ପୂର୍ବତନ ବିଧାୟିକାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା



କେନ୍ଦ୍ରାପଡ଼ା,୧୪ା୮ : ପୂର୍ବତନ ବିଧାୟିକା ତଥା କଟକ ମହାନଗର ନିଗମର ମେୟର ସ୍ୱର୍ଗତା ନିବେଦିତା ପ୍ରଧାନଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ଅମର ଭବନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ବୈଦ୍ୟନାଥ ଚାଟାର୍ଜୀଙ୍କସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ନୃସିଂହ ପ୍ରସାଦ ପତ୍ରୀ, ଶିଶୁ ମନ୍ଦିରର ସମ୍ପାଦକ ହିମାଂଶୁଶେଖର ଦାଶ, ଆଇନିଜୀବୀ ଫକିର ବେହେରା, ପୂର୍ବତନ କାଉନସିଲର ସମୀର ଦାସ, କିଷାନ ସଙ୍ଘର ଜିଲ୍ଲା ସଭାପତି ଚିନ୍ମୟ ଦାସ, ସମାଜସେବୀ ପ୍ରଭାତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ପ୍ରଧାନଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


Next Post

କେନ୍ଦ୍ରାପଡା ପୈାର ପରିଷଦର ସାଧାରଣ ବୈଠକ

Tue Aug 15 , 2023
କେନ୍ଦ୍ରାପଡା ପୈାର ପରିଷଦର ସାଧାରଣ ବୈଠକ ପୈାରସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପୈାରାଧ୍ୟକ୍ଷା ସରିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଉନସିଲ ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ନୂତନ ଭାବେ ଯୋଗଦେଇଥିବା ପୋର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କୁ ଶୁଭେଛା ଜଣାଇଥିଲେ । ପୈାରନିର୍ବାହୀ ଅଧିକାରୀ ଶ୍ରୀ ବିଶା୍ୱଳ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରଥମେ ଗତ ବୈଠକର ପ୍ରସ୍ତାବ ଗୁଡିକୁ […]

KANIKA