ନାମାଙ୍କନପତ୍ର ଦାଖଲର ତୃତୀୟ ଦିବସ : ୪ ଜଣ ବିଧାନସଭା ଓ ଜଣେ ଲୋକସଭା ପାଇଁ ମନୋନୟନ ପତ୍ର ଦାଖଲ କରିଛନ୍ତି


କେନ୍ଦ୍ରାପଡା, ୯ା୫: ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିବସରେ ୫ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଉଛନ୍ତି ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ବିଏସ୍‌ପିର ଚିଦାନନ୍ଦ ପରିଡା, ୯୮-ଆଳି ବିଧାନସଭା କ୍ଷେତ୍ର ପାଇଁ ବିଏସ୍‌ପିର ପ୍ରଶାନ୍ତ କୁମାର ସେଠୀ, ୯୯-ରାଜନଗର ବିଧାନସଭା କ୍ଷେତ୍ର ପାଇଁ ସ୍ୱାଧୀନ ପ୍ର୍ରାର୍ଥୀ ଦିବ୍ୟରଞ୍ଜନ ସ୍ୱାଇଁ, ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ବିଏସ୍‌ପିର ଅଧୀର ନାଥଶର୍ମା ଓ ୧୫-କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ବିଏସ୍‌ପି ପ୍ରାର୍ଥୀ ରଞ୍ଜନ କୁମାର ମଲ୍ଲିକ । ଦ୍ୱିତୀୟ ଦିବସରେ ମାତ୍ର ଜଣେ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିଲେ । ଆଜି ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ସମାଜବାଦୀ ପାର୍ଟିର ପ୍ରଦୀପ୍ତ କୁମାର ମିଶ୍ରଙ୍କ ନାମରେ ମନୋନୟନ ପତ୍ର କିଣାଯାଇଥିବା ବେଳେ ୯୭-କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ପାଇଁ ସ୍ୱାଧୀନ ପ୍ରାର୍ଥୀ ଦିନବନ୍ଧୁ ମଲ୍ଲିକ, ୯୮-ଆଳି ବିଧାନସଭା କ୍ଷେତ୍ର ପାଇଁ ସ୍ୱାଧୀନ ପ୍ରାର୍ଥୀ କ୍ଷିତିଶ୍ରୀ ସାହୁ, ପର୍ଶୁରାମ ଦାସ ଓ ଶ୍ରୀରାମ ପାଣ୍ଡେ, ୯୯-ରାଜନଗର ବିଧାନସଭା କ୍ଷେତ୍ର ପାଇଁ ସ୍ୱାଧୀନ ପ୍ରାର୍ଥୀ ସ୍ନେହଲତା ରାୟ ଓ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ, ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ସମାଜବାଦୀ ପାର୍ଟିର ଧିରେନ ଦାସଙ୍କ ନାମରେ ମନୋନୟନ ପତ୍ର କିଣାଯାଇଥିବା ସୂଚନା ଦିଆଯାଇଛି । ସେହିଭଳି ୧୫-କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ର ସୌଭାଗ୍ୟ କେତନ ସାମଲ, ସ୍ୱାଧୀନ ପ୍ରାର୍ଥୀ ଶ୍ରୀରାମ ପାଣ୍ଡେ ଏବଂ ଭାରତୀୟ ଜାତୀୟ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କ ନାମରେ ମନୋନୟନ ପତ୍ର କିଣାଯାଇଥିବା ଜଣାପଡିଛି ।


Next Post

ସମୃଦ୍ଧ ପାଟକୁରା ଗଠନ ପାଇଁ ସଂକଳ୍ପ ନେବାକୁ ଆହ୍ୱାନ , ଯୋଡି ଶଙ୍ଖରେ ଭୋଟଦେବାକୁ ନିବେଦନ, କୁରୁଜଙ୍ଗାରେ ବିଜେଡି କର୍ମୀ ସମାବେଶ

Thu May 9 , 2024
ଡେରାବିଶ  ୦୯/୦୫/୨୦୨୪- ଜୁନ ୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇ ଥିଲା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ତାତି ଜୋରଧରିଛି । ବିଜେଡି ଦଳର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ,ଗରଦପୁର ବ୍ଲକ ଅଂଚଳରେ ଘନଘନ କର୍ମୀସମାବେଶ ରାଜନୀତିକ ପାଣିପାଗକୁ ଉସ୍ମତା କରିଛି । ବୁଧବାର ସନ୍ଧ୍ୟାରେ ଡେରାବିଶ ବ୍ଲକ ଅଧୀନ କୁରୁଜଙ୍ଗାଠାରେ ବିଜେଡି ଦଳର ଏକ ବିଶାଳ କର୍ମୀସମାବେଶ ଅନୁଷ୍ଠିତ ହୋଇଥିଲା । ବ୍ଲକ […]