡଳର ଏକ ବୈଠକ ତିନିମୁହାଣୀସ୍ଥିତ ରାମମନ୍ଦିର ପରିସରରେ ଗାୟକ ରମାକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ଡେରାବିଶ ଓ କେନ୍ଦ୍ରାପଡା ବ୍ଲକର ସମସ୍ତ ଗାୟକ, ଗାୟିକା, ବାୟକ ଓ ସଂଗୀତକାରମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ସର୍ବସମ୍ମତିକ୍ରମେ ଶ୍ରୀବଳଦେବଜୀଉ ମଣ୍ଡଳର ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରାଯାଇଥିଲା। ମଣ୍ଡଳର ଉପଦେଷ୍ଟା ଭାବେ ଚିନ୍ମୟ […]

KANIKA