ନଦୀକୂଳିଆ ଗାଧୁଆ ତୁଠର ସୁରକ୍ଷାବାଡ ତନଖି କଲେ ମୁଖ୍ୟ ବନସଂରକ୍ଷକ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ନଦୀନାଳରେ କୁମ୍ଭୀର ଉପଦ୍ରବ ଯୋଗୁଁ ନିରୀହ ଲୋକଙ୍କ ଜୀବନ ଚାଲି ଯାଉଛି । ନଦୀକୂଳିଆ ଗାଁଗୁଡିକର ଲୋକମାନେ ନଦୀରେ ବ୍ୟବହାର କରିବା ପାଇଁ ବନବିଭାଗ ପକ୍ଷରୁ ଗାଧୁଆତୁଠର ସୁରକ୍ଷା ବାଡଗୁଡିକ ଅସୁରକ୍ଷିତ ହୋଇପଡିଥିବା ଅଭିଯୋଗ ହୋଇଆସୁଥିଲା । ଏହାର ରକ୍ଷଣାବେକ୍ଷଣ କରାଯାଉନଥିବାରୁ କୁମ୍ଭୀର ଆକ୍ରମଣରେ ନଦୀକୂଳିଆ ଗାଁଗୁଡିକର ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ ମୁଖ୍ୟ ବନସଂରକ୍ଷକ ଓଡିଶାର ଏସ କେ ପୋପୁଲି ଶ୍ରୀରାମପୁର ଓ ନଗଡ ଗାଁ ନିକଟରେ ଥିବା ଗାଧୁଆତୁଠର ସୁରକ୍ଷା ବାଡକୁ ବୁଲି ଦେଖିଥିଲେ । ଏଗୁଡିକ ଭାଙ୍ଗିରୁଜି ଯାଇଥିବାରୁ ବନାଂଚଳ ଅଧିକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ମମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗୁପ୍ତି ଯାଇ ଡ୍ରାଇଭର ଓ ଷ୍ଟାଫ କ୍ୱାର୍ଟର ଉଦ୍ଘାଟନ କରିବା ପରେ କନିକା ରେଂଜ କାର୍ଯ୍ୟାଳୟ ପରିସରକୁ ଯାଇ ରାତ୍ରି ରହଣୀ କରିଥିବା ଜଣାପଡିଛି । ତାଙ୍କ ସହିତ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ଏସିଏଫ ପୁନମହୀରା ହାଂସଦା, ରାଜନଗର ରେଂଜ ଅଫିସର ଚିତରଂଜନ ବେଉରା, ଫରେଷ୍ଟର ବିଜୟ ପାତ୍ର ଓ ବିଭୂତିଭୂଷଣ ତରାଇ, ଫରେଷ୍ଟ ଗାର୍ଡ ତ୍ରିଦୀପ ପ୍ରଧାନ ପ୍ରମୁଖ କର୍ମଚାରୀମାନେ ଉପସ୍ଥିତ ଥିଲେ ।


Next Post

ସମବାୟ ସମିତିରେ ମିଳୁନି ସାର, ଚାଷୀକୁଳ ହତାଶ ଚଢ଼ା ଦରରେ ବଜାରରୁ ସାର କିଣି ବିଲରେ ପକାଉଛନ୍ତି

Mon Aug 21 , 2023
  କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗ କରୁଛନ୍ତି । ଚଳିତ ଖରିଫ ଋତୁରେ ବ୍ଲକର ୩୧ ପଂଚାୟତରେ ୧୧,୩୦୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହେଉଛି । ସେଥିମଧ୍ୟରୁ ଏ ଯାବତ ୬ ହଜାର ହେକ୍ଟର ଜମିରେ […]

KANIKA