୫-ଟି ଅନୁଦାନ ଆତ୍ମସାତ ଯୋଜନା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ


କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବୋଧଗାଁ ଗ୍ରାମର ଅଧିବାସୀମାନେ ଶ୍ରୀ ଶ୍ରୀ ପାଗଳାବାବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଳିଥିବା ୫-ଟି ଅନୁଦାନକୁ ଆତ୍ମସାତ୍ ଉଦ୍ୟମ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉ କି ଏହି ବିଦ୍ୟାଳୟ (ମଡେଲ) ଉନ୍ନତମାନର ଗୃହ ନିର୍ମାଣ ପାଇଁ ୫-ଟି ଶିକ୍ଷା ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି । ବେନିୟମ ଭାବେ ଗ୍ରାମର ଜଣେ ସରକାରୀ ଦଳର ସ୍ୱାର୍ଥନ୍ୱେଷୀ ବ୍ୟକ୍ତି  ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନଙ୍କୁ ପ୍ରଭାବିତ କରି ଏହି କାର୍ଯ୍ୟ କରିବା ପାଇଁ ଉଦ୍ୟମ କରିଛନ୍ତି । ତେଣୁ ଏହି ଗ୍ରାମର ଗ୍ରାମବାସୀମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଭେଟି ଅଭିଯୋଗ ମଧ୍ୟ କରିଥିଲେ । ରାଜନଗର ବିଧାୟକ ଓ ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି । ଏହାର କୌଣସି ସୁଫଳ ନମିଳିବାରୁ ସ୍କୁଲ କମିଟିର ସଦସ୍ୟ ଓ ଗ୍ରାମବାସୀମାନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ଅନୁପସ୍ଥିତ ଥିବାରୁ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଘଟଣାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅଭିଯୋଗକାରୀମାନେ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ କହିଥିଲେ ଯେ ଯଦି କାର୍ଯ୍ୟାନୁଷ୍ଠାନ ନନିଆଯାଏ ତେବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପାଇଁ ବାଧ୍ୟ ହେବେ । ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଗୟାଧର ଧଳଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ବିଜୟ ଦାସ, ଯଦୁମଣୀ ଦାସ, ସୁଦର୍ଶନ ମଲ୍ଲିକ, ସହଦେବ ଦାସ, ଲକ୍ଷ୍ମଣ ପ୍ରଧାନ, ସରୋଜକାନ୍ତ ସାହାଣୀ, ଶିଶିର ବାରିକ, ଶୁଭଶ୍ରୀ ଦାସ, ଚନ୍ଦନ ବେହେରା, ପ୍ରଦୀପ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading