କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି



କେନ୍ଦ୍ରାପଡ଼ା,୩ା୧୧:କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ସୋମବାର ସନ୍ଧ୍ୟାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଦ୍‌ଯାପିତ ହୋଇଯାଇଛି। ଏହି ଉପଲକ୍ଷେ ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ‘ସୁରଭି’ ଏକ ସୁଯୋଗ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ। ଯେଉଁ ପିଲାମାନେ ଆଜିର ପ୍ରତିଯୋଗିତାରେ ସଫଳ ହୋଇପାରିନାହାନ୍ତି ସେମାନେ ଏଥିପାଇଁ ଚିନ୍ତା ନକରି ଆଗାମୀ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଜୀନତପ୍ରିୟଦର୍ଶିନୀ ରାଉତ ଯୋଗଦେଇ ପଡିଲେ ଉଠନ୍ତି ଓ ଅସଫଳତା ହିଁ ସଫଳତାର ଚାବିକାଠି ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବେ ସମିତିସଭ୍ୟା ପ୍ରଣତି ବେହେରା, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶାରଦା ପ୍ରସନ୍ନ ରାଉତ, ସହମଣ୍ଡଳଶିକ୍ଷାଧିକାରୀ ବଳଦେବ ପ୍ରସାଦ ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରାକ୍ତନ ସି.ଆର.ସି.ସି. ଅନନ୍ତ କୁମାର ପରିଡା ଅତିଥି ପରିଚୟ ପ୍ରଦାନ ସହ ଉତ୍ସବ ସଂଚାଳନ କରିଥିଲେ। ଶେଷରେ ସି.ଆର.ସି.ସି. ଗଙ୍ଗାଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ପୂର୍ବାହ୍ନରେ ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ଜିଲ୍ଲା ସହଶିକ୍ଷାଧିକାରୀ ଦିପ୍ତୀ ନାୟକ ଯୋଗଦେଇ ପିଲାମାନଙ୍କୁ ଆଗାମୀ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ଏହା ଏକ ମାଧ୍ୟମ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସହଶିକ୍ଷାଧିକାରୀ ସ୍ୱାଗତିକା ସ୍ୱାଇଁ, ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସ, ସାଂସଦଙ୍କ ପ୍ରତିନିଧି ଉପିନ କୁମାର ରାଉତ, ନୋଡାଲ ପ୍ରଧାନଶିକ୍ଷକ ପ୍ରିୟଦର୍ଶିନୀ ତରାଇ ଓ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ କର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସହ ମଣ୍ଡଳ ଶିକ୍ଷାଧିକାରୀ ତଥା ବି.ଆର.ସି.ସି. ବଳଦେବ ପ୍ରସାଦ ଜେନା ସ୍ୱାଗତ ଭାଷଣ ସହ ଉତ୍ସବର ଉଦେଶ୍ୟ ଜ୍ଞାପନ କରିଥିଲେ। ପ୍ରାକ୍ତନ ସି.ଆର.ସି.ସି. ଅନନ୍ତ କୁମାର ପରିଡା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ସି.ଆର.ସି.ସି. ଗଙ୍ଗାଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ଉଦଯାପନୀ ସଂଗୀତ ଗାନ କରିଥିଲେ। ପ୍ରଥମେ ଅତିଥିମାନେ ବିଦ୍ୟାଳୟ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ତପନ କୁମାର ଦାଶ, ଚିନ୍ମୟ ମହାନ୍ତି, ପ୍ରକାଶ କୁମାର ବେହେରା, ମାନଭଞ୍ଜନ ପ୍ରଧାନ, ସତ୍ୟସୁନ୍ଦର ଦାସ, ଦେବୀପ୍ରସାଦ ଦାସ, ମହମ୍ମଦ ଅସଗର ଅଲ୍ଲୀ, ମହମ୍ମଦ ଫାୟାଜୁଦ୍ଦିନ, ମହମ୍ମଦ ଗୟାସୁଦ୍ଦିନ, ସେକ ମନସୁର ଅଲ୍ଲୀ, ବିଷ୍ଣୁ ଚରଣ ସାମଲ, ରାଜେନ୍ଦ୍ର ପ୍ରସାଦ ରାଉତ, ଲଲାଟେନ୍ଦୁ ନାୟକ, ତପନ କୁମାର ଜେନା, ଦାଶରଥି ନାୟକ, ପ୍ରଦୀପ୍ତ କୁମାର ଶତପଥୀ, ରଜତ କୁମାର ବାରିକ, ଶୈଳେନ୍ଦ୍ର କୁମାର ପରିଡା, କିଶୋର ଚନ୍ଦ୍ର ଜେନା, ରଞ୍ଜନ କୁମାର ରାଉତ, ସଦାଶିବ ସାହୁ, ସଶ୍ମିତା ନାୟକ, ମୋନାଲିସା ସୁତାର, ନିରୋଜାନଳିନୀ ମହାନ୍ତି, ସ୍ନେହଲତା ପରିଡା, ଶୁଭେନ୍ଦୁ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।


Next Post

ରାଜ୍ୟ ମହିଳା ଫି ଡେ ରେଟିଙ୍ଗ ଚେସ ଚୋମ୍ପିଅନସିପ-୨୦୨୫ ଉଦଯାପିତ : ୟାସିତା ଚାମ୍ପିଅନ ଓ ସ୍ମାରକୀ ରାନର୍ସପ

Tue Nov 4 , 2025
କେନ୍ଦ୍ରାପଡା ୩/୧୧: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ୍ ଆନୁକୁଲ୍ୟ ରେ ଚାଲିଥିବା ଚଳିତ ବର୍ଷ ର ରାଜ୍ୟ ମହିଳା ଫି ଡେ ରେଟିଙ୍ଗ ଚେସ ଚାମ୍ପିଅନସିପ – ୨୦୨୫ର ଉଦଯାପନୀ ଉତ୍ସବ ଏବଂ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ମୁଖ୍ୟ ବକ୍ତା ଭାବେ ପି ଏମ ଶ୍ରୀ ନଭୋଦୟ ବିଦ୍ୟାଳୟର ଅଧ୍ୟକ୍ଷ […]

KANIKA