ଟ୍ରଲର ଜବତ, ୯ ଜଣ ମତ୍ସ୍ୟଜିବୀ ଗିରଫ


କେନ୍‌ଦ୍ରାପଡା ଜିଲ୍ଲା ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଗରନାଶୀଠାରୁ ୧୦କି.ମି. ଦୂରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗର ପାଟ୍ରୋଲିଂ ଦଳ ଓମ ବାବା ୭ ନାମକ ଟ୍ରଲରକୁ ଜବତ କରିଥିଲେ । ସେଥିରୁ ୯ ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରିବା ସହ ଗୋଟିଏ ଜିପିଏସ, ଗୋଟିଏ ଭିଏଚଏଫ, ୭ଟି ଜାଲ ଓ ୫କ୍ୟୁଟାଂଲ ମାଛ ଜବତ କରିଛନ୍ତି । ମତ୍ସ୍ୟଜିବୀମାନେ ଅମର ମଳିକ, ରତିକା” ସିହ୍ନା, ରଂଜିତ ବେହେରା, ମୁନ୍ନା ଶାହା, ଏସ.କେ ରଫିକ, ସମୟ ମାଝି, ବାପୁନ ଜେନା, ରହିମ ଖାଁନ, ଶିବଶଙ୍କର ପାତ୍ରଙ୍କୁ ଗିରଫ କରି ବନବିଭାଗ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଣିଥିଲା । ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ରାଜନଗରରେ ହୋଇନପାରିବାରୁ ବନବିଭାଗ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୈାଣସି ସ୍ଥାନରୁ ସହଯୋଗ ନମିଳିବାରୁ ବନବିଭାଗ ହାଜତକୁ ନିଆଯାଇଥିବା ରେଂଜ ଅଫିସର ପ୍ରଦୋଷ ମହାରଣା ସୂଚନା ଦେଇଛ”ି । ଯାହାଫଳରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ପାରିନାହିଁ ।


Next Post

ଶିକ୍ଷକ ନିଯୁକ୍ତି ଦାବୀରେ ବିଇଓ ଅଫିସରେ ଗଣଧାରଣା

Fri Dec 15 , 2023
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦକ୍ଷିଣେଶ୍ୱର ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀ କରି ଆଜି କାଠିଆପଡା ଗ୍ରାମର ବହୁ ଅଧିବାସୀ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସ୍କୁଲରେ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ସେମାନେ ଧାରଣାରେ ବସି କହିଛନ୍ତି । କଠିଆପଡା ଦକ୍ଷୀଣେଶ୍ୱର ଉଚ୍ଚବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଏଲିମେଟାରି ଓ ନବମ ଦଶମ ଶ୍ରେଣୀରେ ମୋଟ ୩୫୭ ଜଣ ପିଲା ପାଠ ପଢୁଛନ୍ତି […]