୯ଦଫା ଦାବିକୁ ନେଇ କଂଗ୍ରେସ ତରଫରୁ ପଟ୍ଟାମୁଣ୍ଡାଇ ବ୍ଲକ ଘେରାଉ



କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ୧୮ା୮- ରାଜ୍ୟର ବ୍ଲକମାନଙ୍କରେ ବ୍ୟାପକ ପିସି କାରବାର ବନ୍ଦ କରିବା ସହ ୯ ଦଫା ଦାବିକୁ ନେଇ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରାଜ୍ୟର ୩୧୪ଟି ବ୍ଲକ ଘେରାଉ ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସର ବରିଷ୍ଠ ନେତା ଓ ଶତାଧିକ କର୍ମୀ କଂଗ୍ରେସ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ପିକେଟିଂ କରିଥିଲେ । ପରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୯ ଦଫା ଦାବିପତ୍ର ବିଡିଓ ଶୁଭ୍ରାଂଶୁ ସାହୁଙ୍କୁ ପ୍ରଦାନ କରିଥିଲେ । ପ୍ରମୁଖ ଦାବିରେ ବିଜେଡି ସରକାରରେ ବ୍ଲକମାନଙ୍କରେ ୧୫%ରୁ ୫୦ପର୍ଯ୍ୟନ୍ତ ପିସି କାରବାର ତୁରନ୍ତ ବନ୍ଦ କରିବା ସହ ରାଜ୍ୟ ସରକାର ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଂଚାୟତକୁ ଦେଉଥିବା ୫୦ଲକ୍ଷ ଟଙ୍କା ସିଧାସଳଖ ପଂଚାୟତକୁ ପ୍ରଦାନ କରିବା ସହିତ ଗ୍ରାମସଭାର କେଉଁ କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ତାହା ନିଷ୍ପତି ମୁତାବକ ପାରିତ ହେବା ପରେ ଖର୍ଚ୍ଚ କରିବା, ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରିବା ବନ୍ଦ କରାଯିବା, ନାରୀ ନିର୍ଯାତନା ବନ୍ଦ କରି ନାରୀମାନଙ୍କୁ ଆର୍ôଥକ ଦୃଷ୍ଟିରୁ ସଶକ୍ତ କରିବା, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାର ସମସ୍ୟା, ଚାଷୀ ମାରଣ ନୀତି, ଟାଟାକମ୍ପାନୀ ଖାଉଟି ବିରୋଧୀ ବିଜୁଳି ନୀତି ସହ ୯ ଦଫା ଦାବିପତ୍ର ରାଜ୍ୟପାଳଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ ସହ ବ୍ଲକ ଘେରାଉ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିରଂଚି ନାରାୟଣ ଦାସ, ଅବିନାଶ ଲେଙ୍କା, ମାଗୁଣି ସ୍ୱାଇଁ, ଆଲୋକ ଧଳ, ସନାତନ ବିଶ୍ୱାଳ, ମନୋରଞ୍ଜନ କର, କାଉନସିଲର ସମ୍ରାଟ ଜେନା, କାଉନସିଲର ମଳୟ ଓଝା, ନରେଶ ଜେନା, ଭାରତ ସ୍ୱାଇଁ, ପ୍ରଦୀପ ପ୍ରଧାନ, ତପନ ପାତ୍ର, ଲିଟନ ବେହୁରା,ରଞ୍ଜନ ବେହେରା, ଯଦୁମଣି ଦାସ, ମାଗୁଣି ଲେଙ୍କା, ପିଂଟା ଚୌଧୁରୀ, ପର୍ଶୁରାମ ବେହେରା, ନିମାଇଁ କର, ସର୍ବେଶ୍ୱର ସେଠୀ, ନରେଶ ମଲିକ, ସେକ ଅମରୁଲ ସମେତ ଶତାଧିକ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରା ପିକେଟିଂରେ ସାମିଲ ଥିଲେ ।


Next Post

ଭୂତକୋଠି ପାଲଟିଛି ଖଡ଼ିଅଂଟା ପ୍ରାଣୀ ଚିକିତ୍ସା କେନ୍ଦ୍ର

Fri Aug 18 , 2023
ପଟ୍ଟାମୁଣ୍ଡାଇ: ଗ୍ରାମାଂଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଉଥିବା ଅଭିଯୋଗ ହେଉଛି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଂଟା ପ୍ରାଣୀ ଚିକିତ୍ସା କେନ୍ଦ୍ର କ୍ଷେତ୍ରରେ । ଏଠାରେ ଲକ୍ଷଧିକ ଟଙ୍କାରେ ନିର୍ମିତ ଗୃହଟି ବ୍ୟବହାର ହେଉ ନ ଥିବାରୁ […]

KANIKA

Subscribe