ସର୍ବଗୁଣ ସମ୍ପନ୍ନ ବ୍ୟକ୍ତି ସାମ୍ବିଧାନିକ ପଦବୀ ମଣ୍ଡନ କରନ୍ତୁ


ପଟ୍ଟାମୁଣ୍ଡାଇ ୨୨-୮*—ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିମାନେ ସାମ୍ବିଧାନିକ ପଦବୀ ମଣ୍ଡନ କଲେ ଭାରତବର୍ଷର ଗୌରବ ଓ ଗାରିମା ଅକ୍ଷୁର୍ଣ୍ଣ ରହିବ ବୋଲି ବିଶିଷ୍ଟ ଶିକ୍ଷାବିତ ସୁନାମଣି ଦାଶ ପ୍ରକାଶ କରିଛନ୍ତି । ଏକ ପ୍ରେସ ବିବୃତିରେ ଶ୍ରୀ ଦାଶ କହିଛନ୍ତି ବିଶ୍ୱ ଗଣତନ୍ତ୍ରର ଶ୍ରେଷ୍ଠ ନିଦର୍ଶନ ଭାରତବର୍ଷର ସାମ୍ବିଧାନିକ ବ୍ୟବସ୍ଥାରେ ଅଧୋଗତି ଦେଖାଦେଇଛି । ବହୁ ଅଯୋଗ୍ୟ ଲୋକ ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ସାଂସଦ, ବିଧାୟକ ଆଦି ବିଭିନ୍ନ ସାମ୍ବିଧାନିକ ପଦପଦବୀ ମଣ୍ଡନ କରିଛନ୍ତି । ସେମାନଙ୍କର ବିଭିନ୍ନ ଭାଷା ଉପରେ ଦଖଲ ନଥିବାରୁ ବିଦେଶ ପାର୍ଲିଆମେଂଟରେ ଭାଗ ନେବା କଷ୍ଟକର ହେଉଛି । କେବଳ ଯାହା ବିଦେଶ ପରିଭ୍ରମଣ କରି ଫେରିବା ସାର ହେଉଛି । ଉପଯୁକ୍ତ ଲୋକ ଉପଯୁକ୍ତ ପଦବୀରେ ନରହିଲେ ପଦବୀ ଗାରିମା ନଷ୍ଟ ହେବା ସହିତ ସାମ୍ବିଧାନିକ ବ୍ୟବସ୍ଥା ଦୁର୍ବଳ ହୋଇ ସାମାଜିକ ନ୍ୟାୟ ମିଳିପାରୁନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ବ୍ୟାପକ ସଂସାର ଆଣିଲେ ସମ୍ବିଧାନ ସୁରକ୍ଷା ଦାୟିତ୍ୱରେ ଉପଯୁକ୍ତ ଲୋକପ୍ରତିନିଧିମାନେ ନିର୍ବାଚିତ ହୋଇ ଦେଶ ଓ ରାଜ୍ୟର ମଙ୍ଗଳ କରିବା ସହିତ ସମାଜରେ ଅବହେଳିତ ଅବସ୍ଥାରେ ଥିବା ଲୋକମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସଫଳ ହୋଇପାରିବେ ବୋଲି ମତପ୍ରକାଶ କରିଛନ୍ତି ।


Next Post

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

Tue Aug 22 , 2023
କେନ୍ଦ୍ରାପଡା ୨୨/୮: ଜିଲାପାଳଙ୍କ କାର୍ଯ୍ୟାଯାଳୟ ପରିସରରେ ସାମ୍ବାଦିକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଜିଲ୍ଲାର ସାମ୍ବାଦିକ ମାନେ ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିବା ସହ ଆଲୋଚନା କରିଛନ୍ତି । ଅଭିଯୋଗ ଅନୁଯାୟୀ ମହାକାଳପଡ଼ା ଥାନା ଅନ୍ତର୍ଗତ ଓଳିଆ ଗ୍ରାମର ଭୀମସେନ୍ ସେଠି ନାମକ ଜଣେ ବ୍ୟକ୍ତି ଜିଲାପାଳଙ୍କ କାର୍ଯ୍‌ଯାଳୟରେ ନିୟମିତ […]