ଶୁଖିଲା ପଡିଛି କେନାଲ; ଦୁଇଶହ ଏକର ଚାଷ ଜମି ପଡିଆ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରୁ ବାହାରିଥିବା ୧୫ନଂ କେନାଲର ଶାଖା ଅଠରବାଟିଆ ମାଇନର୍ କେନାଲ ଶୁଖିଲା ପଡିଛି । ଫଳରେ ୨ ଶହ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିରେ ରୁଆ ପୋତା କାର୍ଯ୍ୟ ହୋଇପାରିନାହିଁ । ବର୍ଷା ପାଣିକୁ ଭରସା କରି କେତେକ ଜମିରେ ହଳ କରାଯାଇଥିଲେ ମଧ୍ୟ ଜମିସବୁ ପାଣି ଅଭାବରୁ ଶୁଖିଲା ପଡିଛି । ରୁଆପୋତା କାର୍ଯ୍ୟ ଆଗେଇ ପାରୁନଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଅଗଷ୍ଟମାସ ସରିବାକୁ ବସିଥିଲେ ମଧ୍ୟ କେନାଲରେ ପାଣି ନଥିବାରୁ ଚାଷ କାର୍ଯ୍ୟନେଇ ଅନିଶ୍ଚିତତା ସୃଷ୍ଠି ହୋଇଛି । ପଟ୍ଟାମୁଣ୍ଡାଇ ଜଳସମ୍ପଦ ସବ୍‌ଡିଭିଜନ ଗୋଗୁଆ ସେକସନ୍ ଅଧିନରେ ଥିବା ଅଠରବାଟିଆ ମାଇନର କେନାଲଟି କେତେକ ବ୍ୟକ୍ତି ବିଶେଷଙ୍କ ଜବରଦଖଲରେ ଥିବାରୁ କେନାଲଟି ସଫେଇ ହୋଇନପାରିବା କାରଣରୁ କେନାଲ ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ଯାଉନାହିଁ । ଫଳରେ ଅଠରବାଟିଆ ଜହ୍ଲାରେ ଥିବା ଉର୍ବର ଚାଷଜମିଗୁଡିକ ପଡିଆପଡିଛି । କେନାଲରେ ପାଣି ନଯିବା ସମ୍ପର୍କରେ କୃଷକ ନେତା ଜଗନ୍ନାଥ ପଣ୍ଡାଙ୍କ ନେତୃତ୍ୱରେ ଅନନ୍ତ ମଲିକ, ପ୍ରତାପ କେଶରୀ ରାଉତ, ନରେନ୍ଦ୍ର ମହାରଣା, ମହେନ୍ଦ୍ର ପଣ୍ଡା, ବିଦ୍ୟାଧର ବାରିକ, ସୌରେନ୍ଦ୍ର ସେଠୀ ପ୍ରମୁଖ ବହୁଚାଷୀ ଜଳସମ୍ପଦ ବିଭାଗ ସହ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି କେନଲରେ ପାଣି ଯିବା ସଂପର୍କରେ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଫଳରେ ଚାଷୀ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି ।


Next Post

ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

Wed Aug 23 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବିଶିଷ୍ଟ ବାମପନ୍ଥୀ ନେତା ଦିବଂଗତ ବାବାଜୀ ପରିଡା,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁରେଶ ମଦନରାୟ,ହରେକୃଷ୍ଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସ୍ଥାନୀୟ ଟାଉନ କ୍ଳବ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମଂଚ ଉପଦେଷ୍ଟା ଡ଼ କେଳୁ ଚରଣ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ,ଉପଦେଷ୍ଟା ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ସମ୍ପାଦକ […]