ଉତ୍କଳ ବିଶ୍ୱ ବିଦ୍ୟାଳୟ କୌଶଳ ବିକାଶ କେନ୍ଦ୍ର ଓ ପଟ୍ଟାମୁଣ୍ଡାଇ କଲେଜ ଆକ୍୍ୟୁଏସି ପଦାର୍ଥବିଜ୍ଞାନ, ରାଜନୀତିବିଜ୍ଞାନ ଓ ବାଣିଜ୍ୟ ବିଭାଗ ମିଳିତ ସହଯୋଗରେ କଲେଜ ପରିସରରେ ଏକ କୌଶଳ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ କୌଶଳ ବିକାଶ କେନ୍ଦ୍ର ନିର୍ଦେଶକ ପ୍ରଫେସର ଅବିଦ ଅଲ୍ଲୀ ଖାନ ମୁଖ୍ୟଅତିଥି ଓ ରିସର୍ଚ୍ଚ ଆସୋସିଏଟ ଡ଼ […]
Day: 23 August 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବିଶିଷ୍ଟ ବାମପନ୍ଥୀ ନେତା ଦିବଂଗତ ବାବାଜୀ ପରିଡା,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁରେଶ ମଦନରାୟ,ହରେକୃଷ୍ଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସ୍ଥାନୀୟ ଟାଉନ କ୍ଳବ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମଂଚ ଉପଦେଷ୍ଟା ଡ଼ କେଳୁ ଚରଣ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ,ଉପଦେଷ୍ଟା ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ସମ୍ପାଦକ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରୁ ବାହାରିଥିବା ୧୫ନଂ କେନାଲର ଶାଖା ଅଠରବାଟିଆ ମାଇନର୍ କେନାଲ ଶୁଖିଲା ପଡିଛି । ଫଳରେ ୨ ଶହ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିରେ ରୁଆ ପୋତା କାର୍ଯ୍ୟ ହୋଇପାରିନାହିଁ । ବର୍ଷା ପାଣିକୁ ଭରସା କରି କେତେକ ଜମିରେ ହଳ କରାଯାଇଥିଲେ ମଧ୍ୟ ଜମିସବୁ ପାଣି ଅଭାବରୁ ଶୁଖିଲା ପଡିଛି । ରୁଆପୋତା କାର୍ଯ୍ୟ ଆଗେଇ ପାରୁନଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି […]
କେନ୍ଦ୍ରାପଡ଼ା, ୨୩ା୮: ଦୀର୍ଘଦିନ ଧରି କେନ୍ଦ୍ରାପଡା ଜିଲ୍ଲା ରେଳ ଦେଖିନଥିଲା ମାତ୍ର ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମାଲବାହି ରେଳ ଚାଲିଲେ ମଧ୍ୟ ଏ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଚାଲି ପାରିଲା ନାହିଁ । ଯଦି ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ପାସେଞ୍ଜର ରେଳ ଚାଲୁ ନହୁଏ ତେବେ ସମସ୍ତ ଜନ ସାଧାରଣଙ୍କୁ ଏକ ଜୁଟ କରି ଆସନ୍ତା ଆକ୍ଟୋବର ପ୍ରଥମ ସପ୍ତାହରେ କେନ୍ଦ୍ରାପଡାର ସମସ୍ତ ରେଳ ଷ୍ଟେସନରେ […]
କେନ୍ଦ୍ରାପଡ଼ା,୨୩ା୮ : ଚନ୍ଦ୍ରଯାନ-୩ର ନିରାପଦ ଓ ସଫଳ ଅବତରଣ ନିମନ୍ତେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ, କେନ୍ଦ୍ରାପଡାର ଶିବାନନ୍ଦ ଆଶ୍ରମ ଓ ଶିବାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ସାମୁହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଦିବ୍ୟଜୀବନ ସଙ୍ଘର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଚନ୍ଦ୍ରଯାନ-୩ର ସଫଳତା ପୂର୍ବକ ଚନ୍ଦ୍ର ପୃଷ୍ଟରେ ଅବତରଣ ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା । ଶିବାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ଏହି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାସୀଙ୍କୁ ଉତମ ପରିବହନ ସେବା ଯୋଗାଇବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଏକ ଅତ୍ୟାଧୁନିକ ସରକାରୀ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଅଂଚଳ ବାସୀ ଦୀର୍ଘଦିନର ଦାବୀ କରିଆସୁଥିଲେ । ଅଂଚଳବାସୀଙ୍କ ଦାବୀକୁ ଗୁରୁତ୍ୱ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ଠାରେ ଏକ ଅତ୍ୟାଧୁନିକ ସ୍ମାର୍ଟ ବସଷ୍ଟାଣ୍ଡ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟି ଅନୁରୋଧ କରିଥିଲେ । […]
ଇତିହାସ ରଚିଲା ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ୱର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି । ପୂର୍ବରୁ ଆମେରିକା, ରୁଷ, ଚୀନ ଓ ୟୁରୋପୀୟ ମହାକାଶ ସଂସ୍ଥା ଏହି ସଫଳତା ହାସଲ କରିଛନ୍ତି । ଏହି ସଫଳତା ହାସଲ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥାଇ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଆସନ୍ତା ୩୧ ତାରିଖରେ ସ୍ୱାୟତ ଶାସନ ଦିବସ ପାଳିବ । ଏହି ଦିବସକୁ ଦୃଷ୍ଟିରେ ରଖି ବିଧାୟକ, ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇ ପୌରାଅଂଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ହେଲେ ୪ବର୍ଷ ତଳେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପରୁ ୨ରୁ ୩ଟି କାର୍ଯ୍ୟ ସମ୍ପୁଣ୍ଣ୍ର୍ ହୋଇଥିବା ବେଳେ କେତେକ ଅଧାପଡିଛି […]
କେନ୍ଦ୍ରାପଡ଼ା,୨୨ା୮ : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ରୋଗୀ ଓ ଅନ୍ୟ ଜଣେ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଚଢେଇଗୁଆଁ ପାଟଣା ଗ୍ରାମର କର୍କଟ ରୋଗରେ ଆକ୍ରାନ୍ତ ନିର୍ମଳ କୁମାର ସ୍ୱାଇଁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଡେରାବିଶ ବ୍ଲକର ପବିତ୍ରପଡା […]
କେନ୍ଦ୍ରାପଡ଼ା,୨୨ା୮ : ଜିଲ୍ଲା ପ୍ରତିଭା ପୂଜା ସଂସଦ, କେନ୍ଦ୍ରାପଡା ପକ୍ଷରୁ ପୂଜ୍ୟପୂଜାର ସ୍ମୃତିକୁ ସଂରକ୍ଷଣ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ପୁରାତନ ସ୍ମୃତି ଫଳକର ରକ୍ଷଣାବେକ୍ଷଣ କରାଯିବାର ଆବଶ୍ୟକତାକୁ ଉପଲବ୍ଧି କରିବା ପରେ ସଂସଦ ପକ୍ଷରୁ ପ୍ରଥମ ଦଫାରେ ପତ୍ରପୁର ପୋଲର ଉଭୟ ପାଶ୍ୱର୍ରେ ଲାଗିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ଶରତ କୁମାର […]
କେନ୍ଦ୍ରାପଡ଼ା, ୨୨ା୮: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କର ଆଜି ସକାଳ ୬.୪୦ ମିନିଟ୍ ସମୟରେ ପରଲୋକ ହୋଇଯାଇଛି । ଏସ୍ସିବି ମେଡିକାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ପଂଚାନନ, ପୁତ୍ରବଧୂ, ଓ ନାତି ପ୍ରମୁଖ ଉପସ୍ଥିତ ଥିଲେ । ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କ କିଡ୍ନୀ ଓ ଫୁସଫୁସ୍ରେ ସଂକ୍ରମଣ […]










